Advertisment

ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ନବୀନଙ୍କୁ ନିଶାନା: ନଡ୍ଡାଙ୍କ ମନ୍ତବ୍ୟକୁ ଗାଁ ଗାଁରେ ପହଞ୍ଚାଇବାକୁ ନିଷ୍ପତ୍ତି

ସାରା ଓଡ଼ିଶାରେ ସ୍ଥାଣୁତା ଥିବା ଅଭିଯୋଗ ଆଣି ଏହି ପ୍ରସଙ୍ଗକୁ ଗାଁ ଗାଁକୁ ନେବାକୁ କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି।

BJP BluePrint

BJP BluePrint

Advertisment

୨୦୨୪ରେ କ୍ଷମତାକୁ ଆସିବା ନେଇ ବିଜେପିର ଷ୍ଟ୍ରାଟେଜି ଗତକାଲି ପଦାଧିକାରୀ ବୈଠକ ପରେ ଆଜି ପ୍ରଥମେ ବସିଥିଲା କୋର୍ କମିଟି ବୈଠକ ସେଥିରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପରେ ଆରମ୍ଭ ହୋଇଥିଲା ରାଜ୍ୟ କାର୍ଯ୍ୟକାରିଣୀ ଯେଉଁଥିରେ ବିଜେଡି ସରକାର ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ ଆଉ ଫୋକସ୍‌ରେ ଥିଲା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପରାମର୍ଶ।

Advertisment

କିଛି ଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ନଡ୍ଡା କହିଥିଲେ ଏଠାରେ ସରକାରକୁ କିଏ ଚଳାଉଛି ଜଣାପଡୁନାହିଁ। ଏହା ଜନ ସାଧାରଣ ବି ଅନୁଭବ କରୁଥିବା ରାଜ୍ୟ ବିଜେପି କହିଛି। ରାଜ୍ୟ ଶାସନ ବ୍ୟବସ୍ଥା ଅମଲାତନ୍ତ୍ର କବଜାରେ। ଜନପ୍ରତିନିଧି ଅସହାୟ ଅବସ୍ଥାରେ ଓ ଗଣତନ୍ତ୍ର ବିପଦରେ ଏହାଦ୍ୱାରା ବିକାଶ କ୍ଷେତ୍ର ବାଧାପ୍ରାପ୍ତ ହେଉଥିବା ବିଜେପି ଅଭିଯୋଗ କରି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନଆସିବା, ପ୍ରଶ୍ମକାଳରେ ମନ୍ତ୍ରୀମାନେ ଉପସ୍ଥିତ ନରହିବା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି।

ସାରା ଓଡ଼ିଶାରେ ସ୍ଥାଣୁତା ଥିବା ଅଭିଯୋଗ ଆଣି ଏହି ପ୍ରସଙ୍ଗକୁ ଗାଁ ଗାଁକୁ ନେବାକୁ କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି। ଦଳ ଏୟା ବି ଅଭିଯୋଗ କରିଛି, ରାଜ୍ୟ ସରକାର ନିଜ ମଳିନ ଛବିକୁ ଘୋଡ଼ାଇବାକୁ ହକିକୁ ଆୟୁଧ କରିଛନ୍ତି। ଗତ ହକି ବିଶ୍ୱକପ୍ ବେଳେ ୬୭ କୋଟି ଖର୍ଚ୍ଚ କରିଥିବାବେଳେ ଏଥର ପ୍ରାୟ ୧୨ ଶହ କୋଟି ଖର୍ଚ୍ଚ କରିବା କଥା ବି ରାଜ୍ୟ ବିଜେପି ଉଠାଇବ ବୋଲି କହିଛି। 

Advertisment

ଆଗକୁ ନିର୍ବାଚନ ଥିବାରୁ ବିଜେଡି ବିରୋଧରେ ବଡ଼ ଲଢ଼େଇ ପାଇଁ ଦଳ ପ୍ରସ୍ତୁତ କରିଛି ରୋଡମ୍ୟାପ୍। ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ କେଳେଙ୍କାରୀ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଲା ସ୍ଥିତି, ଦୁଷ୍କର୍ମ ବଢିବା, ବେକାରୀ ସମସ୍ୟା, ଚାଷୀ ସମସ୍ୟା ସହ ମଣ୍ଡି ଅବ୍ୟବସ୍ଥା, ଶିକ୍ଷକ ଅଭାବ ଓ ଶିକ୍ଷା ଭିତ୍ତଭୂମି ଦୁର୍ବଳ, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ରାଜନୀତିରେ ଅପରାଧୀକରଣ, ଆଦିବାସୀ-ଦଳିତଙ୍କୁ ଅଣଦେଖା, ପଛୁଆ ବର୍ଗଙ୍କୁ ଅବହେଳା, ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ଆନ୍ଦୋଳନ କରିବ ଦଳ। ଆଉ ଏଥିପାଇଁ ବୁଥରେ ସଙ୍ଗଠନକୁ ମଜଭୁତ୍ କରିବା ସହ ମଣ୍ଡଳଓ୍ୱାରାୀ ନେତାଙ୍କୁ ସଂଗଠନ ବିସ୍ତାର ପାଇଁ ଦାୟିତ୍ୱ ଦିଆଯାଇଛି। 

କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବା ସହ ଧନ୍ୟବାଦ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି। କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେବା, ପିଏମ୍ ଆବାସରେ ଘର ଦେବା, ଏସ୍ଏଚଜିଙ୍କୁ କେନ୍ଦ୍ର ଦେଉଥିବା ସହାୟତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛି ବିଜେପି।

Advertisment

(ସୋମ୍ୟରଂଜନ ସାହୁ ଓ ହରିହର ଚାନ୍ଦଙ୍କ ରିପୋର୍ଟ)

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ