Advertisment

ହଟହଟା ବିଜେଡି ନେତା, ସବୁଆଡ଼େ କଳାପତାକା ଦେଖାଇ ବିରୋଧ..!

ସୁଦାମ ମାରାଣ୍ଡିଙ୍କର ରାଜସ୍ୱ ସମୀକ୍ଷା ବୈଠକ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଥିଲା । ସର୍କିଟ ହାଉସଠାରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷକୁ ଯିବା ରାସ୍ତାରେ କଳାପତାକା ଦେଖାଇଥିଲେ ୪ ଯୁବକ ।

ଅଦ୍ୟତନ ହୋଇଛି
Sudam Marandi

Sudam Marandi

Advertisment

ଢେଙ୍କାନାଳ: ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କଳାପତାକା ପ୍ରଦର୍ଶନ । କଳାପତାକା ଦେଖାଇଲେ ୪ ସାମାଜିକ କର୍ମୀ ଓ ସୂଚନା ଅଧିକାର କର୍ମୀ । ମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । ଆଜି ସୁଦାମ ମାରାଣ୍ଡିଙ୍କର ରାଜସ୍ୱ ସମୀକ୍ଷା ବୈଠକ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଥିଲା । ସର୍କିଟ ହାଉସଠାରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷକୁ ଯିବା ରାସ୍ତାରେ କଳାପତାକା ଦେଖାଇଥିଲେ ୪ ଯୁବକ । ମମିତା ମେହେରଙ୍କୁ ନ୍ୟାୟ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ହଟାଇବା, ଡିଆରଡିଏ ପଦରେ ଥିବା ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନାଁରେ ହୋଇଥିବା ଜମି କେଳେଙ୍କାରୀ ମାମଲାରେ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବି କରି ନାରାବାଜୀ ଦେଇଥିଲେ । ଉକ୍ତ ୪ ଜଣଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି ।

Advertisment

ଅନ୍ୟପଟେ ଭବାନୀପାଟଣାରେ ମଧ୍ୟ ବିଜେଡି ମନ୍ତ୍ରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଳାମତାକା ପ୍ରଦର୍ଶନ କରାଯାଇଛି । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଏଠାରେ ବିରୋଧ କରାଯାଇଛି । ନକଟିଗୁଡ଼ା ଛକରେ ମନ୍ତ୍ରୀ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କୁ ବିରୋଧ ସହ କଳାପତାକା ପ୍ରଦର୍ଶନ କରାଯାଇଛି ।

Advertisment

ସେହିଭଳି ଆଜି ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସେମାଲୋଚନା କରିଛନ୍ତି । ଜଣେ ଆଦିବାସୀ ହୋଇ ମଧ୍ୟ କୋଟିଆରେ ରହୁଥିବା ଆଦିବାସୀଙ୍କ ଦୁଃଖ ବୁଝୁ ନାହାନ୍ତି ବୋଲି ସେ କହିଛନ୍ତି । କୋଟିଆରେ ବାସ କରୁଥିବା ଆଦିବାସୀଙ୍କ ଲାଗି ତାଙ୍କର ଆନ୍ତରିକତା ନାହିଁ । କୋଟିଆ ପ୍ରସଙ୍ଗ ନେଇ ସେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେବେଳ ସେତିକି ନୁହେଁ ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ଲାଗି ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଆତ୍ମ ବିଶ୍ୱାସ ନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଅତିକମ୍‌ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ କୋଟିଆ ବିବାଦର ସମାଧାନ ହୋଇପାରିଥାନ୍ତା । ମୁଁ ଶୁଣୁଛି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଛନ୍ତି ଆଲୋଚନା କରିବାକୁ । ଏହାଠୁ ଦୁର୍ଭାଗ୍ୟର ବିଷୟ ଆଉ କ’ଣ ହୋଇପାରେ । କେବଳ କୋଟିଆ ନୁହେଁ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାକୁ ଲାଗି ରହିଥିବା ରାଜ୍ୟର ଗାଁ ଗୁଡ଼ିକରେ ବି ସମସ୍ୟା ରହିଛି । ରାଜ୍ୟ ସରକାର ଯଦି ଧ୍ୟାନ ଦିଅନ୍ତେ, ତା’ହେଲେ ଯେଉଁ ସବୁ ସମସ୍ୟା ଦେଖାଯାଉଛି, ତା’ର ସମାଧାନ ହୋଇପାରନ୍ତା ।

Advertisment
Odisha Politics Sudam Marandi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ