Advertisment

ପଦାରେ ପଡ଼ିଲା ଅରୁଣ-ସୌମ୍ୟ କଳି, ଖୁଲମଖୁଲା କଲେ ଅଟାକ୍...

ସୌମ୍ୟରଂଜନ ନାନା ମନ୍ତବ୍ୟ ଦେବା ସହ ବ୍ଲାକମେଲିଂ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

Soumyaranjan Pattnaik

Soumyaranjan Pattnaik

Advertisment

ଶାସକ ଦଳରେ ଥାଇ ବିଭିନ୍ନ ପ୍ରସଙ୍ଗରେ ବାଣ ମାରିବା ସହ ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଆସୁଥିବା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଧାୟକ ଅରୁଣ ସାହୁଙ୍କ ସିଧାସଳଖ ନିଶାନା। କହିଛନ୍ତି, ସୌମ୍ୟରଂଜନ ଆଜିକାଲି ବଡ଼ ବିଚଳିତ ଅବସ୍ଥାରେ ଅଛନ୍ତି ଏବଂ ଉଦ୍ଭଟ କଥା ସବୁ କହୁଛନ୍ତି। ଏବେ ତାଙ୍କର ଚୈତନ୍ୟ ଉଦୟ ହେଲା ଭଳି ମାଟି, ପାର୍ଟି କଥା କହୁଛନ୍ତି ।

Advertisment

ଖଣ୍ଡପଡ଼ାରେ ବିଧାୟକ ହେବାପରେ ସେ କେତେ ମାଟିର ସେବା କରିଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ଅରୁଣ ସାହୁ। ସମାଜସେବାର ନାଁ ଗନ୍ଧ ନାହିଁ କିନ୍ତୁ ଅନେକ ସମୟରେ ସିଏମଓଙ୍କୁ ଟାର୍ଗେଟ କରୁଛନ୍ତି। ତାଙ୍କର ଲକ୍ଷ୍ୟ କେମିତି ସେ ମନ୍ତ୍ରୀ ହେବେ। କିନ୍ତୁ ମନ୍ତ୍ରୀ ହେବାର ସ୍ୱପ୍ନ ଚୁରମାର ହେବା ପରେ ହତାଶ ହୋଇ ସୌମ୍ୟରଂଜନ ନାନା ମନ୍ତବ୍ୟ ଦେବା ସହ ବ୍ଲାକମେଲିଂ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ତେବେ ଅରୁଣ ସାହୁଙ୍କ ଏଭଳି ମନ୍ତବ୍ୟ ଉପରେ ସୌମ୍ୟରଂଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ମୁଁ ଲେଖିଥିବା ‘ଆତ୍ମ ବିଭୋର ପ୍ରଶାସକ, ଅସହାୟ ରାଜନେତା’ ଶୀର୍ଷକ ସମ୍ପାଦକୀୟକୁ ଅରୁଣ ସାହୁ ଆଜି ପ୍ରତିପାଦିତ କରିଛନ୍ତି। ସେ ନିଜେ କେତେ ଅସହାୟ ତାଙ୍କ କଥାରୁ ଜଣାପଡୁଛି । ତାଙ୍କ ସଂପର୍କରେ ଆଲୋଚନା କରି ତାଙ୍କୁ ଗୁରୁତ୍ୱ ଦେବାକୁ ଚାହୁଁନି । ସେ ନିଜେ ମନ୍ତ୍ରୀ ପଦ ହରାଇଛନ୍ତି, ଅନ୍ୟ କଥା କଣ କହିବେ । ଅରୁଣ ବାବୁ ନିଜେ ଏସବୁ କହୁଛନ୍ତି ବୋଲି ମୋର ବିଶ୍ୱାସ ହେଉନି । କାହା ଦ୍ୱାରା ଲିଖିତ ସଂଳାପକୁ ସେ ବାଧ୍ୟ ହୋଇ ପଢୁଛନ୍ତି ।

Advertisment
Soumyaranjan Pattnaik Odisha BJP BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ