Advertisment

ଯାଜପୁରରେ BJDର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ; କାହିଁକି ଆସିଲେନି ଅମର ? ବଢ଼ିଲା ଚର୍ଚ୍ଚା...

ବିଜେଡିର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି ।

ଅଦ୍ୟତନ ହୋଇଛି
Jajpur BJD

Jajpur BJD

Advertisment

ଯାଜପୁର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କ ଅନୁପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା। ବୈଠକକୁ ଡକା ଯାଇନଥିଲା ନା ବୈଠକକୁ ଗଲେନି ଅମର। ଏହାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଅମର ଶତପଥୀ। 

Advertisment

ବିଜେଡିର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି । ଦଳ ଅଣଦେଖା କରୁଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଅମର କହିଛନ୍ତି ମୁଁ ସେ ସମ୍ପର୍କରେ କିଛି ମତାମତ ଦେବାକୁ ଚାହୁଁନି । ଦଳ ସେ ବିଷୟରେ କହି ପାରିବ। 

ଏହା ପୂର୍ବରୁ ଅକ୍ଟୋବର ୨ ତାରିଖରେ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ବେଳେ ବଡ଼ଚଣାରେ ତିନି ଗୋଷ୍ଠୀ ଭିନ୍ନ ଭିନ୍ନ ପଦଯାତ୍ରାରେ ଆସି ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଥିଲା । ଅମର ଶତପଥୀ, ବର୍ଷା ପ୍ରିୟଦର୍ଶିନୀ ଓ ରାଜ ନାରାୟଣ ମହାପାତ୍ର ଭିନ୍ନ ଭିନ୍ନ ପଦଯାତ୍ରା କରିଥିଲେ ।

Advertisment
BJD Jajpur Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ