BJD leader Pradeep Majhi’s trains gun on party leader for laughing at little girl’s problems
ସ୍ୱାଧୀନତା ଦିବସ ପାଳନ ଅବସରରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ପଦୁଗୁଡ଼ାର ସମସ୍ୟାକୁ ଅଭିନୟ ଛଳରେ ଜଣେ କୁନି ଝିଅ ବଖାଣିବା ଦୃଶ୍ୟ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ହେଲେ ସେତେବେଳେ କୁନି ଝିଅର କଥା ଶୁଣି ଷ୍ଟେଜ ଉପରେ ବସିଥିବା ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ହସିଥିଲେ।
ଯାହାକୁ ନେଇ କଡ଼ା ଭାଷାରେ ବିଜେଡି ନେତା ତଥା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ଟାର୍ଗେଟ୍ କରିଛନ୍ତି। କୁନି ଝିଅଟିର ବାସ୍ତବ କଥାକୁ ନବୁଝି ପାଗଳଙ୍କ ଭଳି ହସିବା କେତେଦୂର ଯୁକ୍ତିଯୁକ୍ତ ବୋଲି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝୀ।
ସୂଚନାଥାଉ କି, ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜିଲ୍ଲାପାଳଙ୍କ ସହ ବହୁ ସରକାରୀ ଅଧିକାରୀଙ୍କ ସାମ୍ନାରେ କୁନି ଝିଅଟିଏ ନିଜ ଅଞ୍ଚଳର ବାସ୍ତବ ସ୍ଥିତି ଓ ସମସ୍ୟାକୁ ଅତି ସୁନ୍ଦର ଭାବେ ଅଭିନୟ ମାଧ୍ୟମରେ ଉପସ୍ଥାପନ କରିଥିଲେ।
ହେଲେ ଏହି ସମୟରେ ଷ୍ଟେଜ ଉପରେ ବସିଥିବା କୃଷିମନ୍ତ୍ରୀ, ଜିଲ୍ଲାପାଳ ଓ ଅନ୍ୟ ଅତିଥିମାନେ କୁନି ଝିଅର କଥା ଶୁଣି ହସିଥିଲେ। ଯାହାକି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1692436444.jpg)