Advertisment

ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ, ଭିଡିଓ ଭାଇରାଲ

ସୋରରେ ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ । ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ବିଧାୟକ ଅଶାଳୀନ ଭାଷା ପ୍ରୟୋଗ ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ପର୍ଶୁରାମ ଧଡ଼ା ଓ ସୁରେନ୍ଦ୍ର ପାରମାଣିକ ମହାଁମୁହିଁ ବେଳର ଭିଡିଓ ଭାଇରାଲ ହୋଇଛି ।

ଅଦ୍ୟତନ ହୋଇଛି
Face to face with the legislator-former legislator

Face to face with the legislator-former legislator

Advertisment

ବାଲେଶ୍ୱର ସୋରରେ ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ । ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକଙ୍କୁ ବର୍ତ୍ତମାନର ବିଧାୟକ ଅଶାଳୀନ ଭାଷା ପ୍ରୟୋଗ ସହ ତାଙ୍କ କର୍ମୀମାନେ ରାସ୍ତାରେ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ମୋବାଇଲରେ କଏଦ ହୋଇଥିବା ଏ ଦୃଶ୍ୟ ଦୁଇ ଦିନ ତଳର ।

Advertisment

ଗତ ବୁଧବାର ପଂଚାୟତ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଅନନ୍ତପୁର ନିକଟରେ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ନିର୍ବାଚନ ମଣ୍ଡଳୀର ଟଙ୍କା ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ ପ୍ରଶ୍ନ କରିଥିଲେ । ସୁରେନ୍ଦ୍ର ପରମାଣିକ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ରାସ୍ତା ଉପରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ପୂର୍ବତନ ବିଧାୟକଙ୍କ ପ୍ରତି ବର୍ତ୍ତମାନର ବିଧାୟକ ଅଶାଳୀନ ଭାଷା ପ୍ରୟୋଗ କରିଥିବା ଭାଇରାଲ ଭିଡିଓରେ ଶୁଣିବାକୁ ମିଳୁଛ। ପରେ ତାଙ୍କ କର୍ମୀମାନେ ପୂର୍ବତନ ବିଧାୟକଙ୍କୁ ଠେଲା ପେଲା ମଧ୍ୟ କରିଥିବା ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକ ଅଭିଯୋଗ କରିଛନ୍ତି ତେବେ ଏ ନେଇ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ପ୍ରତିକ୍ରିୟା ମିଳି ପାରିନ ନାହିଁ ।

ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକ କହିଛନ୍ତି, ବିଧାୟକ ଲୋକଙ୍କ ନିକଟରେ ଉତ୍ତରଦାୟୀ ରହୁ ନାହାନ୍ତି। ସାଧାରଣ ଲୋକ ତାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କରିପାରୁ ନାହାନ୍ତି। ମୁଁ ପଚାରିବାରୁ ସୁରକ୍ଷାକର୍ମୀ ଓ ପୁଲିସ୍‌ ଲଗାଇ ମୋତେ ହଟାଇ ପଳାଇଗଲେ। ତାଙ୍କର ଏପରି ବ୍ୟବହାର ଗଣତନ୍ତ୍ର ପ୍ରତି ଘୋର ଅପମାନ। ଅନ୍ୟପକ୍ଷରେ ଏ ନେଇ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ପ୍ରତିକ୍ରିୟା ମିଳି ପାରିନ ନାହିଁ।

Advertisment
BJD MLA Parshuram Dhada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ