Advertisment

Odisha Politics: ଦୋଛକିରେ BJD.. ଦ୍ୱନ୍ଦ୍ୱରେ ନେତା; ବିଗିଡ଼ିଲାଣି ସଂଗଠନ.. ଦୋହଲିଗଲାଣି ନେତୃତ୍ୱ !

ବିଜେଡିର ସଭ୍ୟସଂଗ୍ରହ ଅଭିଯାନ ଏକପ୍ରକାର ଫେଲ୍ । ଜାତୀୟ ରାଜନୀତିରୁ ପ୍ରଭାବ ହରାଇ ଚାଲିଛି ବିଜେଡି ।

undefined

Odisha Politics

Advertisment

୨୪ ବିପର୍ଯ୍ୟୟ ପରଠୁ ଆଉ କାମ କରୁନି ବିଜେଡି ସୁପ୍ରିମୋ ନବୀନଙ୍କ ଗୋଟି ଚାଳନା। ଦିନେ ଜାତୀୟ ରାଜନୀତିରେ ଦବଦବା ରଖୁଥିଲେ। ଏବେ ଚିତ୍ର କିନ୍ତୁ ପୂରା ଓଲଟା, ଏକରକମ୍ ପ୍ରାସଙ୍ଗିତକା ହରାଇବାର ସ୍ଥିତି। ଆଭିମୁଖ୍ୟ ସ୍ପଷ୍ଟ ନଥିବାରୁ ଦ୍ୱନ୍ଦ୍ୱରେ ବିଜେଡି ନେତା ଓ କର୍ମୀ। ଦଳର ସମଦୂରତା ନୀତି ବି ପ୍ରଶ୍ନ ଘେରରେ। ଏଭଳି ସ୍ଥିତିରେ ବିଜେପି କହିଛି, ବିଜେଡି ଭାଡି ଫାଙ୍କା ହେଇଯିବ।

Advertisment

ଦୋଛକିରେ ବିଜେଡି, ଦ୍ୱନ୍ଦ୍ୱରେ ନେତା । ବିଗିଡ଼ିଲାଣି ତୃଣମୂଳ ସଂଗଠନ, ଦୋହଲିଗଲାଣି ନେତୃତ୍ୱ । ଦୁଇ ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପି ଯିବା ପରେ ଏବେ ଦଳ ମୁଖିଆଙ୍କ ଉପରୁ ଧୀରେ ଧୀରେ ଆସ୍ଥା ହରାଇଲେଣି ନେତା ଓ କର୍ମୀ। ଏପରିକି ସଭ୍ୟସଂଗ୍ରହ ଅଭିଯାନ ବି ଏକପ୍ରକାର ଫେଲ୍ ମାରିଛି। ସଂଗଠନ ଭୁଶୁଡୁଥିବା ଜାଣି ନବୀନ ଏବେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଡାକି ଆଲୋଚନା କରୁଛନ୍ତି।

ଏମିତିକି ପଞ୍ଚାୟତ ପ୍ରତିନିଧିଙ୍କୁ ବି ସିଧାସଳଖ ଭେଟି କଥା ହେଉଛନ୍ତି। ଏପଟେ ସତ୍ତାରୁ ଯିବା ପରେ ଦଳ ଜାତୀୟ ରାଜନୀତିରୁ ବି ପ୍ରଭାବ ହରାଇ ଚାଲିଛି। କାରଣ ଲୋକସଭାରେ ଦଳ ତ ଖାତା ଖୋଲି ପାରି ନଥିଲା, ରାଜ୍ୟସଭାରୁ ବି ଜଣକ ପରେ ଜଣେ ଦଳ ଛାଡିବା ଆରମ୍ଭ କରିଛନ୍ତି। ୯ ରେ ଥିବା ସଂଖ୍ୟା ୭କୁ ଖସି ଆସିଛି। ଦଳର ଆଭିମୁଖ୍ୟ ସ୍ପଷ୍ଟ ନଥିବାରୁ ତୃଣମୂଳ ସ୍ତରରେ ପ୍ରଭାବ ପଡୁଥିବା କଥା ବି କିଛି ନେତା ନବୀନଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।

Advertisment

ଏଭଳି ସ୍ଥିତିରେ ବିଜେଡି ନେତା କହୁଛନ୍ତି ଆମ ଦଳ ସମଦୂରତାରେ ବିଶ୍ୱାସ ରଖିଛି। ବିଜେଡି ଛାଡ଼ି ଯେଉଁମାନେ ଯାଉଛନ୍ତି ସେମାନେ କାଉନସିଲର ଜିତି ପାରିବେନି। ବିଜେପି କହିଛି ଦୁଇ ଆସିଛନ୍ତି ଆଉ ଦୁଇ ଲାଇନରେ। ବିଜେଡି ନିଶ୍ଚିହ୍ନ ହୋଇଯିବ।

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ଓ ୱାନ୍ ନେସନ ୱାନ ଇଲେକସନ୍‌କୁ ନେଇ ଦଳ ଏଯାଏଁ ଆଭିମୁଖ୍ୟ ସ୍ପଷ୍ଟ କରିନି । କିନ୍ତୁ ମାନସ ମଙ୍ଗରାଜ,ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆଙ୍କ ଭଳି କିଛି ସାଂସଦ ୟା ଭିତରେ ଧନଖଡଙ୍କୁ ଭେଟିବା ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି। ଦେଶର ପ୍ରତ୍ୟେକ ଆଞ୍ଚଳିକ ଦଳ NDA କିମ୍ବା ଇଣ୍ଡି ମେଣ୍ଟ ସହ ଅଛନ୍ତି। କିନ୍ତୁ ବିଜେଡି କ୍ଷେତ୍ରରେ ବର୍ତ୍ତମାନ ବ୍ୟତିକ୍ରମ ଦେଖାଦେଇଛି। ନବୀନ କିନ୍ତୁ ନିକଟରେ କହିଥିଲେ ଅନାସ୍ଥା ପ୍ରସଙ୍ଗରେ ଦଳ ମତ କଣ ହେବ ସେନେଇ ବିଚାର ବିମର୍ଶ ଚାଲିଛି।

Advertisment

ନିର୍ବାଚନ ବିପର୍ଯ୍ୟୟ ପରଠୁ ବିଜେଡିର ଆତ୍ମ ବିଶ୍ୱାସ ଲଗାତର ଖସି ଚାଲିଥିବାବେଳେ ବିଜେପି କିନ୍ତୁ କନଫିଡେନସକୁ ବଢ଼ାଇ ଚାଲିଛି। ଦେଖିବାର କଥା ହେଉଛି ମମତା ଓ ସୁଜିତଙ୍କ ପରେ ଏବେ କିଏ ବିଜେଡି ଛାଡି ବିଜେପିକୁ ଆସୁଛନ୍ତି।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ