Advertisment

ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟକୁ ନେଇ ବିଜେଡି କଲା କାଉଣ୍ଟର

ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟର ଜବାବ ରଖିଲା ବିଜେଡି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ଅଦ୍ୟତନ ହୋଇଛି
BJD MLA Pratap Deb Counters CM Mohan majhi Remarks

BJD MLA Pratap Deb

Advertisment

ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟର ଜବାବ ରଖିଲା ବିଜେଡି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ସେ ପ୍ରଶ୍ନ କରିଛନ୍ତି, ଯେତେବେଳେ ବିରୋଧୀ ଦଳରେ ଥିଲେ ସେତେବେଳେ କାହିଁକି କହିଲେନି ? ଏବେ କିଛି କହିଲା ବେଳେ ମୁଖ୍ୟମନ୍ତ୍ରୀ ପଦ ମର୍ଯ୍ୟାଦା ରଖନ୍ତୁ। ସେ କହିବା ପୂର୍ବରୁ ଚିନ୍ତା କରିବା ଉଚିତ ଓ ପଦ ମର୍ଯ୍ୟାଦା ରଖିବା କଥା। ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଏକ ସମ୍ବର୍ଦ୍ଧନା ସଭାକୁ ସମ୍ବୋଧନ ବେଳେ କହିଥିଲେ, ବିରୋଧୀ ଦଳରେ ଥିବା ବେଳେ ସରକାରୀ ଦଳ ପକ୍ଷରୁ ତାଙ୍କ ମନ୍ତ୍ରୀ ଓ ଖଣି ଯଚା ଯାଇଥିଲା। 

Advertisment

ଗତକାଲି ଜନ୍ମମାଟିରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁଝରକୁ ଲୁଟ୍ କରାଯାଉଥିଲା । କେନ୍ଦୁଝର ଖଣି ଲୁଟରେ ସେତେବେଳର ରାଜ୍ୟ ସରକାର ସମ୍ପୃକ୍ତ ଅଛନ୍ତି। ୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍ ପାଇଁ ଲଢ଼େଇ ହୋଇଥିଲା। କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ମୋ ନଜରରେ, କେହି ବର୍ତ୍ତିବେନି। ସମସ୍ତଙ୍କୁ ଜେଲ୍ ପଠାଇବୁ, ମୋହନ ମାଝୀ କାହାକୁ ଛାଡ଼ିବ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ: କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ? ହାଇକମାଣ୍ଡଙ୍କୁ ଭେଟିଲେ ୬ ବିଧାୟକ

Advertisment

ଏଥିସହ ବିଧାୟକ ଥିବା ବେଳେ ପୂର୍ବରୁ ବିରୋଧୀଦଳରେ ଥାଇ ଲଢ଼ୁଥିଲି, ସରକାର ଡରୁଥିଲେ। ମନ୍ତ୍ରୀ ପଦ ଓ ଖଣି ଦେବାକୁ ମଧ୍ୟ ସେତେବେଳେ ଯାଚୁଥିଲେ। ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ନେତୃତ୍ବ ମିଳିଛି। ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ଅନ୍ୟପଟେ ସୁପର ଚିଫ୍‌ ମିନିଷ୍ଟର ପ୍ରସଙ୍ଗ ଉଠାଇ ପରୋକ୍ଷରେ ଇଙ୍ଗିତ କରିଥିଲେ । କହିଥିଲେ ଯେ, ଯେତେ ସଭାରେ ଭାଷଣ ଦେବେ ଭୋଟ କମିବ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଗୋଡ଼ ତଳୁ ମାଟୁ ଖସୁଛି ସୁପର ଚିଫ୍‌ ମିନିଷ୍ଟର ଜାଣି ପାରି ନ ଥିଲେ । ୨୪ ବର୍ଷ ଶାସନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଟାର୍ଗେଟ୍‌ କଲେ । ପୂର୍ବ ମୁଖ୍ୟମନ୍ତ୍ରୀ ନଂ-୧, ମାତ୍ର ରାଜ୍ୟ କାହିଁକି ନୁହେଁ ବୋଲି ଜନତାଙ୍କୁ ସମ୍ବୋଧନ କରି ପଚାରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

Advertisment

BJD BJP Odisha CM Odisha Politics Mohan Majhi Pratap Deb
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ