vice-presidential elections
ଶଙ୍ଖ ଦଳର ପୁଣି ସମଦୂରତା ଫଣ୍ଡା । ନିର୍ଦ୍ଦେଶ ଦେଲେ ସୁପ୍ରିମୋ ନବୀନ । ବିଜେଡି କରିବ ଉପ-ରାଷ୍ଟ୍ରପତି ଭୋଟ୍ ବର୍ଜନ । ଅର୍ଥାତ୍ ଏନଡିଏକୁ ବିଜୁ ଜନତା ଦଳର ଅଘୋଷିତ ସମର୍ଥନ। ସମଦୂରତା ଆଳରେ ଦଳ କଲା କି ଆତ୍ମସମର୍ପଣ ? ଏଭଳି ପ୍ରଶ୍ନ ଭିତରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟ୍ ବର୍ଜନ କେତେ ଯଥାର୍ଥ, ଦିଲ୍ଲୀରେ ରାଜ୍ୟସଭା ସାଂସଦଙ୍କ ସହ ବୈଠକ ପରେ ନବୀନ ଦେଇଥିବା ନିର୍ଦ୍ଦେଶକୁ ନେଇ ଏବେ ରାଜନୀତିରେ ଚର୍ଚ୍ଚା।
ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନନେବାକୁ ଦଳର ପଲିଟିକାଲ ଆଫାୟର୍ସ କମିଟି ଏବଂ ସାଂସଦ ମାନଙ୍କ ସହ ଆଲୋଚନା ପରେ ବିଜେଡି ସୁପ୍ରିମୋ ଏଭଳି ନିର୍ଦ୍ଦେଶ ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡି ସଂସଦୀୟ ଦଳ ନେତା। ତେବେ ବିଜେଡିର ଏ ଷ୍ଟାଣ୍ଡ, ଏନଡିଏକୁ ପରୋକ୍ଷ ସମର୍ଥନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। କଂଗ୍ରେସ ଛିଗୁଲେଇ କହିଛି- ସମଦୂରତା ନୁହେଁ ଇଡି, ସିବିଆଇ ଓ ଇନକମ ଟ୍ୟାକ୍ସ ରେଡ୍ ଡରରେ ବିଜେଡି ନେଇଛି ଏଭଳି ନିଷ୍ପତ୍ତି।...
ତେବେ ନବୀନଙ୍କ ଏଭଳି ନିଷ୍ପତ୍ତି ପଛରେ କି କାରଣ, ତାହା ସ୍ପଷ୍ଟ ହୋଇନଥିଲେ ବି ଉପ-ରାଷ୍ଟ୍ରପତି ନିର୍ବାଚନ ଭଳି ଏକ ବଡ଼ ସାମ୍ବିଧାନିକ ପଦ ଲାଗି ହେବାକୁ ଥିବା ମତଦାନରେ ଭାଗ ନନେବା ଅର୍ଥ ଭୋଟ୍ ଦାନ ଅଧିକାରରୁ ବଞ୍ଚିତ ହେବେ ବିଜେଡି ରାଜ୍ୟସଭା ସାଂସଦ। ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରକୁ ଯାଇ ନୀତି ନୈତିକତାକୁ ଭୁଲି ଗଣତନ୍ତ୍ର ବ୍ୟବସ୍ଥାରେ ଭୋଟ୍ ଦାନରୁ ଦୂରେଇ ରହିବା କେତେ ଦୂର ଠିକ୍ ? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜନୀତି ସମୀକ୍ଷକ।
ନିକଟରେ ୱାକଫ ବିଲ୍ କୁ ନେଇ ଅଡୁଆ ପରିସ୍ଥିତିରେ ବି ପଡ଼ିଥିଲା ବିଜେଡି। ସଂସଦୀୟ ଦଳ ଦୁଇ ଭାଗ ହୋଇଥିବା ଦେଖିବାକୁ ମିଳିଥିଲା। ସାସଂଦ ମୁନା ଖାଁ, ବିଲ୍ ବିରୋଧରେ ଭୋଟ ଦେଇଥିବା କହିଥିଲେ। ଏପରିକି ସେଥିପାଇଁ ନବୀନ ତାଙ୍କୁ ଧନ୍ୟବାଦ ଦେଇଥିବା ବି ଶୁଣାଇଥିଲେ। ହେଲେ ପରେ ନିଜେ ନବୀନ- ବିବେକ ଅନୁଯାୟୀ ସାଂସଦମାନଙ୍କୁ ଭୋଟ ଦେବାକୁ କୁହାଯାଇଥିଲା ବୋଲି କହିବା ପରେ ପୁରା ପ୍ରସଙ୍ଗ ଗୋଳିଆ ହୋଇଥିଲା। ତେଣୁ ସେଭଳି ଏକ ପରିସ୍ଥିତି ଏଡ଼ାଇବାକୁ ଉପ-ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।...
ଯଦିଓ ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପାଖରେ ଯଥେଷ୍ଟ ସଂଖ୍ୟକ ଭୋଟ୍ ରହିଛି ଓ କଂଗ୍ରେସ ପଲ୍ଲା ଭାରି ନାହିଁ। ତେଣୁ ବିଜେଡିର ଭୋଟ୍ ବର୍ଜନ ନିଷ୍ପତ୍ତି ବି କୌଣସି ଯଥାର୍ଥତା ରଖୁନି। କିନ୍ତୁ ନବୀନଙ୍କ ପରୋକ୍ଷ ସମର୍ଥନ ଦଳ ଭିତରେ ଅସନ୍ତୋଷର ନିଆଁକୁ ଆହୁରି କୁହୁଳାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757345037.jpg)