Advertisment

SpecialStory: ପଦାରେ ପଡିଲା ଦଳର ଅର୍ନ୍ତକନ୍ଦଳ; ବିଜେଡି ବିରୁଦ୍ଧରେ ବିଜେଡି ଜିତିଗଲା

ବୁଧବାର ବିଜେଡିର ପୌରାଅଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଅନାସ୍ଥା ଭୋଟରେ ଗାଦି ହରାଇ ବସିଲେ। ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟରେ ୧୬ ଜଣ ବିଜେଡି କାଉନସିଲର ସଙ୍ଗିତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ। ହେଲେ ୬ ଜଣ ବିଜେଡି କାଉନସିଲର ପିଙ୍ଗୁଆଙ୍କୁ ସପୋର୍ଟ କରି ଭୋଟ ଦେବାରୁ ବିରତ ରହିଲେ।

ଅଦ୍ୟତନ ହୋଇଛି
https://otvkhabar.in/tag/jajpur

BJD

Advertisment

ବବି ବନାମ ଡାନି। ବବି ଜିତିଗଲେ ଆଉ ଡାନି ହାରିଗଲେ। ଯାଜପୁର ବ୍ୟାସନଗର ପୌର ପରିଷଦରେ ବିଜେଡି ବିରୁଦ୍ଧରେ ବିଜେଡି ଜିତିଗଲା। ପଦାରେ ପଡିଗଲା ଦଳର ଅର୍ନ୍ତକନ୍ଦଳ ।

Advertisment

ବୁଧବାର ବିଜେଡିର ପୌରାଅଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଅନାସ୍ଥା ଭୋଟରେ ଗାଦି ହରାଇ ବସିଲେ। ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟରେ ୧୬ ଜଣ ବିଜେଡି କାଉନସିଲର ସଙ୍ଗିତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ। ହେଲେ ୬ ଜଣ ବିଜେଡି କାଉନସିଲର ପିଙ୍ଗୁଆଙ୍କୁ ସପୋର୍ଟ କରି ଭୋଟ ଦେବାରୁ ବିରତ ରହିଲେ। ଚର୍ଚ୍ଚା ହେଉଛି କି ଯେଉଁ ୧୬ କାଉନସିଲର ସଙ୍ଗିତାଙ୍କ ବିରୁଦ୍ଧରେ ଭୋଟ ଦେଲେ ସମସ୍ତେ ଯାଜପୁର ବିଜେଡି ନେତା ବବି ଦାସଙ୍କ ଦୃଢ ସମର୍ଥକ।

ଅଧିକ ପଢ଼ନ୍ତୁ: ସରିଲା ବିଧାନସଭା ବଜେଟ୍ ଅଧିବେଶନ; ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

Advertisment

ବବି ହିଁ ଏହି କାଉନସିଲରଙ୍କ ପଛରେ ରହି ବ୍ୟାସ ନଗରର ସମସ୍ତ କାମ କରିବାକୁ ଚାହୁଁଥିଲେ। ହେଲେ ପୌରାଧ୍ୟକ୍ଷା ସଙ୍ଗୀତା କିନ୍ତୁ ଏହାକୁ ବିରୋଧ କରିଥିଲେ। ଶୁଣିବାକୁ ମିଳେ ସଙ୍ଗୀତାଙ୍କ ପଛରେ ଥିଲେ ଆଉ ଜଣେ ଜଣା ଶୁଣା ବିଜେଡି ନେତା ପ୍ରିତିରଞ୍ଜନ ଘଡାଇ। କିଛି ଅଦୃଶ୍ୟ ଶକ୍ତି ଓ ନସ୍ତ ସ୍ବାର୍ଥ ପାଇଁ ମୋତେ ବିରୋଧ କରାଯାଇଥିଲା ବୋଲି ସଙ୍ଗୀତା କହିଛନ୍ତି। ତେବେ ସେ ଏଅହା ବିରୁଦ୍ଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କୋର୍ଟ ଯାହା ନିସ୍ପତ୍ତି ନେବେ।

ଅଧ୍ୟକ୍ଷାଙ୍କ ମନମାନି ଯୋଗୁ ଅନାସ୍ଥା ଆଣିବାକୁ ବାଧ୍ୟ ହୋଇଥିବା ଉପାଧ୍ୟକ୍ଷ ସୁବାସ ବଳ ଓ ବିରୋଧୀ ପାରିଷଦ ମାନେ କହିଛନ୍ତି। ବିଜେଡି ବିରୁଦ୍ଧରେ ବିଜେଡି ନୁହେଁ ଅଧର୍ମ ଉଅପରେ ଧର୍ମର ଜୟ ହୋଇଛି ବୋଲି ସେମାନେ କହିଛନ୍ତି।

Advertisment

ନିର୍ବାଚନ ଅଧିକାରୀ ଭାବେ ଏହି ଅନାସ୍ଥା ଭୋଟକୁ ପରିଚାଳନା କରିଥିଲେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ। ତେବେ ଆଜିର ଏହି ଅନାସ୍ଥା ଭୋଟରେ 20 ଟି ଯାକ ଭୋଟ ଅନାସ୍ଥା ସପକ୍ଷରେ କାଷ୍ଟିଂ ହୋଇଥିବା ଏଡିଏମ୍ ଶ୍ରୀ ନନ୍ଦ ସ୍ବୀକାର କରିଛନ୍ତି। ଲିଖିତ ମତେ ଫଳାଫଳ ପତ୍ରରେ ଏଡିଏମ୍ ସ୍ୱାକ୍ଷର କରିଥିଲେ ହେଁ କୋର୍ଟରେ ମାମଲାଥିବାରୁ ସରକାରୀ ଭାବେ ଘୋଷଣା କରିବାକୁ ମନା କରିଥିଲେ।

ଅଧିକ ପଢ଼ନ୍ତୁ: ଯୋଗାଣ ମନ୍ତ୍ରୀଙ୍କ ଅଭିଯୋଗ; ‘ବିଜେଡି ପାଇଁ ବନ୍ଦ ହୋଇଥିଲା ଗହମ ଯୋଗାଣ’

BJD Jajpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ