Advertisment

Sunil Mohanty's Explosive Statement in Puri BJD Row: ପୁରୀ ବିଜେଡିରେ ହଲଚଲ; ସୁନିଲ କହିଲେ - କୁଚକ୍ରୀ ଶୁଭାଶିଷ

ପୁରୀ ବିଧାୟକ ସୁନିଲ ମହାନ୍ତି ଦଳ ବିରୁଦ୍ଧରେ ଦେଇଛନ୍ତି ବିସ୍ପୋରକ ବୟାନ। ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବୈଠକ ବସିବା ନେଇ ସୁନୀଲ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଦ୍ୟତନ ହୋଇଛି
BJD

BJD

Advertisment

ପୁରୀ ବିଧାୟକ ସୁନିଲ ମହାନ୍ତି ଦଳ ବିରୁଦ୍ଧରେ ଦେଇଛନ୍ତି ବିସ୍ପୋରକ ବୟାନ। ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବୈଠକ ବସିବା ନେଇ ସୁନିଲ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦଳର ମୁଖିଆ ନବୀନ ପଟ୍ଟନାୟକ ମନା କରିବା ସତ୍ତ୍ବେ ଦୁଇ ଜଣ ନେତା ପ୍ରତାପ ଦେବଙ୍କ ଘରେ ପୁରୀ ସଂଗଠନ ସ୍ଥିତି ବିଷୟରେ ଆଲୋଚନା କରିବା ଆମେ ମାନୁ ନାହୁଁ ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି ସୁନିଲ। ସବୁଠି କୁଚକ୍ରୀ ଗୋଷ୍ଠୀ ଅଛନ୍ତି। କୁଚକ୍ରୀ ଗୋଷ୍ଠୀ ଯେତେ ପ୍ରୟାସ କଲେବି ସଫଳ ହେବେ ନାହିଁ ବୋଲି ସୁନିଲ କହିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ପ୍ରଭାତଙ୍କ ବିସ୍ଫୋରକ ବୟାନ; କିଏ ସେଇ ୨ ମନ୍ତ୍ରୀ, ଯିଏ ତାଙ୍କୁ ଫସାଇଥିଲେ ?

ପୁରୀରେ କିଛି ଦିନ ହେବ BJDରେ ଲାଗିରହିଛି ତୁ ତୁ ମେଁ ମେଁ । ସୁନିଲ କୁଚକ୍ରୀ ଗୋଷ୍ଠୀ କହି ସିଧା ଟାର୍ଗେଟ କରିଛନ୍ତି ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ। ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଶୁଭାଶିଷ ବିଧାୟକ ଟିକେଟ ପାଇଁ ସୁନିଲଙ୍କୁ ବିରୋଧ କରି ଆସୁଥିଲେ। ଦଳ ସେ ସମୟରେ ଶୁଭାଶିଷଙ୍କୁ ରାଜ୍ୟସଭା ପଠାଇ ଦୁଇ ନେତାଙ୍କୁ ମ୍ୟାନେଜ କରିଥିଲା।

Advertisment

ହେଲେ ଏବେ ପୁଣି ଥରେ ଉଭୟଙ୍କ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ରବିବାର ପ୍ରତାପ ଦେବଙ୍କ ଘରେ ପୁରୀର ସାଂଗଠନିକ ସ୍ଥିତି ନେଇ ଆଲୋଚନା ହୋଇଥିଲା। ହେଲେ ସେହି ବୈଠକରେ ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ଉମାକାନ୍ତ ସାମନ୍ତରାୟଙ୍କ ସହ ପୁରୀ ପର୍ଯ୍ୟବେକ୍ଷକ ସୁଧୀର ସାମଲ ଉପସ୍ଥିତ ଥିଲେ। ହେଲେ ଏଥିରେ ସୁନିଲଙ୍କୁ ଡକାଯାଇ ନଥିଲା।

ପୁରୀରେ ହେଉଥିବା ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସୁନିଲଙ୍କୁ ଏବେ ଦେଖିବାକୁ ମିଳୁନି। ଏଇଠି ପ୍ରଶ୍ନ ସୁନିଲ ନିଜେ ଆସୁ ନାହାନ୍ତି ନା ତାଙ୍କ ଦଳ ଅଣଦେଖା କରୁଛି?

Advertisment
Puri BJD BJD MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ