Advertisment

ପିପିଲି ଗଡ଼ ବଜାୟ ରଖିବାର ୪ କାରଣ

ପିପିଲି ଉପନିର୍ବାଚନ ଫଳ ରାଜ୍ୟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ବିଜୟ, ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଆଣିବା ସହିତ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ବୁଷ୍ଟର ଭଳି କାମ କରିବ ବୋଲି କୁହାଯାଉଛି। କଂଗ୍ରେସ ଅମାନତ ହରାଉଥିବାରୁ ଆଗକୁ ଅଧିକାଂଶ ସିଟ୍‌ରେ ଆଉ ତ୍ରିକୋଣୀୟ ଲଢେଇ ନହୋଇ ସିଧାସଳଖ ବିଜେଡି-ବିଜେପି ମଧ୍ୟରେ ଫାଇଟ୍ ହୋଇପାରେ।

Pipili Byelection Result

Pipili Byelection Result

Advertisment

ପୁରୀ:  ପିପିଲି ଗଡ଼ ବଜାୟ ରଖିଲା ବିଜେଡି। ବାପା ପ୍ରଦୀପ ମହାରଥୀଙ୍କ ୧୯ ନିର୍ବାଚନର ରେକର୍ଡ ଭାଙ୍ଗିଲେ ପୁଅ ରୁଦ୍ର ମହାରଥୀ। ବିଜେଡିର ଷ୍ଟାର କ୍ୟାମ୍ପେନର୍ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ନ ଓହ୍ଲାଇ ବି ଦଳକୁ ମିଳିଲା ବଡ଼ ସଫଳତା। ସରକାରୀ ବିରୋଧୀ ହାଓ୍ୱା ଓ  ଫନି ବାତ୍ୟା ସହାୟତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିବା ସତ୍ତ୍ୱେ ବାଜି ମାରିନେଲା ବିଜେଡି। କୁହାଯାଉଛି ବିଜେଡିର ମାଇକ୍ରୋ ଇଲକେସନ୍ ମ୍ୟାନେଜମେଣ୍ଟ, ମଜଭୁତ୍ ସଙ୍ଗଠନ, ମହାରଥୀଙ୍କ ପରିବାର ପ୍ରତି ଅନୁକମ୍ପା ଓ ରାଜ୍ୟ ସରକାରଙ୍କ  ଜନହିତକାରୀ ଯୋଜନା ଯୋଗୁଁ ଦଳ ସହଜରେ ଉପନିର୍ବାଚନ ଜିତିଲା।

Advertisment

ଏହାବାଦ୍ ଓ୍ୱାର୍ଡ, ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଦାୟିତ୍ୱରେ ଥିବା ବିଜେଡିର ଟାଣୁଆ ନେତାଙ୍କ ପରିଶ୍ରମ ଦଳର ବିଜୟରେ ପ୍ରମୁଖ ଭୂମିକା ନେଲା ବୋଲି କୁହାଯାଉଛି। ସେପଟେ ମୁଖ୍ୟ ବିରୋଧୀ ଦଳ ବିଜେପି ପକ୍ଷରୁ ସାଂସଦ ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଭଳି ବରିଷ୍ଠ ନେତାମାନେ ପ୍ରଚାର କରିଥିଲେ। ନିଜେ ଆଶ୍ରିତ ପଟ୍ଟନାୟକ ଜଣେ ଟାଣୁଆ ପ୍ରାର୍ଥୀ ହୋଇଥିବା ସତ୍ତ୍ୱେ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା। ଏହାପଛରେ ବିଜେପିର ଦୁର୍ବଳ ସଙ୍ଗଠନ ଓ ତୃଣମୂଳ ସ୍ତରରେ ଦଳୀୟ ନେତାମାନେ ଠିକ୍‌ରେ କାର୍ଯ୍ୟ ନକରିବା ବୋଲି ଚର୍ଚ୍ଚା ହେଉଛି। ସେପଟେ କଂଗ୍ରେସ ସ୍ଥିତି ସେମିତିରେ ବି ପୂର୍ବରୁ ଦୁର୍ବଳ ଥିଲା ଏଥର ବି ସେହି ଧାରା ଜାରି ରହିବା ସହ ଦଳୀୟ ପ୍ରାର୍ଥୀ ଅମାନତ ହରାଇଛନ୍ତି।

ସେପଟେ ପିପିଲି ଉପନିର୍ବାଚନ ଫଳ ରାଜ୍ୟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ବିଜୟ, ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଆଣିବା ସହିତ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ବୁଷ୍ଟର ଭଳି କାମ କରିବ ବୋଲି କୁହାଯାଉଛି। କଂଗ୍ରେସ ଅମାନତ ହରାଉଥିବାରୁ ଆଗକୁ ଅଧିକାଂଶ ସିଟ୍‌ରେ ଆଉ ତ୍ରିକୋଣୀୟ ଲଢେଇ ନହୋଇ ସିଧାସଳଖ ବିଜେଡି-ବିଜେପି ମଧ୍ୟରେ ଫାଇଟ୍ ହୋଇପାରେ। ସରକାରୀ ବିରୋଧୀ ହାଓ୍ୱା ଯୋଗୁଁ ବିଜେଡି ଯେତିକି ଭୋଟ୍ ହରାଉଛି, କଂଗ୍ରେସ ଭୋଟ୍ ନିଜ ଖାତାକୁ ନେଇ ତାର ଭରଣା କରିବାରେ ସଫଳ ହେଉଛି। ତେଣୁ ଏହି ଫର୍ମୁଲାରେ ବିଜେଡି ଆଗକୁ ବଢ଼ିପାରେ। ସେପଟେ ପରାଜୟ ପରେ ପରାଜୟ, ମୁଖ୍ୟ ବିରୋଧୀ ଦଳ ବିଜେପିକୁ ନିରାଶ କରିଛି। ଏଥିରୁ ବାହାରି ବିଜେପି କିପରି ନିଜ ସଂଗଠନକୁ ମଜଭୁତ୍ କରିବ ଓ ବିଜେଡିକୁ କେତେଦୂର ଟକ୍କର ଦେଇପାରିବ ତା ଉପରେ ନଜର ରହିବ। 

Advertisment

୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ପରେ ପାଟକୁରା, ବିଜେପୁର, ତିର୍ତ୍ତୋଲ ଓ ବାଲେଶ୍ୱରରେ ହୋଇଥିବା ନିର୍ବାଚନରେ ବାଜିମାତ୍ କରିଥିଲା ବିଜେଡି। ଏବେ ପିପିଲିରେ ବି ବିଜୟ ବାନା ଉଡ଼ାଇଛି। ତେଣୁ ଆଗକୁ ଆସୁଥିବା ପଞ୍ଚାୟତ, ପୌର ଓ ୨୪ ନିର୍ବାଚନରେ ବିରୋଧୀ ବିଜେଡିକୁ କିପରି ଚେକ୍ ଦେବେ ତାଉପରେ ନଜର ରହିବ।

BJD Pipili Byelection Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ