କାହିଁକି ହାରିଲା ବିଜେଡି ? ପରାଜୟର କାରଣ କହିଲେ ପ୍ରଦୀପ ମାଝୀ

ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଆଗରେ ନବରଙ୍ଗପୁର ଜିଲ୍ଲାରେ ପରାଜୟର ୩ ବଡ଼ କାରଣ ରଖିଛନ୍ତି ପ୍ରଦୀପ ମାଝୀ ।

Pradeep Majhi

ବିଜେଡିର ଶୋଚନୀୟ ପରାଜୟ ପଛର କାରଣ କ’ଣ ? ନିର୍ବାଚନ ହାରିବାର ୩ ମାସ ପରେ ପରାଜୟର କାରଣ କହିଛନ୍ତି ନବରଙ୍ଗପୁର ବିଜେଡି ପରାଜିତ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ସୂଚନା ଅନୁସାରେ ଗତକାଲି ଶଙ୍ଖ ଭବନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତାଙ୍କୁ ଡାକି ସମୀକ୍ଷା କରିଥିଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଦୁଇ ଜିଲ୍ଲାରେ ବିଜୁ ଜନତା ଦଳ କାହିଁକି ନିର୍ବାଚନ ହାରିଲା, ପରାଜୟର କାରଣ କ’ଣ ବୋଲି ପଚାରିଥିଲେ ନବୀନ ପଟ୍ଟନାୟକ ।

ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଆଗରେ ନବରଙ୍ଗପୁର ଜିଲ୍ଲାରେ ପରାଜୟର ୩ ବଡ଼ କାରଣ ରଖିଛନ୍ତି । ପ୍ରଥମ କାରଣ ହେଉଛି, ମେଣ୍ଟ ପ୍ରଚାର ଯୋଗୁଁ ସଂଖ୍ୟାଲଘୁଙ୍କ ମଧ୍ୟରେ ଆମେ ବିଶ୍ବସନୀୟତା ହରାଇଲୁ । ଦ୍ବିତୀୟରେ ନେତାଙ୍କ ମଧ୍ୟରେ ଅନ୍ତଃକନ୍ଦଳ । ନେତାଙ୍କ ଭିତରେ ଥିବା ଅର୍ନ୍ତଘାତୀ କାର୍ଯ୍ୟକଳାପ ବିଜେଡି ପରାଜୟ ପାଇଁ ଦାୟୀ ବୋଲି ପ୍ରଦୀପ ମାଝୀ କହିଥିଲେ । ସେହିପରି ତୃତୀୟରେ ଖରାପ ନିର୍ବାଚନ ପରିଚାଳନା । ନିର୍ବାଚନ ଜିତିବା ନେଇ ଆଦୌ କୌଣସି ମେକାନିଜମ୍‌ ନଥିଲା, ଯେଉଁଥି ପାଇଁ ବିଜେଡି ନିର୍ବାଚନ ହାରିଲା ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ପ୍ରଦୀପ ମାଝୀ କହିଛନ୍ତି ।