Advertisment

ଜଗଦୀପ ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି

NDA ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

ଅଦ୍ୟତନ ହୋଇଛି
BJD Support Dhankar

BJD Support Dhankar

Advertisment

ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି। ନାମାଙ୍କନ ଦାଖଲ ବେଳେ ବିଜେଡି ସାଂସଦ ଉପସ୍ଥିତ ରହିବେ।  ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।  NDA ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। 

Advertisment

ଏଥର ଏନଡିଏର ଜଗଦୀପ ଧନଖଡ଼ ବନାମ୍‌ ମାର୍ଗାରେଟ୍‌ ଆଲଭାଙ୍କ ମଧ୍ୟରେ ଫାଇଟ୍‌ ହେବ ।  ମାର୍ଗାରେଟ୍‌ ଆଲଭାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ଏନସିପି ସଭାପତି ଶରଦ ପାୱାର ମାର୍ଗାରେଟ୍‌ ଆଲଭାଙ୍କ ନାମ ଘୋଷଣା କରିଛନ୍ତି । ସେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି ।

ତେବେ ଆଗରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ କରିସାରିଛି। ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ସବୁ ବିଧାୟକମାନଙ୍କୁ ନବୀନ ମଧ୍ୟ ଅପିଲ କରିଥିଲେ । କେବଳ ସେତିକି ନୁହେଁ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକମାନଙ୍କୁ ସମର୍ଥନ କରିବାକୁ ଅପିଲ କରିଛନ୍ତି। 

Advertisment
BJD Vice President Candidate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ