Advertisment

ଆୱାର୍ଡ ପରେ ସେଲିବ୍ରେସନ୍‌ ପାଇଁ ଏତେ ତରବର କାହିଁକି?

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଆୱାର୍ଡ, ଜୋସ୍‌ରେ ବିଜେଡି କ୍ୟାମ୍ପ । ଗତକାଲି ଦିଲ୍ଲୀରେ ଗ୍ରାଣ୍ଡ ସେଲିବ୍ରେସନ୍ ପରେ ଆସନ୍ତାକାଲି ଭୁବନେଶ୍ୱରେ ଶକ୍ତି ପ୍ରଦର୍ଶନ କରିବ ଶଙ୍ଖ ।

ଅଦ୍ୟତନ ହୋଇଛି
undefined

BJD Workers Prep Up For Grand Celebration

Advertisment

ଦିନକୁ ଦିନ ପୁରୁଣା ହେଉଥିବା ବ୍ରାଣ୍ଡ ନବୀନକୁ ଚମକ ଦେବାକୁ ବିଜେଡିର ଶକ୍ତି ପ୍ରଦର୍ଶନ । ଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ୍ ସଂସ୍ଥା ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ପୁରସ୍କାର ପାଇ କାଲି ଓଡ଼ିଶା ଫେରୁଛନ୍ତି ନବୀନ । ଆଉ ଖାସ୍ ସେଥିପାଇଁ ତାଙ୍କୁ ସ୍ୱାଗତ କରିବା ସହ ଦଳର ପତିଆରା ପ୍ରଦର୍ଶନ ଲାଗି ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ଦଳର ବିଶାଳ ରାଲି କାର୍ଯ୍ୟକ୍ରମ ରହିଛି । ତେବେ ଏକ ବେସରକାରୀ ସଂଗଠନର ପୁରସ୍କାର ଓ ଏହାକୁ ନେଇ ଯେଉଁ ମାତ୍ରାରେ ସେଲିବ୍ରେସନ୍ କରାଯାଉଛି, ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ବିଶ୍ୱସନୀୟତା ନଥିବା ସଂସ୍ଥା ପକ୍ଷରୁ ନବୀନ ଦିଆଯାଇଥିବା ଆୱାର୍ଡ ନେଇ ବର୍ଷିଛନ୍ତି ବିରୋଧୀ ।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଆୱାର୍ଡ, ଜୋସ୍‌ରେ ବିଜେଡି କ୍ୟାମ୍ପ । ଗତକାଲି ଦିଲ୍ଲୀରେ ଗ୍ରାଣ୍ଡ ସେଲିବ୍ରେସନ୍ ପରେ ଆସନ୍ତାକାଲି ଭୁବନେଶ୍ୱରେ ଶକ୍ତି ପ୍ରଦର୍ଶନ କରିବ ଶଙ୍ଖ । ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଛାଇ ଗଲାଣି ନବୀନଙ୍କ ବଡ଼ବଡ଼ ହୋଡିଂ । ପ୍ରସ୍ତୁତ ହୋଇଛି ମଂଚ । ଆୟୋଜନରେ ଯେମିତି କିଛି କମ୍ ରହିନଯାଏ ତାର ତଦାରଖ କରୁଛି ବିଜେଡିର ଏକ ଟିମ୍ ।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କୁ ରାଜଧାନୀକୁ ଆଣିବା ପାଇଁ ବିଧାୟକମାନଙ୍କୁ ଦିଆଯାଇଛି ଦାୟିତ୍ୱ । ୨୦୧୮ରେ ନବୀନ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ଯେଉଁଭଳି ରାଲି କରାଯାଇଥିଲା, ଠିକ୍ ସେହି ଢାଞ୍ଚାରେ ଏଥର ବି ବଡ଼ ଆୟୋଜନ କରିଛିି ଦଳ । ତେବେ କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ପୁରସ୍କାରକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ସାରା ଦେଶରେ ଜଣେ ତୁଙ୍ଗ ନେତାର ପରିଚୟ ରଖିଥିବା ନବୀନଙ୍କୁ, ସେତେଟା ପ୍ରସିଦ୍ଧି ନଥିବା ଏକ ସଂସ୍ଥା ପକ୍ଷରୁ ପୁରସ୍କୃତ କରାଯିବା ଓ ତାକୁ ଦଳ ଯେପରି ପ୍ରଚାର ପ୍ରସାର କରୁଛି, ତାହାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ବିରୋଧୀ ବି ଏହାକୁ ନେଇ ବର୍ଷିଛନ୍ତି ଆଉ କହିଛନ୍ତି, ଏହା କେବଳ ଏକ ଡ୍ରାମା । ନିଜକୁ ବଡ଼ କରି ଦେଖାଇବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏନେଇ ଜବାବ ରଖିଛି ବିଜେଡି ।

ବିଶ୍ୱସନୀୟତା ନଥିବା ଏକ ସଂସ୍ଥାଠାରୁ ନବୀନ ପୁରସ୍କୃତ ହେବା ପରେ କାହିଁକି ଏଭଳି ବଡ଼ ସେଲିବ୍ରେସନ୍‌ର ଆୟୋଜନ କରୁଛି ବିଜେଡି? ପୁରସ୍କାର ଆଳରେ କାହିଁକି ଏକ ବଡ଼ ମାହୋଲ ବନାଇବାକୁ ଚେଷ୍ଟା କରୁଛି ଦଳ ? କଣ ବ୍ରାଣ୍ଡ୍ ନବୀନ ଧୀରେ ଧୀରେ ଫିକା ପଡୁଛି କି ? କାରଣ କ୍ଷମତା ରାଜନୀତିରେ ନବୀନଙ୍କ ୨୫ ବର୍ଷ ପୂର୍ତ୍ତିକୁ ଦଳ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର କରୁଛି ।

Advertisment

ତାଛଡ଼ା ଗତ ଦୁଇବର୍ଷ ହେଲା କୋଭିଡ୍ ପାଇଁ ବିଜେଡି ସେଭଳି କୌଣସି ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିପାରିନଥିଲା । ତେବେ ନବୀନ ପୁରରସ୍କାର କି ଆଳ କରି ବିଜେଡିର ଏଭଳି ବଡ଼ ଯୋଜନ ପଛରେ ଅନ୍ୟ ଯେଉଁ କେତୋଟି କାରଣକୁ ନେଇ ଚର୍ଚ୍ଚା ହେଉଛି ।ସେଗୁଡ଼ିକ ହେଲା, ସ୍ଥାଣୁ ହୋଇଯାଇଥିବା ଦଳୀୟ କର୍ମୀଙ୍କୁ ସକ୍ରିୟ କରିବା, କେନ୍ଦ୍ର ବିରୋଧରେ ବିଜେଡି ଆଉ ଗର୍ଜନ କରୁନି ବୋଲି ଚର୍ଚ୍ଚା ଭିତରେ କାଳେ ହାତରୁ ଭୋଟ୍ ଖସିଯିବ ତାକୁ ବଜାୟ ରଖିବା ଓ ବିଜେପି ଏବେ ଓଡ଼ିଶାକୁ ଫୋକସ୍ କରୁଥିବାରୁ ତାକୁ କାଉଣ୍ଟର କରିବା ।

ବିଗତ କିଛି ମାସରେ କେନ୍ଦ୍ର ବିରୋଧରେ ବିଜେଡି ସ୍ୱର ଏକପ୍ରକାର ନରମ ହୋଇଛି । ତେଣୁ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଓ ନବୀନଙ୍କ ଭାବମୂର୍ତ୍ତି ଦ୍ୱାରା ୨୦୨୪ ନିର୍ବାଚନ ପାର ହେବା ପାଇଁ ଯୋଜନା ରଖିଛି ବିଜେଡି । ଯାହାର ପ୍ରୟାସ ଏହି କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଛି ।

ରିପୋର୍ଟର- ଜଗଦୀଶ ଦାସ ଓ ହରିହର ଚାନ୍ଦ

Naveen Patnaik BJD CM Naveen Patnaik Award Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ