BJD Leader Rohit Pujari Targets To LoP Jayanarayan Mishra
ନିଜ ଉପରେ ବିଶ୍ୱାସ ନାହିଁ ବୋଲି ବାହାରୁ ନେତା ଆମଦାନୀ କରୁଛନ୍ତି । ଅନ୍ୟ ସଂସଦୀୟ କ୍ଷେତ୍ରରୁ ଆଣି ଏଠାରେ ନେତା ତିଆରି କରିବା ପାଇଁ ସେମାନେ ଲାଗି ପଡ଼ିଛନ୍ତି । କାହାର ନାଁ ନନେଇ ଏଭଳି ଢଙ୍ଗରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ନିଶାନା କରିଛନ୍ତି ।
ସମ୍ବଲପୁରରେ ଅନୁଷ୍ଠିତ ବିଜେଡ଼ିର ପଦଯାତ୍ରା ଅବସରରେ ରୋହିତ କହିଛନ୍ତି, ପଶ୍ଚିମ ଓଡ଼ିଶାରୁ ୫ ଜଣ ସାଂସଦ ନିର୍ବାଚିତ ହୋଇଯାଇଥିଲେ ବି ବିକାଶ ହୋଇନାହିଁ । ଏବେ ନିଜ ଉପରେ ଭରସା ନଥିବାରୁ ଆସନ୍ତା ନିର୍ବାଚନ ପାଇଁ ସମ୍ବଲପୁର ପାଇଁ ବାହାରୁ ନେତା ଆଣିବାକୁ ଉଦ୍ୟମ ଚଳାଇଛନ୍ତି ବୋଲି କହି ଜୟନାରାୟଣଙ୍କୁ ଇଙ୍ଗିତ କରିଛନ୍ତି ରୋହିତ ।
ତେବେ ରୋହିତ ମନ୍ତବ୍ୟକୁ କାଉଣ୍ଟର କରି ଜୟନାରାୟଣ କହିଛନ୍ତି, ପ୍ରଥମେ ରୋହିତ ପୂଜାରୀ କେଉଁଠୁ ଆସିଛନ୍ତି, ତା’ର ଜବାବ ଦିଅନ୍ତୁ । ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ରୋହିତ ବିଜେପି ମୁହାଁ ହୋଇଥିଲେ ବୋଲି ଜୟନାରାୟଣ କହିଛନ୍ତି ।
‘ମନ୍ତ୍ରିମଣ୍ଡଳରୁ ବାଦ୍ ହେବାର ୨ ଦିନ ପରେ ମୋତେ ଫୋନ୍ କରିଥିଲେ ଏବଂ ବିଜେଡିରେ ଅସୁରକ୍ଷିତ ମନେ କରୁଛି’ ବୋଲି ଫୋନ୍ରେ ରୋହିତ କହିଥିବା ଜୟନାରାୟଣ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1697429775.jpg)