Advertisment

ବିଜେପିର ମିଶନ ଓଡ଼ିଶା; ଦିଲ୍ଲୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଅଦ୍ୟତନ ହୋଇଛି
undefined

BJP Politic

Advertisment

ମିଶନ ଓଡ଼ିଶା ପାଇଁ ବିଜେପିର ଅଙ୍କକଷା । ଦିଲ୍ଲୀରେ ପ୍ରସ୍ତୁତ ହୋଇଛି ୨୪' ବ୍ଲୁ ପ୍ରିଣ୍ଟ । ନୂଆ କ୍ୟାପଟେନ୍ ମନମୋହନ ସାମଲ, ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାଙ୍କୁ ଭେଟି ଫେରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଓଡ଼ିଶାର ରାଜ୍ୟନୈତିକ ସ୍ଥିତି, କ’ଣ କଲେ ଓଡ଼ିଶାରେ ବିଜେପି ସରକାରକୁ ଆସିବ ସେନେଇ ମନମୋହନଙ୍କଠାରୁ ଫିଡବ୍ୟାକ୍ ନେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଆଉ ଦଳର ଟାର୍ଗେଟ୍ ରହିଛି ୫୧ ପ୍ରତିଶତରୁ ଅଧିକ ଭୋଟ୍ । ଅନ୍ୟପକ୍ଷରେ ବିଜେଡି ଦାବି କରିଛି ୫୦ ପ୍ରତିଶତରୁ ଅଧିକ ଭୋଟ୍ ନେଇ ଷଷ୍ଠ ଥର ପାଇଁ କ୍ଷମତା ବଜାୟ ରଖିବ ଦଳ ।

Advertisment

ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ । ଦିଲ୍ଲୀରେ ରୋଡମ୍ୟାପ୍ , ଓଡ଼ିଶାରେ ହେବ କାର୍ଯ୍ୟକାରୀ । ଟାର୍ଗେଟରେ ୫୧ ପ୍ରତିଶତରୁ ଅଧିକ ଭୋଟ୍ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଭେଟଘାଟବେଳେ ରାଜ୍ୟରେ ବିଜେପିର ସ୍ଥିତି, ରାଜନୈତିକ ମାହୋଲ, ବିଜେଡି ସରକାର ବିରୋଧରେ ଦାନା ବାନ୍ଧୁଥିବା ପ୍ରସଙ୍ଗ, କେମିତି ବିଜେଡିକୁ ମାତ୍ ଦେଇ ହେବ ସେନେଇ ମନମୋହନଙ୍କଠାରୁ ଫିଡବ୍ୟାକ୍ ନେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।

ଏହାପରେ ଓଡ଼ିଶା ପାଇଁ ଫିକ୍ସ ହୋଇଛି ଟାର୍ଗେଟ । ମିଶନ୍ - ଓଡ଼ିଶାରେ ବିଜେପି ସରକାର ଗଠନ । କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ଅନ୍ୟ ପ୍ରମୁଖନେତାମାନଙ୍କୁ ନେଇ ଗଠିତ ଟିମ୍ ଏହି ଟାସ୍କକୁ କାର୍ଯ୍ୟକାରୀ କରିବେ । ଟାର୍ଗେଟ୍ ରହିଛି ୫୧ ପ୍ରତିଶତ ଭୋଟ୍ ହାସଲ । ସେପଟେ ବିଜେଡି ମଧ୍ୟ ପ୍ରତି ୱାର୍ଡରେ ୧୦ ଜଣ ସକ୍ରିୟ ସଦସ୍ୟ କରିବା ସହ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଜୋର ଦେଇଛି । ଟାର୍ଗେଟରେ ଦେଢ କୋଟି ଭୋଟର୍ ଓ ୫୦ ପ୍ରତିଶତ ଭୋଟ୍ ନେବା । ଅନ୍ୟପକ୍ଷରେ କଂଗ୍ରେସ ୯ରୁ ୯୦ ମିଶନରେ କାମ କରୁଛି ।

Advertisment

ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡିରେ ଅନ୍ତଦ୍ୱନ୍ଦ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି । ତାକୁ ମ୍ୟାନେଜ୍ କରିବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବ। ସେପଟେ ଓଡ଼ିଶାରେ ପଦ୍ମ ଦଳ କିଭଳି ଢଙ୍ଗରେ ଲଢ଼େଇ କରିବ, କେନ୍ଦ୍ରୀୟ ନେତ୍ୱତ୍ୱ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ଆଗକୁ ବିଜେପି-ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ । ହେଲେ ବିଜେଡିର ଗୋଷ୍ଠୀକନ୍ଦଳରୁ ବିଜେପି ଫାଇଦା ନେବା ଚକ୍କରରେ ରହିଛି ବୋଲି ଚର୍ଚ୍ଚା ହେଉଛି ।

Advertisment

ଜୟପୁର ଟି. ଗୌରୀଶଙ୍କର, କୋରାପୁଟରୁ ସୂର୍ଯ୍ୟନାୟରାଣ ପଣ୍ଡାଙ୍କ ସହ ଭୁବନେଶ୍ୱରରୁ ଜଗଦୀସ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ ଓଟିଭି...

BJP Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ