Advertisment

ଦିଲ୍ଲୀରେ ବସିଲା ବିଜେପିର CEC ବୈଠକ, ୧୫୦ ସିଟ୍ ଉପରେ ବାଜିପାରେ ମୋହର

ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଏହି ବୈଠକ ଚାଲିଥିବା ବେଳେ, ସମସ୍ତଙ୍କ ନଜର ରହିଛି ପରବର୍ତ୍ତୀ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ଉପରେ।

BJP CEC

BJP CEC

Advertisment

ଦିଲ୍ଲୀରେ ବସିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବା CEC ବୈଠକ। ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବରିଷ୍ଠ ନେତା ।

Advertisment

ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଏହି ବୈଠକ ଚାଲିଥିବା ବେଳେ, ସମସ୍ତଙ୍କ ନଜର ରହିଛି ପରବର୍ତ୍ତୀ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ଉପରେ। ଖାସ୍ କରି ଉତ୍ତରପ୍ରଦେଶର ବାକି ୨୪ଟି ଆସନରେ ଦଳ କେଉଁମାନଙ୍କୁ ଯୋଦ୍ଧା କରିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ବିଜେପି ଏହା ପୂର୍ବରୁ ୪ଟି ପର୍ଯ୍ୟାୟରେ ୨୯୧ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ, ସେଥିରେ ଉତ୍ତରପ୍ରଦେଶର ୫୧ ଆସନ ସାମିଲ ରହିଥିଲା। ଆଜି ସିଇସି ବୈଠକରେ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ୧୫୦ ସିଟ୍ ଉପରେ ମୋହର ବାଜିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ସେଥିରେ ଓଡ଼ିଶାରୁ କୌଣସି ନାଁ ରହୁଛି କି ନାହିଁ, ତା ଉପରେ ମଧ୍ୟ ନଜର ରହିଛି ।

Narendra Modi BJP BJP's Central Election Committee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ