Advertisment

ସ୍ୱାୟତ୍ତ ଶାସନ ଦିବସରେ ବିଜେଡି-ବିଜେପି ମୁହାଁମୁହିଁ: ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା...

କଟକ ବକ୍ସିବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି ଅନାବରଣ ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ।

 BJP and BJD

BJP and BJD

Advertisment

ସ୍ୱାୟତ ଶାସନ ଦିବସରେ ବିଜେଡି ବିଜେପି ମୁହାଁମୁହିଁ। କଟକ ବକ୍ସିବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି ଅନାବରଣ ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ। ବିଜେଡି କର୍ମୀଙ୍କ ଗହଣରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆସିଥିବା ବେଳେ ସେଠାରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତ୍ତୃହରି ମହତାବ । ଏହାପରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ହୋ ହଲ୍ଲା ଓ ପାଟିତୁଣ୍ଡ ହୋଇଥିଲା । 

Advertisment

ଉଭୟ ଦଳର କର୍ମୀ ନାରାବାଜି କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ତେବେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି । 

ଏପଟେ ଅସରାଏ ବର୍ଷାରେ ଜଳବନ୍ଦୀ ହେଉଛି ରାଜଧାନୀ। ଭୁବନେଶ୍ବର ଇସ୍କନ ମନ୍ଦିର ରାସ୍ତାରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେଉଛି । କେତେବେଳେ ମୁକୁଳା ଡ୍ରେନରେ ବି ଯାଉଛି ଜୀବନ। ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ଯୋଗ ଦେଇ ରାଜଧାନୀରେ ବର୍ଷା ଦିନେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

ଭୁବନେଶ୍ବର ପ୍ରକୃତରେ କଣ ସ୍ମାର୍ଟ ବୋଲି ପ୍ରଶ୍ନ କରିଥିଲେ। ଭୁବନେଶ୍ବରକୁ ସ୍ମାର୍ଟ କରିବାକୁ ହେଲେ ପାନୀୟ ଜଳ, ଡ୍ରେନେଜ୍, ସ୍ବାସ୍ଥ୍ୟ, ବିଜୁଳି ଆଦି ସମସ୍ୟାର ସମାଧାନ ଆବଶ୍ୟକ। ରାଜନୀତିରୁ ଉର୍ଦ୍ଧ୍ବରେ ରହି କାମ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାର ସମସ୍ତଙ୍କୁ ନିରପେକ୍ଷ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି। 

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ