Advertisment

ନଡ୍ଡାଙ୍କ ବିଜେଡିମୁକ୍ତ ଆହ୍ୱାନ ପରେ ଉତ୍ସାହିତ ବିଜେପି କ୍ୟାମ୍ପ : ଲୋକଙ୍କ ପାଖକୁ ଯିବାକୁ ନୂଆ ରଣନୀତି

ଆଗକୁ ଜୋରଦାର୍ ଲଢ଼େଇ ହେବ

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ବିଜେଡି ମୁକ୍ତ ବନାମ୍ ବିଜେଡି ମୟ । ଓଡ଼ିଶାରେ ନଡ୍ଡାଙ୍କ ଆହ୍ୱାନ ପରେ ବିଜେପିର ମିଶନ୍, ଓଡ଼ିଶାକୁ ବିଜେଡି ମୁକ୍ତ କରି ଏଠାରେ ପଦ୍ମ ଫୁଟାଇବା । ବିରୋଧୀ ଦଳ ନେତା କହିଛନ୍ତି ଓଡିଶା ସରକାର ବିରୋଧରେ ଚାର୍ଜସିଟ୍ ତିଆରି ହୋଇ ଲୋକଙ୍କ ଆଗରେ ରଖାଯିବ । ଆଗକୁ ଜୋରଦାର୍ ଲଢ଼େଇ ହେବ । ସେପଟେ ବିଜେଡି ବି ଦମ୍ଭୋକ୍ତି ପ୍ରକାଶ କରିଛି । ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ । ସାରା ଓଡ଼ିଶା ହେବ ବିଜେଡି ମୟ ।

Advertisment

ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଦୁର୍ନୀତି, ଭ୍ରଷ୍ଟାଚାର, ଡୁପ୍ଲିକେଟ୍ ସରକାର କହି ନଡ୍ଡାଙ୍କ ନିଶାନା , ଆଉ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ବିଜେଡି ମୁକ୍ତ ଓଡ଼ିଶାର ଆହ୍ୱାନ । ରାଜ୍ୟ ସରକାରଙ୍କ ଉପରେ ଶାଣିତ ଆକ୍ରମଣ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ୨୪ ପାଇଁ ଦେଇଥିବା ରୋଡମ୍ୟାପକୁ ନେଇ ଜୋସରେ ରାଜ୍ୟ ବିଜେପି କ୍ୟାଂପ୍ । ନଡ୍ଡାଙ୍କ ମନ୍ତ୍ର ବିଜେପି ପାଇଁ ସଂଜୀବନୀ ହୋଇଛି ସତ, ହେଲେ କେମିତି ଏହାକୁ କାର୍ଯ୍ୟକାରୀ କରାଯିବ? ଏଥିପାଇଁ କଣ ହେବ ରଣନୀତି? ବୁଥ୍, ଶକ୍ତି କେନ୍ଦ୍ର, ମଣ୍ଡଳ, ବ୍ଳକ୍ ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ସଙ୍ଗଠନକୁ ମଜଭୁତ୍ କରିବା ଉପରେ ପ୍ରଥମେ ଫୋକସ୍ କରିବ ଦଳ । ତାପରେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ଓ ରାଜ୍ୟ ପ୍ରତି କେନ୍ଦ୍ରର ଅବଦାନକୁ ଗାଁ ଗାଁରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବ ।

ଖୁବ୍ ଶୀଘ୍ର ଦଳର ଚିନ୍ତନ ବୈଠକ ବସି ଚୂଡାନ୍ତ ରଣନୀତି ଉପରେ ମୋହର ବାଜିବ ବୋଲି ଜଣାପଡିଛି । ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର କହିଛନ୍ତି ଦୁର୍ନୀତି, ବ୍ୟଭିଚାର, ବେରୋଜଗାରୀ, ଚାଷୀ ସମସ୍ୟାକୁ ନେଇ ଚାର୍ଜସିଟ୍ ତିଆରି କରି ତାକୁ ଲୋକଙ୍କ ଆଗରେ ରଖାଯିବ । ପୂଜା ପରେ ଜୋରଦାର ହେବ ଲଢେଇ । ସେପଟେ ବିଜେଡି ବି କହିଛି ରାଜ୍ୟ ସରକାରଙ୍କ ସଫଳ ଯୋଜାନକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ । ଓଡ଼ିଶାକୁ ବିଜେଡି ମୟ କରିବୁ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ।

Advertisment

୨୦୧୯ ନିର୍ବାଚନ ପରଠାରୁ ବିଜେପି-ବିଜେଡି ଭିତରେ ମଧୁର ସଂପର୍କ ଥିବା ଚର୍ଚ୍ଚା ହେଉଥିଲା । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିଲେ, ନା ବିଜେଡି ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଅମିତ ଶାହଙ୍କୁ ସମାଲୋଚନା କରୁଥିଲା, ହେଲେ ନଡ୍ଡାଙ୍କ ଶାଣିତ ଆକ୍ରମଣ ପରେ କଣ ବଦଳିବ ଦୃଶ୍ୟପଟ୍ଟ? ଉଭୟ ଉଭୟେଙ୍କୁ କଣ ସତରେ ଏଥର କଡ଼ା ଟକ୍କର ଦେବେ ? ରାଜନୈତିକ ସମୀକ୍ଷକ କିନ୍ତୁ ଉଭୟଙ୍କ ମଧ୍ୟରେ ଜୋରଦାର ମୁକାବିଲାକୁ ନେଇ ଏବେ ସନ୍ଦୀହାନ ।

ଗୋଟିଏ ପଟେ ଜନତା ମୈଦାନରେ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଲା, ହେଲେ ବରମୁଣ୍ଡା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ କିନ୍ତୁ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଯେମିତି ଗର୍ଜନ କରିବା କଥା ତାହା କଲା ନାହିଁ । ଏହା ବିଜେଡିର କେଉଁ ଷ୍ଟ୍ରାଟେଜି, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

BJD BJP
Advertisment
Advertisment