Advertisment

ମମିତା ହତ୍ୟା ମାମଲା: ଘଟଣାର ଅନୁଧ୍ୟାନ ପାଇଁ ଆସୁଛି ବିଜେପି କେନ୍ଦ୍ରୀୟ ଟିମ୍

ଆଜିଠୁ ରାଜ୍ୟର ସମସ୍ତ ଥାନା ଘେରାଉ କରିବ ବିଜେପି। ୨୯, ୩୦ ଓ ୩୧ ତାରିଖ ଏହି ତିନି ଦିନ ରାଜ୍ୟର ସମସ୍ତ ୬୨୫ଟି ଥାନା ଘେରାଉ କରିବା କାର୍ଯ୍ୟକ୍ରମ ରହିଛି।

BJP Central Team

BJP Central Team

Advertisment

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାକୁ ନେଇ ଜୋର ଧରୁଛି ରାଜନୀତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ।ଗତ ସପ୍ତାହେ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ, ଶୋଭାଯାତ୍ରା କରୁଥିବା ବିଜେପି ଆନ୍ଦୋଳନକୁ ଆହୁରି ତ୍ରୀବ କରିଛି। ଆଜି ଘଟଣାର ଅନୁଧ୍ୟାନ ପାଇଁ ଆସୁଛି ବିଜେପି କେନ୍ଦ୍ରୀୟ ଟିମ୍। ୩ ଜଣିଆ ଟିମ୍‌ରେ ଆସିବେ ବିଜେପି ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି.ଶ୍ରୀନିବାସନ, ସାଂସଦ ସୁନିତା ଦୁଗଲ ଓ ବରିଷ୍ଠ ନେତ୍ରୀ ରୁପା ମିତ୍ର।

Advertisment

ମମିତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ପୂରା ଘଟଣା ସଂପର୍କରେ ପଚାରି ବୁଝିବେ। ଏହାପରେ ମହାଲିଙ୍ଗ ଯାଇ ହତ୍ୟାକାଣ୍ଡ ସ୍ଥଳ ବି ବୁଲି ଦେଖିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ଣ ୩ଟାରେ ମହାଲିଙ୍ଗରେ ପହଞ୍ଚିବାକୁ ଥିବା ବେଳେ ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ଏପଟେ ଆଜିଠୁ ରାଜ୍ୟର ସମସ୍ତ ଥାନା ଘେରାଉ କରିବ ବିଜେପି। ୨୯, ୩୦ ଓ ୩୧ ତାରିଖ ଏହି ତିନି ଦିନ ରାଜ୍ୟର ସମସ୍ତ ୬୨୫ଟି ଥାନା ଘେରାଉ କରିବା କାର୍ଯ୍ୟକ୍ରମ ରହିଛି। ଗତ ୨୬ ଓ ୨୭ତାରିଖରେ ମଧ୍ୟ ବିଭିନ୍ନ ଏସ୍ପି ଅଫିସ ଘେରାଉ କରିଥିଲା ବିଜେପି। 

Advertisment
BJP Bolangir Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ