Advertisment

ଭକ୍ତ ଦାସଙ୍କୁ ଜବାବ ମାଗିଲେ ସସ୍ମିତ: କ୍ରାନ୍ତି କିଏ ?

ମମିତା ହତ୍ୟା ମାମଲାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି-“ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ବାହାରକୁ ଆସୁ। ଘଟଣାର ତଦନ୍ତ ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ।

ଅଦ୍ୟତନ ହୋଇଛି
BJD Pressmeet

BJD Pressmeet

Advertisment

ଭୁବନେଶ୍ୱର: ମମିତା ଗୋବିନ୍ଦଙ୍କ ସହ କଂଗ୍ରେସ ନେତା ଭକ୍ତ ଦାସଙ୍କ ଥିବା କିଛି ଫଟୋ ଦେଖାଇଲେ ସସ୍ମିତ। ମମିତା ମୃତ୍ୟୁ ମାମଲାକୁ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରେସମିଟ୍ କରି କ୍ରାନ୍ତି କିଏ ବୋଲି କଂଗ୍ରେସ ନେତା ଭକ୍ତ ଦାସଙ୍କୁ ଜବାବ ମାଗିଛନ୍ତି। ଓଡ଼ିଶା କଂଗ୍ରେସ ଓ ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ଅଛି। ଓଡ଼ିଶା କଂଗ୍ରେସ ହେଉଛି ରାଜ୍ୟ ବିଜେପିର ବି ଟିମ୍ ବୋଲି ସସ୍ମିତ ପୁଣି ଥରେ ଦୋହରାଇଛନ୍ତି। 

Advertisment

ସେ ଆହୁରି କହିଛନ୍ତି ଯେ ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ମହାଲିଙ୍ଗ କଲେଜର ଜଣେ ପ୍ରତିଷ୍ଠାତା ସଭ୍ୟ। ପ୍ରତିଷ୍ଠାତା ସଭ୍ୟ ତାଲିକାର ୨ ନମ୍ବରରେ ରହିଛି କ୍ରାନ୍ତି ଦାସଙ୍କ ନାଁ। ପ୍ରେସମିଟ୍‌ରେ ଏ ସଂପର୍କିତ କେତେକ ଦସ୍ତାବିଜ୍ ସସ୍ମିତ  ଦେଖାଇଛନ୍ତି। ମମିତା ଗୋବିନ୍ଦ ଓ ଭକ୍ତ ଦାସ ଥିବା କିଛି ଫଟୋ ମଧ୍ୟ ଦେଖାଇଛନ୍ତି ସସ୍ମିତ। ଏମପି ଲାଡ୍ ଫଣ୍ଡରୁ ଭକ୍ତ ଚରଣ ଦାସ କଲେଜକୁ ଟଙ୍କା ଦେଇଥିଲେ। କଲେଜ ଉଦଘାଟନ ବେଳର ଫଳକରେ ମଧ୍ୟ ଭକ୍ତ ଦାସଙ୍କ ନାଁ ରହିଛି। ଓଡ଼ିଶା କଂଗ୍ରେସ ଆମକୁ ପ୍ରଶ୍ନ ନ ପଚାରି ଭକ୍ତ ଦାସଙ୍କୁ ପଚାରନ୍ତୁ ବୋଲି ସସ୍ମିତ କହିଛନ୍ତି।

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦଲିଲ୍‌ ଦେଖାଇ କହିଛନ୍ତି ଯେ “ମହାଲିଙ୍ଗ କଲେଜ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ସେହି ଟ୍ରଷ୍ଟର ଫାଉଣ୍ଡର ଟ୍ରଷ୍ଟି ତାଲିକାରେ ପ୍ରଥମ ନାଁ ରହିଛି ଗୋବିନ୍ଦ ସାହୁ। ଦ୍ୱିତୀୟ ନାଁଟି ହେଉଛି କ୍ରାନ୍ତି। ତାଙ୍କ ବୟସ ୨୩ ବର୍ଷ। ସେ ହେଉଛନ୍ତି ଭକ୍ତଚରଣ ଦାସଙ୍କ ପୁଅ। ତେବେ ଏଠି ଭକ୍ତ ଚରଣ ଦାସଙ୍କୁ ଆମର ପ୍ରଶ୍ନ, ମହାଲିଙ୍ଗ କଲେଜ ପରିଚାଳନା ଟ୍ରଷ୍ଟରେ ଥିବା କ୍ରାନ୍ତି କିଏ? ସେଏ ତାଙ୍କ ପୁଅ କି? ଯଦି କ୍ରାନ୍ତି ଆପଣଙ୍କ ପୁଅ, ତାହା ହେଲେ ଏହା ଉତ୍ତର ଦେବେ କି?” 

Advertisment

ମମିତା ହତ୍ୟା ମାମଲାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି-“ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ବାହାରକୁ ଆସୁ। ଘଟଣାର ତଦନ୍ତ ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମାମଲାର ତଦନ୍ତ ପୂର୍ବରୁ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଉ।”

ସେ ଆହୁରି କହିଛନ୍ତି ଯେ, ମମିତା ହତ୍ୟାକୁ ଏତେ ଦିନ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ମମିତା, ମନ୍ତ୍ରୀ, ଗୋବିନ୍ଦ ସାହୁ, ମନ୍ତ୍ରୀଙ୍କ ଡ୍ରାଇଭର, ତାଙ୍କ ପିଏ ଦିନେଶ, ମନ୍ତ୍ରୀଙ୍କ ଅନ୍ତରଙ୍ଗ ମହେଶ ଓ ରୋଷନ୍‌ ମହମ୍ମଦଙ୍କ ଟେଲିଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଉନି। ଆମେ ଦାବି କରୁଛୁ, ଯଦି ରାଜ୍ୟ ପୁଲିସ ସେମାନଙ୍କ କଲ୍‌ ରେକର୍ଡ ଯାଞ୍ଚ କରୁନାହିଁ, ତାହାହେଲେ ଭାରତ ସରକାରଙ୍କ ଟେଲିକମ୍‌ ମନ୍ତ୍ରୀ କଲ ରେକର୍ଡ ଯାଞ୍ଚ କରି ଲୋକଲୋଚନକୁ ଆଣନ୍ତୁ। ଯଦି ବିଜେପି ମମିତାକୁ ନ୍ୟାୟ ଦେବା ପାଇଁ ଚାହୁଁଛି, ତାହାହେଲେ ଆଇଟି ମନ୍ତ୍ରୀଙ୍କୁ କହି ସମସ୍ତ ଅଭିଯୁକ୍ତଙ୍କ ଫୋନ୍‌ କଲ୍‌ ରେକର୍ଡ ସର୍ବଜନୀନ କରାନ୍ତୁ। ସେମାନଙ୍କ କଲ ରେକର୍ଡ ଯାଞ୍ଚ କରାଗଲେ, ପ୍ରକୃତ ଅଭିଯୁକ୍ତଙ୍କ ନାଁ ସାମ୍ନାକୁ ଆସିଯିବ ବୋଲି ଶ୍ରୀ ଦାସ କହିଛନ୍ତି।

Advertisment
BJD Congress Politics Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ