Advertisment

ତେଜିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି, ଉତ୍ତର ରଖିଲେ ବିଜେଡି ଉପସଭାପତି

ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଦେହ ବ୍ୟବସାୟ ପରି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ପ୍ରେସମିଟ୍ କରି ମାମଲାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଛି କଂଗ୍ରେସ।

ଅଦ୍ୟତନ ହୋଇଛି
Lady Teacher Missing Case

Lady Teacher Missing Case

Advertisment

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଓ କଳାହାଣ୍ଡି ମହାଲିଙ୍ଗ ଷ୍ଟାଡିୟମରୁ ଏକ ଦଗ୍ଧ ମୃତଦେହ ମିଳିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ପୀଡ଼ିତାଙ୍କ ବାପାଙ୍କ ବୟାନ ଆଧାରରେ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସେହିପରି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଏଥିରେ ଯିଏ ସାମିଲ ଅଛନ୍ତି ସେମାନଙ୍କୁ ଦଣ୍ଡବିଧାନ କରିବାକୁ ଦାବି କରିଛନ୍ତି।  ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ସେ କହିଛନ୍ତି।

Advertisment

ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଦେହ ବ୍ୟବସାୟ ପରି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ପ୍ରେସମିଟ୍ କରି ମାମଲାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଛି କଂଗ୍ରେସ। ଦିବ୍ୟଶଙ୍କର ମହାଲିଙ୍ଗ ସ୍କୁଲକୁ ବାରମ୍ବାର ଆସି ରାତି ବିତାଉଥିଲେ। ପଦବୀରେ ରହିଲେ ମାମଲାକୁ ବାଟବଣା କରିପାରନ୍ତି ମନ୍ତ୍ରୀ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ପଦବୀରୁ ବରଖାସ୍ତ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ।  ଘଟଣାର CBI ତଦନ୍ତ ସହ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

Advertisment

ନିଖୋଜ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି ଯେ, ଏଥିପାଇଁ ଫ୍ୟାକ୍ଟ ଏଷ୍ଟାବ୍ଲିସ ହେବା ଦରକାର। ଦେଶରେ ଗୋଟିଏ ଆଇନ ବ୍ୟବସ୍ଥା ଅଛି। ପ୍ରତ୍ୟେକ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ତା ବାଟରେ ଯିବ। କେବଳ ଅଭିଯୋଗ କଲେ କିଛି ହେବନି। ସେଥତ୍ପାଇଁ ଆଇନ ବ୍ୟବସ୍ଥା ରହିଛି। ଆଇନ ତା ବାଟରେ ଯିବ। ଯିଏ ଦୋଷୀ ନିଶ୍ଚିତ ଭାବେ ଦଣ୍ଡ ପାଇବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର।

ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣାକୁ ଆଜକୁ ୧୧ ଦିନ ବିତିଲାଣି। ଏହାରି ଭିତରେ ଅଟକ ରହିଥିବା ସ୍କୁଲ ପ୍ରେସିଡେଣ୍ଟ ଗୋବିନ୍ଦ ସାହୁ ଥାନାରୁ ଚମ୍ପଟ ମାରିଛନ୍ତି। ତେବେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନଥିଲେ ବି ଯେଉଁ ସନ୍ଦେହରେ ଷ୍ଟାଡିୟମ ଖୋଳାଖୋଳି ଚାଲିଥିଲା ତାହା ସତ ହୋଇଛି। ମାଟି ତଳୁ ମିଳିଛି ଏକ ଦଗ୍ଧ ମୃତଦେହ। ପୋଡ଼ି ହୋଇଯାଇଥିବା ଏକ ମୃତଦେହକୁ ଉଦ୍ଧାର କରିଛି ପୋଲିସ୍। 

Advertisment

ମୃତଦେହ ନିକଟରୁ ସୁନା ଚେନ୍, ପାଉଁଜି ମିଳିଛି। ମୃତଦେହ ଓ ଘଟଣାସ୍ଥଳରୁ ପାଖରୁ ମିଳିଥିବା ସାମଗ୍ରୀକୁ ଜବତ କରି ଏବେ ତଦନ୍ତ କରାଯାଉଛି। ମୃତଦେହର ଡିଏନ୍ଏ ଟେଷ୍ଟ କରାଯିବ। ଏହାପରେ ହିଁ ସ୍ପଷ୍ଟ ହେବ କି କାହାର ଏହା ମୃତଦେହ। ଆଜି ମୃତଦେହ ଉଦ୍ଧାର ବେଳେ ପାଖରେ ମମିତା ମେହେରଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। ହେଲେ ତାଙ୍କୁ ମୃତଦେହ ଚିହ୍ନଟ କରିବାକୁ ଦିଆଯାଇନି।

Bolangir Lady Teacher Missing Mamita Meher Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ