Advertisment

ବିଜେପିର ଗୌହାଟୀ ବ୍ଲୁ ପ୍ରିଣ୍ଟକୁ ଦେଖି ବିଜେଡିର କାଉଣ୍ଟର ପ୍ଲାନ୍

ଫୋକସରେ ୨୦୧୯ରେ ହାରିଥିବା ୯ ଲୋକସଭା ଓ ୩୩ ବିଧାନସଭା ସିଟ୍। ବିଜେଡି ନେତାଙ୍କୁ ଟିକେଟର ଗ୍ରୀନ୍ ସିଗନାଲ୍ ସହ ଗ୍ରାଉଣ୍ଡ ୱାର୍କକୁ ଗୁରୁତ୍ୱ ଦେଇ ବିଜୟକୁ ସୁନିଶ୍ଚିତ କରିବା ଦିଗରେ କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।

ଅଦ୍ୟତନ ହୋଇଛି
undefined

BJP, BJD gears up for General Elections 2024

Advertisment

ବିଜେପିର ଗୌହାଟୀ ବ୍ଲୁ ପ୍ରିଣ୍ଟକୁ ଦେଖି ବିଜେଡିର କାଉଣ୍ଟର ପ୍ଲାନ୍। ଫୋକସରେ ହାରିଥିବା ୯ ଲୋକସଭା ଓ ୩୩ ବିଧାନସଭା। ଖାସ୍ ସେଥିପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି କରୁଛି ଶାସକ ଦଳ। ଦଳରେ ବଢୁଥିବା ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବାକୁ ସଙ୍ଗଠନରେ ପଦପଦବୀ ଦେଇ ଥଇଥାନ୍ କରାଯାଉଛି। ଯାହାକୁ ନେଇ ତେଜିଛି ରାଜନୀତି। ବିଜେପି ରାଜ୍ୟ ସଭାପତି ଅଭିଯୋଗ କରିଛନ୍ତି ବିଜେଡିରେ ଅସନ୍ତୋଷ ପ୍ରବଳ ଥିବାରୁ ଆଗକୁ ବିସ୍ପୋରଣ ହେବ।

Advertisment

ସାଧାରଣ ନିର୍ବାଚନ ପାଇଁ ସମର ସଜ୍ଜା। ସଙ୍ଗଠନ ସଜାଡ଼ିବାକୁ ଜୋରଦାର ପ୍ରୟାସ। ବିଜେପିର ଗୌହାଟୀ ବ୍ଲୁ ପ୍ରିଣ୍ଟକୁ ମାତ୍ ଦେବାକୁ ବିଜେଡିର କାଉଣ୍ଟର ପ୍ଲାନ୍ ଗୋଷ୍ଠୀ କନ୍ଦଳ ଦୂର ପାଇଁ ତାଳିପକା ଉଦ୍ୟମ। ୨୦୨୪ରେ କ୍ଷମତା ଦଖଲ ପାଇଁ ପ୍ରସ୍ତୁତ ହେଉଛି ଷ୍ଟ୍ରାଟେଜି। ମହାଲଢେଇ ପାଇଁ ସଜବାଜ। ଦିଲ୍ଲୀରୁ ଗୌହାଟୀ, ଗୌହାଟୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ବିଜେପିର ବୈଠକ ପରେ ବୈଠକ। ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ଲାଗିପଡିଲେଣି ଟିମ୍ ମନମୋହନ।

ଆଉ ବଢୁଥିବା ବିଜେପି ଓ ରାଜ୍ୟ ଦଖଲ ପାଇଁ ଏହାର ଗୌହାଟୀ ପ୍ଲାନକୁ ଦେଖି ବିଜେଡିର ସ୍ୱତନ୍ତ୍ର କାଉଣ୍ଟର ପ୍ଲାନ୍। ଫୋକସରେ ୨୦୧୯ରେ ହାରିଥିବା ୯ ଲୋକସଭା ଓ ୩୩ ବିଧାନସଭା ସିଟ୍। ବିଜେଡି ନେତାଙ୍କୁ ଟିକେଟର ଗ୍ରୀନ୍ ସିଗନାଲ୍ ସହ ଗ୍ରାଉଣ୍ଡ ୱାର୍କକୁ ଗୁରୁତ୍ୱ ଦେଇ ବିଜୟକୁ ସୁନିଶ୍ଚିତ କରିବା ଦିଗରେ କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ସେପଟେ ବିଜେପି ବି ଲୋକସଭା ପ୍ରବାସ ଯୋଜନା ମାଧ୍ୟମରେ ହାରିଥିବା ୧୩ ଲୋକସଭା କ୍ଷେତ୍ରରେ ପଦ୍ମ ଫୁଟାଇବାର ଯୋଜନା ନେଇ କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛି।

Advertisment

ଏଥିସହ ଅଳ୍ପ ଭୋଟରେ ହାରିଥିବା ବିଧାନସଭା ସିଟ୍ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଇ ସରକାର ଗଢିବାକୁ ଆବଶ୍ୟକ ସଂଖ୍ୟକ ସିଟ୍ ହାତେଇବାକୁ ପ୍ଲାନ୍ କରିଛି। ଏସବୁ ଭିତରେ ବିଜେଡିରେ ଅସନ୍ତୋଷ ପ୍ରବଳ ଥିବାରୁ, ଦଳରେ ବିସ୍ଫୋରଣ ହେବ, ଏବଂ ବିଜେପି ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଦଳର ରାଜ୍ୟ ମୁଖିଆ ମନମୋହନ ସାମଲ।

ସେପଟେ ବିଜେଡି ପାଇଁ ଅଡୁଆ ବଢାଇଛି ଦଳରେ ବଢୁଥିବା ଗୋଷ୍ଠୀକନ୍ଦଳ। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ବିଧାୟକ ଆଶାୟୀଙ୍କ ସଂଖ୍ୟା ଅଧିକ। ତେଣୁ ଅନ୍ତର୍ଦ୍ୱନ୍ଦ୍ୱକୁ ପ୍ରଶମିତ କରିବାକୁ ଜିଲ୍ଲାରେ ଦଳୀୟ ନେତାଙ୍କୁ ସଙ୍ଗଠନର ପଦପଦବୀ ଦେଇ ଥଇଥାନ କରାଯାଉଛି। ୬ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତି ସାଙ୍ଗକୁ ଏନ୍ . ଭାସ୍କର ରାଓଙ୍କୁ ଉପସଭାପତି ଓ ଈଶ୍ବର ପାଣିଗ୍ରାହୀଙ୍କୁ ସାଧାରଣ ସଂପାଦକ କରାଯାଇଛି। ଯେମିତିକି ବାଲେଶ୍ୱର ଜିଲ୍ଲା ସଭାପତି ଥିବା ରବୀନ୍ଦ୍ର ଜେନାଙ୍କୁ ବଦଳାଇ ତାଙ୍କ ସ୍ଥାନରେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।

Advertisment
BJP BJD Government
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ