Advertisment

5T ମଡେଲ ନେଇ ଲଢ଼ିବାକୁ BJDର ବ୍ଲୁ-ପ୍ରିଣ୍ଟ, କର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ

5T ସଚିବଙ୍କ ପଲିଟିକାଲ ପ୍ରମୋସନକୁ ନେଇ ଚର୍ଚ୍ଚା । ଅଣଓଡ଼ିଆ ଏଣ୍ଟ୍ରି ମାରିଲେ ବିରୋଧ କରାଯିବ କହିଲେ ଜୟନାରାୟଣ ।

undefined

Odisha Politics -BJD

Advertisment

ନବୀନ ନିବାସରେ ୩ ଘଣ୍ଟା ଧରି ବିଜେଡିର ମାରାଥନ୍ ମିଟିଂ। ଭୋଟ୍ ପାଇଁ ପ୍ରସ୍ତୁତ ହେଲା ରୋଡମ୍ୟାପ୍। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମାତ୍ର ଅଳ୍ପ ସମୟ ପାଇଁ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ବାକି ସମୟ 5T ସଚିବ ପାଣ୍ଡିଆନ କଥା ହୋଇଥିଲେ। ଆଲୋଚନାର ଫୋକସରେ ଥିଲା 5T ସଚିବଙ୍କ ଜିଲ୍ଲା ଗସ୍ତ। ଏହାର କଣ ପ୍ରଭାବ ରହିଲା ତାର ଫିଡ୍‌ବ୍ୟାକ୍ ନିଆଯାଇଥିଲା।

Advertisment

ସେହିପରି ଗସ୍ତ ବେଳେ ମିଳିଥିବା ଅଭିଯୋଗଗୁଡିକର ସମାଧାନ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କୁହାଯାଇଥିଲା। ସୂଚନା ଅନୁସାରେ, କାଁ ଭାଁ କିଛି ନେତାଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ସଚିବଙ୍କ ଗସ୍ତକୁ ଢେର୍ ପ୍ରଶଂସା କରିଥିଲେ। ଏହି ବୈଠକ ପରେ ଚର୍ଚ୍ଚା, ଆଗକୁ 5T ସଚିବଙ୍କ ରାଜନୈତିକ ପ୍ରମୋସନ୍ ହେବ କି ? ପ୍ରତ୍ୟକ୍ଷ ରାଜନୀତିରେ ପଶିବେ କି ପାଣ୍ଡିଆନ୍ ? ଜିଲ୍ଲାକୁ ଜିଲ୍ଲା ବୁଲି ଗ୍ରାଉଣ୍ଡ ୱାର୍କ କରିବାପରେ ଏବେ ବିଜେଡିର ଟପ୍ ଲିଡରଙ୍କ ଭରସା ଜିତିବାକୁ ପ୍ରୟାସ କରୁଛନ୍ତି କି ?

ଏସବୁ ଚର୍ଚ୍ଚା ଭିତରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଠିଆ ଠିଆ ଆଲୋଚନା କରି ନେତାଙ୍କୁ ଫେରାଇ ଦେଲେ କି ? ନା କେବଳ ସଚିବଙ୍କ ସହ ଆଲୋଚନା ହେଲା ଆଉ ନବୀନ କେବଳ ଫଟୋ ଉଠାଇଲେ।

Advertisment

ସେପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପୁଣି ଥରେ ଅଭିଯୋଗ କରିଛନ୍ତି ଏଠାରେ ସରକାର ଲିଜରେ ଚାଲିଛି। ଯଦି ଜଣେ ଅଣଓଡ଼ିଆ ସଚିବଙ୍କ ପଲିଟିକାଲ୍ ଲଞ୍ଚିଂ ହେବ ତେବେ ବିଜେପି ତାର ଦୃଢ ବିରୋଧ କରିବ। ସେହିପରି ବିଜେପି ବିଧାୟକ ନାଉରୀ ନାୟକ ପଚାରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଏମିତି କଣ ଦୁର୍ବଳତା ରଖିଛନ୍ତି ଯେ ସେ ସଚିବଙ୍କ କଥାରେ ଉଠବସ୍ ହେଉଛନ୍ତି । ଏହାର ତଦନ୍ତ ହେବା ଆବଶ୍ୟକ। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ସଚିବଙ୍କ ଗସ୍ତର କୌଣସି ପ୍ରଭାବ ନାହିଁ । ବିଜେଡି ଏସବୁର ଜବାବ ରଖିଛି ।

ଅନ୍ୟପକ୍ଷରେ ଏବେ 5T ମଡେଲରେ ସରକାର ଚାଲିଥିବା ବେଳେ ଆଗକୁ ନିର୍ବାଚନ ବି 5T ମଡେଲରେ ଚାଲିବ ବୋଲି ଗତକାଲିର ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି। 5T ମଡେଲ୍ ଶାସନ ବ୍ୟବସ୍ଥାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ।

Advertisment

ବୈଠକରେ ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବାବେଳେ ଫୋକସରେ ଥିଲା ବିଜେଡିର ଟ୍ରେନିଂ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ୨୦୦ ସକ୍ରିୟ ସଦସ୍ୟଙ୍କୁ ଟ୍ରେନିଂ ଦିଆଯିବ। ତାସହ ଘରେ ଘରେ ଶଙ୍ଖ, ଅକ୍ଟୋବର ୨ରୁ ପଦଯାତ୍ରା ଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସ୍ଥିର ହୋଇଛି।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ