• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଳ୍ପନାଜଳ୍ପନାର ଅନ୍ତ । ଘୋଷଣା ହେଲା ବିଜେଡି ମେୟର ପ୍ରାର୍ଥୀ । ମେୟର ମଇଦାନରେ ସୁଲୋଚନା, ସୁବାସ ଓ ସଂଘମିତ୍ରା । ୩ ମହାନଗର ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ, ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇ ଓ କଟକ ପାଇଁ ପ୍ରାର୍ଥୀ ହେବେ ସୁବାସ ସିଂ । 

ରାଜଧାନୀ ପାଇଁ ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ ବର୍ତ୍ତମାନ ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ଏବେ ଦାୟିତ୍ୱ ତୁଲାଉଛନ୍ତି । ୨୦୧୭  କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ସୁଲୋଚନା ଦାସ ବିଜେଡିରେ ଯୋଗ ଦେଇଥିଲେ । ସାମ୍ବାଦିକତାରୁ କ୍ୟାରିୟର୍ ଆରମ୍ଭ କରିଥିବା ସୁଲୋଚନାଙ୍କର ରହିଛି ଦୃଢ ସାଙ୍ଗଠନିକ ଦକ୍ଷତା ।  ଆଉ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ । 

କଟକ ମେୟର ପାଇଁ ପ୍ରାର୍ଥୀ ହୋଇଥିବା ସୁବାସ ସିଂ ସିପିଆଇରୁ କ୍ୟାରିୟର୍‌ ଗଢ଼ିଥିଲେ ।  ପରେ ସେ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିର ଜଣାଶୁଣା ନେତା ସୁବାସ ସିଂ । ୨୦୧୯ରେ ମଧ୍ୟ ମେୟର ନିର୍ବାଚନରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ଦୀର୍ଘଦିନ ଧରି କଟକ ରାଜନୀତରେ ସେ ସକ୍ରିୟ ଅଛନ୍ତି । ଏବେ ସୁବାସ ସିଂହ ରାଜ୍ୟସଭାର ସାଂସଦ ଅଛନ୍ତି । ତାଙ୍କର ଆଉ ୪ବର୍ଷ କାର୍ଯ୍ୟକାଳ ବାକି ଥିବାବେଳେ ତାଙ୍କୁ ଦଳ କଟକରେ ମେୟର ପ୍ରାର୍ଥୀ କରାଇଛି । ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ମେୟର ଟିକେଟ ହାତେଇଛନ୍ତି ସୁବାସ ସିଂ ।

ସେହିପରି ମହିଳା ବିଜେଡିର ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରୁଛନ୍ତି ସଂଘମିତ୍ରା ଦଳେଇ । ପୂର୍ବରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେପି ଆଜି ସନ୍ଧ୍ୟା ସୁଦ୍ଧା ନିଜର ମେୟର ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ରାଜ୍ୟର ବିଭିନ୍ନ ସହରରେ ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଫର୍ମ କିଣା ସହ ଦାଖଲ ପ୍ରକ୍ରିୟା ବି ଚାଲିଛି। ୭ତାରିଖରେ ନୋମିନେସନ ପ୍ରକ୍ରିୟା ସରିଲେ ୯ରେ ଯାଞ୍ଚ ଓ ୧୪ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।