Advertisment

କୁନ୍ଦୁଲି ଓ ପରୀ ଘଟଣାରେ SIT ତଦନ୍ତ ହୋଇଥିଲା, ଫଳ କଣ ମିଳିଲା?

ଗୃହର ମଧ୍ୟଭାଗକୁ ଆସି କଳା ଗାମୁଛା ଦେଖାଇ ପ୍ରତିବାଦ କରିଛନ୍ତି। କଳା ଗାମୁଛା ଓ ବ୍ୟାନର ପୋଷ୍ଟର ଦେଖାଇ ବିଜେପି ହୋହଲ୍ଲା କରିଛି। କଂଗ୍ରେସ ସଭ୍ୟ ମଧ୍ୟ ବ୍ୟାନର, ପୋଷ୍ଟର ଦେଖାଇ ହୋହଲ୍ଲା କରିଛନ୍ତି। ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି।

ଅଦ୍ୟତନ ହୋଇଛି
BJP Pressmeet

BJP Pressmeet

Advertisment

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ଦୋହରାଇଲା ଭାରତୀୟ ଜନତା ପାର୍ଟି। ଏହା ସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ରଖିଛି ଦଳ। ମମିତା ହତ୍ୟା ମାମଲା ଅବସରପ୍ରାପ୍ତ ଜଜ୍‌ଙ୍କ ଦ୍ୱାରା ତଦନ୍ତ ତଦାରଖ ନିର୍ଦ୍ଦେଶ ପରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଛି ବିଜେପି।

Advertisment

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ  ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିବା ସହ କୁନ୍ଦୁଲି ଓ ପରୀ ଘଟଣାରେ SIT ତଦନ୍ତ ହୋଇଥିଲା, ଫଳ କଣ ମିଳିଲା ବୋଲି ପ୍ରଶ୍ନ କରିଛି ଦଳ। ଯଦି ସରକାର ସ୍ୱଚ୍ଛ ତେବେ ମନ୍ତ୍ରୀଙ୍କୁ ବହିଷ୍କାର, ସିବିଆଇ ତଦନ୍ତ କରାନ୍ତୁ। ମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି ବିଧାନସଭାରେ ଜୋରଦାର ହେବ ବୋଲି ଦଳ କହିଛି।

ସେପଟେ ଗୃହର ମଧ୍ୟଭାଗକୁ ଆସି କଳା ଗାମୁଛା ଦେଖାଇ ପ୍ରତିବାଦ କରିଛନ୍ତି। କଳା ଗାମୁଛା ଓ ବ୍ୟାନର ପୋଷ୍ଟର ଦେଖାଇ ବିଜେପି ହୋହଲ୍ଲା କରିଛି। କଂଗ୍ରେସ ସଭ୍ୟ ମଧ୍ୟ ବ୍ୟାନର, ପୋଷ୍ଟର ଦେଖାଇ ହୋହଲ୍ଲା କରିଛନ୍ତି। ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି। 

Advertisment
SIT Odisha Government BJP Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ