Advertisment

ଚାଲିଥିଲା ବିଜେପିର ମିଶ୍ରଣ ପର୍ବ, ମଞ୍ଚ ଉପରେ ଗଣ୍ଡଗୋଳ କଲେ ବିଜେଡି କର୍ମୀ !

ବିଜେପିର ମିଶ୍ରଣ ପର୍ବ ଚାଲିଥିବାବେଳେ ଝାରସୁଗୁଡା ବିଧାୟିକା ଦିପାଳୀ ଦାଶ ଏବଂ ତାଙ୍କ ପରିବାର ଲୋକଙ୍କ ଇଙ୍ଗିତରେ ଏଭଳି କରାଯାଇଥିବା ଅଭିଯୋଗ କରିଛନ୍ତି BJP ନେତା ଟଙ୍କଧର ତ୍ରିପାଠୀ।

BJP programme

BJP programme

Advertisment

ବିଜେପି ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କ ଗଣ୍ଡଗୋଳ ଅଭିଯୋଗ। ଝାରସୁଗୁଡା ଲଇକେରା ଝରିଆବାହାଲଠାରେ ୪ଟି ପଞ୍ଚାୟତର ଲୋକଙ୍କୁ ନେଇ ବିଜେପି ମିଶ୍ରଣ ପର୍ବ ଆୟୋଜନ କରୁଥିଲା। କିନ୍ତୁ ଏହି ମିଶ୍ରଣ ପର୍ବ ବେଳେ ମଞ୍ଚରେ ଦେଖିବାକୁ ମିଳିଥିଲା ଅପ୍ରୀତିକର ସ୍ଥିତି। ମିଶ୍ରଣ ପର୍ବ ପୂର୍ବରୁ ମଂଚ ଉପରେ ଚେୟାର ଫିଙ୍ଗା ଫୋପଡା ସହ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା।

Advertisment

ତେବେ ବିଜେପିର ମିଶ୍ରଣ ପର୍ବ ଚାଲିଥିବାବେଳେ ଝାରସୁଗୁଡା ବିଧାୟିକା ଦିପାଳୀ ଦାଶ ଏବଂ ତାଙ୍କ ପରିବାର ଲୋକଙ୍କ ଇଙ୍ଗିତରେ ଏଭଳି କରାଯାଇଥିବା ଅଭିଯୋଗ କରିଛନ୍ତି BJP ନେତା ଟଙ୍କଧର ତ୍ରିପାଠୀ। ତେବେ BJP ପକ୍ଷରୁ ହୋଇଥିବା ଏହି ଅଭିଯୋଗ ନେଇ ବିଧାୟିକା ଦିପାଳୀ ଦାସଙ୍କ ପ୍ରତିକିୟା ମିଳି ନ ଥିବାବେଳେ ଝାରସୁଗୁଡା ତେବେ ଭାରତୀୟ ଜନତା ପାର୍ଟି ହତାଶ ହୋଇ ଏଭଳି କରୁଛି ବୋଲି କହିଛନ୍ତି ଜିଲ୍ଲ ବିଜେଡି ସଭାପତି।

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ