Advertisment

ରାଜ୍ୟରେ ସବୁ ଆସନରେ ଲଢ଼ିବ ବିଜେଡି, ସୋସିଆଲ ମିଡିଆରେ ସ୍ପଷ୍ଟ କଲେ ବବି ଦାସ

ମେଣ୍ଟ ଚର୍ଚ୍ଚା ଉପରେ ବିଜେପି ପୂର୍ଣ୍ଣଚ୍ଛେଦ ପକାଇବା ପରେ, ବିଜେଡି ବି ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛି ।

BJD

BJD

Advertisment

ଆଗାମୀ ନିର୍ବାଚନରେ ସବୁ ସିଟ୍‌ରେ ଲଢ଼ିବ ବିଜେଡି । ମେଣ୍ଟ ଚର୍ଚ୍ଚା ଉପରେ ବିଜେପି ପୂର୍ଣ୍ଣଚ୍ଛେଦ ପକାଇବା ପରେ, ବିଜେଡି ବି ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପୋଷ୍ଟ ପରେ, ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ପୋଷ୍ଟ କରିଛନ୍ତି। ବିଜେଡି ସମସ୍ତ ଆସନରେ ଲଢ଼ିବ ବୋଲି ପୋଷ୍ଟ କରିଛନ୍ତି ବବି । ଲେଖିଛନ୍ତି, ବିଜେଡି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଲଢ଼ିବ । ଲୋକଙ୍କ ସମର୍ଥନରେ ନବୀନଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶ ସିଟ୍ ପାଇବୁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

Advertisment

ତେବେ ଏହା ପୂର୍ବରୁ ବେଶ୍ କିଛି ଦିନ ଧରି ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା, ଆକଳନ, ସସ୍ପେନ୍ସ ଉପରେ ଏକଦମ୍ ଫୁଲଷ୍ଟପ୍। ଏକାଠି ନୁହେଁ ରାଜ୍ୟରେ ଏକାକି ଲଢ଼ିବ ବିଜେପି। ଆଜି ଅପରାହ୍ଣରେ ସୋସିଆଲ ମିଡିଆରେ ପୋଷ୍ଟ କରି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି କହିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସମାଲ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ଲାଗି ବିଜେପି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ। ଡବଲ୍ ଇଞ୍ଜିନ୍ ସରକାର ଯେଉଁଠି ବିକାଶ ସେଇଠି ଦର୍ଶାଇ ପୂରା ୨୦୨୪ ପାଇଁ ଯୁଦ୍ଧ ରେଖା ଟାଣି ଦେଇଥିଲେ ମନମୋହନ।

BJD Pranab Prakash Das General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ