ଅପହୃତ ବିଜେପି ନେତା ଉଦ୍ଧାର ! ଶରୀରରେ ଲାଗିଛି ଆଘାତ

ବନ୍ଧୁକ ମୁନରେ ବିଜେପି ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

ତାଙ୍କୁ ମେଡିକାଲରେ ଭେଟିଛନ୍ତି ବିଜେପିର କିଛି ବରିଷ୍ଠ ନେତା

ପଦ୍ମପୁର ଉପନିର୍ବାଚନକୁ ନେଇ ସମୟ ଯେତେ ଗଡ଼ୁଛି ଏହାକୁ ନେଇ ରାଜନୀତି ବି ସେତିକି ତେଜୁଛି । ଗତକାଲି ପଦ୍ମପୁରରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ ଡ୍ରାମା । ବନ୍ଧୁକ ମୁନରେ ଅପହୃତ ହୋଇଥିଲେ ବିଜେପି ନେତା ଦିଲ୍ଲୀପ କୁମାର ସେନାପତି । ଆଉ ଆଜି ଦିନକ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ଶରୀରରେ ମାଡ଼ ଲାଗିଥିବା ଯୋଗୁଁ ତାଙ୍କୁ ପଦ୍ମପୁର ମେଡିକାଲରେ ଚିକିତ୍ସା କରାଯାଇଛି । ତାଙ୍କୁ ମେଡିକାଲରେ ଭେଟିଛନ୍ତି ବିଜେପିର କିଛି ବରିଷ୍ଠ ନେତା ।

ଗତକାଲି ସନ୍ଦ୍ୟାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ, ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଲାଞ୍ଜିଗଡ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ଦୁଇଟି କାରରେ ବସାଇ ବନ୍ଧୁକ ମୁନରେ ଅପହରଣ କରିଥିବା ଅଭିଯୋଗ ଆସିଥିଲା । ଝାରବନ୍ଧ ବିଜେପିର ମଣ୍ଡଳ ସଭାପତି ମିଳନ ପାଣ୍ଡେ ଏନେଇ ଝାରବନ୍ଧ ଥାନାରେ ଏତଲା ଦେଇଥିଲେ । ଏହାର କିଛି ଘଣ୍ଟା ପତ୍ତା ମିଳିଥିଲା । ସେପଟେ ଘଟଣାକୁ ନେଇ ବିଧାୟକ ପ୍ରଦୀପ ଦିଶାରୀ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନି ।

ଅଧିକ ପଢ଼ନ୍ତୁ: ପଦ୍ମପୁର ପଶାପାଲିରେ ରେଳ ଆଉ କୃଷି ବୀମା ଗୋଟି ! କ୍ୟାମ୍ପେନ ବେଳେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ

ସେପଟେ ବିଜେପି ନେତାଙ୍କ ଅପହରଣ, ଜିଏସଟି ରେଡ୍ ଘଟଣାକୁ ନେଇ ବରଗଡ଼ ଏସପିଙ୍କୁ ଭେଟିଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଗତକାଲି ବିଲମ୍ବିତ ରାତିରେ ଏସପିଙ୍କୁ ଭେଟି ଆଲୋଚନା କରିଛନ୍ତି । କୌଣସି ଚାପରେ ନଆସି ଉଚିତ୍ ପଦକ୍ଷେପ ନେବା ସହ ନିର୍ବାଚନରେ ସ୍ୱଚ୍ଛତା ବଜାଏ ରଖିବାକୁ ଦାବି କରିଛନ୍ତି ।