Advertisment

ବିଜେଡିକୁ ଘାରିଛି ପଦଯାତ୍ରା ଟେନସନ୍, ଖୋଲା ମଂଚରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛନ୍ତି ସ୍ଥାନୀୟ ନେତା

ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ ?ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ?

ଅଦ୍ୟତନ ହୋଇଛି
undefined

BJD Padayatra

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଘାରିଛି ପଦଯାତ୍ରା ଟେନସନ୍ । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସମାନ୍ତରାଳ ପଦଯାତ୍ରା, ଦଳର ଅଡୁଆକୁ ବଢାଇଛି। ସ୍ଥିତି ଏମିତି ଯେ କିଛି ସ୍ଥାନରେ ସୁପ୍ରିମୋଙ୍କ ଘୋଷଣାକୁ ଅପେକ୍ଷା ନ କରି ସ୍ଥାନୀୟ ନେତା ବି ଖୋଲା ମଂଚରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଦେଲେଣି । ଯେଉଁସବୁ କାରଣକୁ ନେଇ ଦଳ ଭିତରେ ଗଣ୍ଡଗୋଳିଆ ସ୍ଥିତି ବଢୁଛି, ଫାଟ ଜଳ ଜଳ ପଦାକୁ ଦିଶୁଛି ।

Advertisment

ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ ?ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ? ଗତ ଉପ-ନିର୍ବାଚନରେ ବିଜେପିଠୁ ହାର୍‌ର ସାମ୍ନା କରିଥିବା ବିଜେଡି, ଗଡ଼ ଜିତିବାକୁ ଏଥର ବଡ଼ ରଣନୀତି କରୁଛି । ପ୍ରାର୍ଥୀ କିଏ ହେବେ, ଏଯାଏଁ ସସ୍ପେନ୍ସ । ହେଲେ ଭଦ୍ରକ ସାଂସଦଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କିନ୍ତୁ ଧାମନଗର ପାଇଁ ପ୍ରାର୍ଥୀ ଘୋଷଣା କରିଦେଇଛନ୍ତି ।

Advertisment

ଖୋଲା ମଂଚରେ ମୁକ୍ତିକାନ୍ତ କହୁଛନ୍ତି ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ । ଆଉ ଧାମନଗରର ୧୧ତମ ବିଧାୟକ ହେବାକୁ ଡାକ୍ତର ସଂଜୟ ଦାସ। ଦଳର ଏ ପଦଯାତ୍ରା କାର୍ଯ୍ୟକ୍ରମରେ ସଂଜୟ ବି ଅଛନ୍ତି । ବିଜେଡି ସୁପ୍ରିମୋ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ମୁକ୍ତିକାନ୍ତ ଖାଲି ସଂଜୟଙ୍କ ନାଁକୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରି ନାହାନ୍ତି, ଆଗୁଆ ବିଧାୟକ ବି କରିସାରିଲେଣି। ତେବେ ଓଟିଭିକୁ ଫୋନରେ ପ୍ରତିକ୍ରିୟା ଦେଲାବଳେ ଟିକେ କଥା ବୁଲେଇ ଯଦି ମୁଖ୍ୟମନ୍ତ୍ରୀ ସଂଜୟଙ୍କୁ ଟିକଟ ଦିଅନ୍ତି ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ମୁକ୍ତିକାନ୍ତ ।

ଏପଟେ ରାଜ୍ୟ ସାରା ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସମାନ୍ତରାଳ ପଦଯାତ୍ରା ଓ ଗୋଷ୍ଠୀ କନ୍ଦଳକୁ ନେଇ ଟେନସନରେ ବିଜେଡି। ଏଇ ଯେମିତି କେନ୍ଦ୍ରାପଡା ରାଜନଗର ନିର୍ବାଚନ ମଣ୍ଡଳୀ । ଗୋଟିଏ ପଟେ ବିଧାୟକ ଧ୍ରୁବ ସାହୁଙ୍କ ପଦଯାତ୍ରା, ତ ତାଙ୍କୁ କାଉଣ୍ଟର କରିବାକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ପଢିହାରୀଙ୍କ ପଦଯାତ୍ରା । ନୀଳଗିରି ନିର୍ବାଚନ ମଣ୍ଡଳୀରେ ବି ବିଜେଡି ଦୁଇଫାଳ । ଏଠି ଗତଥରର ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ବିରୋଧରେ ଅସନ୍ତୋଷ ବଢୁଛି । ତାଙ୍କୁ ବିରୋଧ କରି ଔପଦା ବ୍ଲକରେ ବନ୍ଧୁମିଳନ ଆଳରେ ମେଳି ହୋଇଛନ୍ତି ଅସନ୍ତୁଷ୍ଟ କର୍ମୀ ।

Advertisment

ଆଉ ଏ ହେଉଛି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଜହ୍ନିକୁଦା ଅଞ୍ଚଳର ଦୃଶ୍ୟ । ୨୮ ନମ୍ବର ଜିଲ୍ଲା ପରିଷଦ ଜୋନର ସଦସ୍ୟ କୈଳାଶ ପରିଡା ବିଭିନ୍ନ ସ୍ଥାନରେ ସଭା କରୁଥିବାରୁ ପୂର୍ବତନ ବିଧାୟକ ସଂଜୟ ଦାସବର୍ମାଙ୍କ ଗୋଷ୍ଠୀ କୈଳାଶଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏକଦା ସଂଜୟଙ୍କ ଖାସ୍ ଥିଲେ କୈଳାସ । ହେଲେ ଏବେ ସ୍ଥିତି ବଦଳି ଯାଇଛି । କୈଳାସଙ୍କୁ ସଂଜୟଙ୍କ ସମର୍ଥକମାନେ ବିରୋଧ କରୁଥିବାରୁ ଏନେଇ ସଂଜୟଙ୍କ ନାଁରେ ଅଭିଯୋଗ କରିବେ ବୋଲି କହିଛନ୍ତି କୈଳାସ।
ତେବେ ବିଜେଡିରେ ଏବେ ଏ ସ୍ଥିତି କାହିଁକି? କ'ଣ ପାଇଁ ଗୋଷ୍ଠୀକନ୍ଦଳ, ସମାନ୍ତରାଳ ପଦଯାତ୍ରା ? କୁହାଯାଉଛି, ଏବେ ଯେଉଁ ସିଷ୍ଟମରେ ବିଜେଡି ରାଜନୀତି ଚାଲିଛି ତାକୁ ନେଇ ଅସନ୍ତୋଷ ବଢୁଛି। ଫଳରେ ଆଶାୟୀ ବିଧାୟକଙ୍କୁ ଟକ୍କର ଦେବାକୁ ଯାଇ ଦଳ ଭିତରେ ପାୱର ସୋ ବଢୁଛି। ତେବେ ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି, ପଦଯାତ୍ରା ପାଇଁ ବିଧାୟକମାନଙ୍କୁ ଦାୟିତ୍ୱ ଦିଆଯାଉଛି। ଏହା ବାହାରେ ଯେଉଁମାନେ କରୁଛନ୍ତି ସେମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି । ୨୪ ମହାଲଢ଼େଇ ଆଗରୁ ଦଳରେ ବଢୁଥିବା ଏ ଗୋଷ୍ଠୀ କନ୍ଦଳ ବିଜେଡି ନେତୃବୃନ୍ଦଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିବ ବୋଲି କୁହାଯାଉଛି ।

Odisha News Odisha BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ