ଆରମ୍ଭ ହେଲା ବିଜେପିର ସଦସ୍ୟତା ଗ୍ରହଣ ଅଭିଯାନ, ୧ କୋଟି ସଦସ୍ୟ ସଂଗ୍ରହ ପାଇଁ ଆହ୍ୱାନ

ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଅହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

BJP

ଆରମ୍ଭ ହେଲା ବିଜେପିର ସଦସ୍ୟତା ଅଭିଯାନ । ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଅହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ନେତା ସଦସ୍ୟତା ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ସଦସ୍ୟ ସଂଗ୍ରହ ଅଭିଯାନ ଆହୁରି ବଢ଼ିବ। ଆଗାମୀ ୫ ବର୍ଷରେ ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ କରାଯିବ। ମୋଦିଙ୍କ ପୂର୍ବୋଦୟ ଲକ୍ଷ୍ୟ ଓଡ଼ିଶାରୁ ହିଁ ଆରମ୍ଭ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଇଛନ୍ତି ପ୍ରଭାରୀ ବିଜୟପାଲ ସିଂ ତୋମାର । ରେଲେୱେ ଷ୍ଟେସନ, ବସ ଷ୍ଟାଣ୍ଡ, କଲେଜ ବାହାରେ ସଦସ୍ୟତା ଅଭିଯାନ କରିବା ସହ ପ୍ରତି ବୁଥରେ ୪ ଶହ ସଦସ୍ୟ କରିବାକୁ ଟାର୍ଗେଟ ଦିଆଯାଇଛି ।

ରାଜ୍ୟ ସରକାରରେ ଏକ ବର୍ଷର ଉପଲବ୍ଧି ୧୦୦ ଦିନ ପୂର୍ବରୁ ହୋଇଛି। ଏହି ସବୁ କଥା ଲୋକଙ୍କ ପାଖରେ ପହଞ୍ଚାଇ ୪୫ ଦିନରେ ଭିତରେ ଟାର୍ଗେଟ ହାସଲ କରି ରେକର୍ଡ କରି ଦେଖେଇବାକୁ ସେ ଆହ୍ବାନ ଦେଇଛନ୍ତି ।