Advertisment

ମହିଳା ଭୋଟର ଆମ ପଟକୁ ଢଳୁଥିବାରୁ ମୁଖ୍ୟମନ୍ତ୍ରୀ ବିବ୍ରତ: ବିଜେପି

ବିଜେଡି ସରକାର ମହିଳା ବିରୋଧୀ ଓ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେପି ଯେଉଁଭଳି ଢଙ୍ଗରେ ବିଜେଡି ସରକାରକୁ ଘନଘନ ନିଶାନା କରୁଛି, ତାର କାଉଣ୍ଟର ଲାଗି ମୁଖ୍ୟମନ୍ତ୍ରୀ ଏଭଳି ଆଭିମୁଖ୍ୟ ଆପଣାଇଥିବା ଚର୍ଚ୍ଚା ହେଉଛି।

undefined

BJP hits back

Advertisment

ଝାରସୁଗୁଡା ବିଜୟ ଉତ୍ସବରେ ନବୀନଙ୍କ ଭାଷଣକୁ ନେଇ ଚର୍ଚ୍ଚା। ନାଁ ନ ନେଇ ବିଜେପିକୁ ଟାର୍ଗେଟ୍, ମହିଳାକୁ ଅସମ୍ମାନ ଓ ଡବଲ ଇଞ୍ଜିନ ପ୍ରସଙ୍ଗକୁ ନେଇ ବି ନିଶାନା। ୨୪ ନିର୍ବାଚନ ପୂର୍ବରୁ ବିଜେଡିର ଭାଙ୍ଗୁଥିବା ମହିଳା ଭୋଟବ୍ୟାଙ୍କ୍ ଏକଜୁଟ୍ କରିବା ଲକ୍ଷ୍ୟରେ ଦଳ ପୁଣି ଖେଳୁଛି କି ମହିଳା କାର୍ଡ। ତାକୁ ନେଇ ଚର୍ଚ୍ଚା 
ଚାଲିଥିବାବେଳେ ତେଣେ ମୁଖମନ୍ତ୍ରୀଙ୍କୁ ପାଲଟା ନିଶାନା କରିଛି ବିଜେପି।

Advertisment

ଦୁର୍ବଳ ହେଉଛି କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ? ବିଜେଡିଠୁ ମୁହଁ ଫେରାଇ ମୋଦି ସରକାର ପଟକୁ ଢ଼ଳୁଛନ୍ତି କି ରାଜ୍ୟର ମହିଳା ଭୋଟର୍ ? ଯାହା ଠଉରେଇ ପରୋକ୍ଷରେ ଏମିତି ନିଶାନା କରୁନାହାନ୍ତି ତ ବିଜେଡି ସୁପ୍ରିମୋ ? ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ଯାହା କହିଥିଲେ, ଫଳ ପ୍ରକାଶନ ପରେ 
ବି ସମାନ କଥା ଦୋହରାଇଲେ ନବୀନ। ବିଜେପିର ନାଁ ନନେଇ, ବିରୋଧୀ ମହିଳାଙ୍କୁ ଅସମ୍ମାନ କରୁଛିନ୍ତି କହି କରିଛନ୍ତି ଟାର୍ଗେଟ୍। ତେବେ କାହିଁକି ବାରମ୍ବାର ନବୀନଙ୍କ ଏଭଳି ଆରୋପ ?

ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ବିଜେଡି ସରକାର ମହିଳା ବିରୋଧୀ ଓ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେପି ଯେଉଁଭଳି ଢଙ୍ଗରେ ବିଜେଡି ସରକାରକୁ ଘନଘନ ନିଶାନା କରୁଛି, ତାର କାଉଣ୍ଟର ଲାଗି ମୁଖ୍ୟମନ୍ତ୍ରୀ ଏଭଳି ଆଭିମୁଖ୍ୟ ଆପଣାଇଥିବା ଚର୍ଚ୍ଚା ହେଉଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟବ୍ୟାଙ୍କକୁ ବଜାୟ ରଖିବାକୁ କସରତ ଚଳାଇଛି। ତାସହ ବୋହୁଥିବା ସରକାର ବିରୋଧୀ ହାୱାକୁ ଦୁର୍ବଳ କରିବା ଏବଂ 
ବିଜେଡିରେ ବଢ଼ୁଥିବା ବିଦ୍ରୋହ ଦୃଷ୍ଟିରୁ ମହିଳା କାର୍ଡକୁ ବଡ଼ ଅସ୍ତ୍ର କରିଛି ଦଳ।

Advertisment

ସେଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦଳୀୟ ସଙ୍ଗଠନ ଭାବେ ବ୍ୟବହାର କରିବା ସହ ସେମାନଙ୍କୁ ସରକାରୀ ସ୍ତରରେ ବ୍ୟବସାୟ ସୁବିଧା, ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରି ଆସୁଛି। ଏଥିସହ ଏକ ବଡ଼ ଲୋକଦେଖାଣିଆ ପଦକ୍ଷେପ ଭାବେ ମହିଳା ବିବାଦରେ ଛନ୍ଦି ହୋଇଥିବା ଦୁଇମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ସମୀର ଦାସଙ୍କୁ ବି ହଠାତ୍ ମନ୍ତ୍ରିମଣ୍ଡଳରୁ ବିଦା କରି ଉଭୟ ସରକାର ଓ ଦଳୀୟ ଭାବମୂର୍ତ୍ତିକୁ ସ୍ବଚ୍ଛ 
ରଖିବାକୁ ଚେଷ୍ଟା କରିଛି।

ତେଣେ ମୁଖମନ୍ତ୍ରୀଙ୍କୁ ପାଲଟା ନିଶାନା କରି ବିଜେପି ଅଭିଯୋଗ କରିଛି, ରାଜ୍ୟ ସରକାର ମହିଳା ବିରୋଧୀ। ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ସୀମା 
ଟପିଲାଣି।

Advertisment

୨୪ ନିର୍ବାଚନ ଆଗରୁ ଖାଲି ବିଜେପିକୁ ଘନ ଘନ ନିଶାନା ନୁହେଁ ରାଜ୍ୟରେ ଲ ଲେସନେସ ଥିବା ନେଇ ବିଭିନ୍ନ ସମୟରେ ମନ୍ତବ୍ୟ ଦେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ପରୋକ୍ଷରେ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ। ଏଭଳି ମନ୍ତବ୍ୟ ଦ୍ୱାରା ଓଡିଶାକୁ ଅପମାନ କରାଯାଉଥିବା କହିବା ସହ ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ ନୁହେଁ ବରଂ ସୁଶାସନ ଗୁରୁତ୍ବପୂର୍ଣ୍ଣ ବୋଲି କହି ବିଜେପିକୁ କଟାକ୍ଷ କରିଛନ୍ତି। ଯାହାକୁ ନେଇ ବିଜେପି ଓ ବିଜେଡି ଆରୋପ ପ୍ରତ୍ୟାରୋପ ଚାଲିଛି।

ଗୋଟିଏ ପଟେ ରାଜ୍ୟରେ ବିଜେପି-ବିଜେଡି ମୁହାଁମୁହିଁ। ଅନ୍ୟପଟେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ଫେରୁ ଫେରୁ ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ ହମଲା।ଏସବୁ ଦେଖି ଚର୍ଚ୍ଚା ହେଉଛି ବିଜେଡି ଆଗୁଆ ବିଧାନସଭା ନିର୍ବାଚନ ମୁଡ୍‌କୁ ଆସି ଯାଇଛି କି ?

BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ