Advertisment

ଏଥର ବିଧାନସଭାରେ ନବ ଦାସ ହତ୍ୟାର ଏକ୍ସପୋଜ କରିବେ ଜୟନାରାୟଣ !

‘ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ମୁଁ ଖୋଲା ଡିବେଟ୍‌ ପାଇଁ ପ୍ରସ୍ତୁତ ।’

ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

Advertisment

ରାଜ୍ୟ ସରକାର ଓ ବିଜେଡିକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଚେତାବନୀ । ସେ କହିଛନ୍ତି, ବିଧାନସଭାର ଆଗାମୀ ଅଧିବେଶନରେ ନବ ଦାସ ହତ୍ୟାକାଣ୍ଡର ଏକ୍ସପୋଜ ହେବ । ଘଟଣା ପଛରେ ଅନେକ ରହସ୍ୟ ରହିଛି । ଅଭିଯୁକ୍ତଙ୍କୁ ଖସେଇ ଦେବାକୁ ପୋଲିସ ଚେଷ୍ଟା କରୁଛି । ଜୟ ନାରାୟଣ କହିଛନ୍ତି, ‘ମୋତେ ମ୍ୟାନେଜ ନ କରି ପାରିବାରୁ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଇଛି । ମୁଁ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ସେମାନେ ଭୟଭୀତ ହୋଇ ଯାଇଛନ୍ତି । ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ମୁଁ ଖୋଲା ଡିବେଟ୍‌ ପାଇଁ ପ୍ରସ୍ତୁତ ।’

Advertisment

ଖାଲି ସେତିକି ନୁହେଁ, ‘ବିଧାନସଭାରେ ବି ଯଦି ମୋ ବିଷୟ ସେମାନେ ଉଠେଇବେ ମୁଁ ଆଲୋଚନା ପାଇଁ ପ୍ରସ୍ତୁତ ଅଛି । ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀ ମାନେ ମୋ ବିରୁଦ୍ଧରେ ଏଇ ପ୍ରକାର ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି ବୋଲି କହିଛନ୍ତି ଜୟନାରାୟଣ ।’

ଏହାର ଜବାବରେ ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି, ବିଧାନସଭାରେ ବିରୋଧୀ ଯାହା ଉଠାଇବେ, ଆମେ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ରାଜନୀତିରେ ଶାଳୀନତା ରହିବା ଦରକାର ।

Advertisment

ଅନ୍ୟପଟେ ଆଜି ମଧ୍ୟ ଜୟ ନାରାୟଣଙ୍କ ଘର ଆଗରେ ମହିଳାଙ୍କ ଦ୍ୱାରା ବିକ୍ଷୋଭ ଦେଖିବାକୁ ମିଳିଛି । ପ୍ରଗତି ଫାଉଣ୍ଡେସନ ପକ୍ଷରୁ ବିକ୍ଷୋଭ କରାଯାଇଛି । କିଛି ମହିଳା ଏକାଠି ହୋଇ ନାରାବାଜି କରିଛନ୍ତି । ସେମାନେ ଜୟ ନାରାୟଣଙ୍କ ଇସ୍ତଫା ଦାବି କରିଛନ୍ତି । କିନ୍ତୁ ସେମାନେ କଣ ପାଇଁ ବିକ୍ଷୋଭ କରିଛନ୍ତି, ଠିକ୍ ଭାବେ କହିପାରିନାହାନ୍ତି । ଏହାକୁ ନେଇ ଜୟ ନାରାୟଣ ମିଶ୍ର କହିଛନ୍ତି, ଗତକାଲି କିନ୍ନରମାନେ ବିକ୍ଷୋଭ କରିବାକୁ ଆସିଥିଲେ । ସେମାନେ ମିଠା ଖାଇ ଆଶୀର୍ବାଦ କରି ଯାଇଛନ୍ତି ।

ଆଜି ଯେଉଁ ବିକ୍ଷୋଭ ହେଇଛି ସେମାନେ ଗତକାଲି ମୋ ଘରକୁ ଆସି କହିଥିଲେ ଯେ ଆମକୁ ଉପରୁ ନିର୍ଦ୍ଦେଶ ଅଛି ବିକ୍ଷୋଭ କରିବାକୁ । ଆମେ ଆପଣଙ୍କ ଘର ଆଗରେ ଟିକିଏ ବିକ୍ଷୋଭ କରିବୁ । ନବ ଦାସଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନେ ଏ ସବୁ ପ୍ରାୟୋଜିତ ଭାବେ କରାଉଛନ୍ତି ।

Advertisment

BJD BJP Odisha Politics Jayanarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ