Advertisment

ବିଲ୍ ପାଇଁ ମହାଭାରତ, କୁଜଙ୍ଗରେ ବିଡିଓଙ୍କୁ ବିଜେଡି ମାଡ଼ !

ତେଜିଲା ପାରାଦୀପ ରାଜନୀତି । ଜାଣିଶୁଣି ବିଲ୍ ବନ୍ଦ କଲେ ନିଆଁ ଜଳିବା ନେଇ ଶଙ୍ଖ ଦଳର ଚେତାବନୀ ।

undefined

Paradeep Politics

Advertisment

ବକେୟା ବିଲ୍ ପାଇଁ ବିଜେଡିର ଅକଲ ଗୁଡୁମ୍। କୁଜଙ୍ଗରେ ତେଜିଲା ହିଂସା। ବିଡିଓଙ୍କୁ ବିଜେଡି ଜନପ୍ରତିନିଧିଙ୍କ ମାଡ଼ ପରେ ଜୋର୍ ଧରିଲା ପାରାଦୀପ ରାଜନୀତି। ବିଜେଡି ଚେତାବନୀ ଦେଇଛି, ଜାଣିଶୁଣି ବିଲ୍‌କୁ ବନ୍ଦ କଲେ ନିଆଁ ଜଳିବ।

Advertisment

ବିଲ୍ ପାଇଁ ମହାଭାରତ! ସରଗରମ ପାରାଦୀପ ରାଜନୀତି। ବିଡିଓଙ୍କ ଉପସ୍ଥିତିରେ ହାତାହାତି, ଉଚ୍ଚବାଚ। ଗଡ଼ ହରାଇଥିବା ବିଜେଡି ଏବେ ରକ୍ତମୁଖା! ନିର୍ବାଚନ ମଣ୍ଡଳୀରେ ଭୋଟ୍ ପୂର୍ବର ବିଭିନ୍ନ ପୁରୁଣା କାମର ବିଲ୍ ବନ୍ଦ କରାଯାଇଥିବାରୁ କୁଜଙ୍ଗ ବିଡିଓଙ୍କୁ ବିଜେଡି ଜନ ପ୍ରତିନିଧିମାନେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଖୋଦ୍ ବିଡିଓ। ଏପରିକି ସାଦା କାଗଜରେ ତାଙ୍କଠାରୁ ଦସ୍ତଖତ ନିଆଯାଇଥିବା କଥା ବି FIRରେ ଉଲ୍ଲେଖ କରିଛନ୍ତି।

ଗତ ୧୧ ତାରିଖରେ ଏ ଘଟଣା ପରେ ଗଲାକାଲି ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ ଓ ବାପି ସର୍ଖେଲ ସିଧାସଳଖ ପ୍ରେସମିଟ୍ କରି ଧମକ ଦେଇଛନ୍ତି। କହିଛନ୍ତି ବିଲ୍ କ୍ଲିୟର ନହେଲେ ନିଆଁ ଜଳିବ। ରଣାଙ୍ଗନ ପାଲଟିବ। ଖାଲି ସେତିକି ନୁହେଁ, ବିଲ୍ ବନ୍ଦ ଲାଗି ବିଜେପି ସରକାର ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆଣି ତା ବିରୋଧରେ ଆଗାମୀ ୨୦ ତାରିଖରେ କୁଜଙ୍ଗରେ ପ୍ରତିବାଦ କରାଯିବ ବୋଲି କହିଛନ୍ତି।

Advertisment

ଏଠି ପ୍ରଶ୍ନ କାହିଁକି ବନ୍ଦ ହେଲା ବିଲ୍ ପେମେଣ୍ଟ? ଦୁର୍ନୀତିର ଗନ୍ଧ ବାରିଲେ କି ନୂଆ ସରକାର? ଦୁଇ ମାସ ତଳେ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ସାଂସଦ ବିଭୁପ୍ରସାଦ ତରାଇ କୁଜଙ୍ଗ ବ୍ଲକ୍‌ରେ ସମୀକ୍ଷା ବୈଠକ କରିଥିଲେ। ଯେଉଁଥିରେ ଧରାପଡ଼ିଥିଲା କିପରି 5T ନାଁରେ କାମରେ ଅନିୟମିତତା ହୋଇଥିଲା। କେମିତି ଫଲ୍ସ ବିଲ୍ ଦିଆଯାଇଥିଲା।

ସେପଟେ ବିଜେଡିକୁ କାଉଣ୍ଟର କରି ଆଜି ବିଜେପି ପାରାଦ୍ବୀପରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛି, ବିଜେଡି ନିଜ ଦୁର୍ନୀତିକୁ ଲୁଚାଇବାକୁ ବିଜେପିକୁ ଦାୟୀ କରୁଛନ୍ତି। ଗୁଣ୍ଡାଗର୍ଦ୍ଦିର କଥା କହୁଛନ୍ତି। ସତ୍ତା ହରାଇଥିବାରୁ ବିଜେଡି ନେତା ବାଉଳି ହେଉଛନ୍ତି ବୋଲି ପାଲଟା ଅଭିଯୋଗ ଆଣିଛି ବିଜେପି। ପ୍ରତିବାଦ କରିବାକୁ ବିଜେଡି ସଜବାଜ ହେଉଥିବା ବେଳେ ଦେଖିବା କଥା ଏହାକୁ କେମିତି କାଉଣ୍ଟର କରୁଛି ବିଜେପି।

Advertisment

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ