ଇପ୍ସିତା ସାହୁଙ୍କୁ ଚାପୁଡ଼ା ମାଡ଼
ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ବିଜେଡି ମୁଖ୍ୟାଳୟ ଖୋଦ୍ ଶଙ୍ଖ ଭବନ ଭିତରେ ହାତାହାତି ତା ପୁଣି ଦୁଇ ମହିଳା କର୍ମୀ। ବିଜେଡି ଯୁବନେତ୍ରୀ ଇପ୍ସିତା ସାହୁଙ୍କୁ ସର୍ବ ସମ୍ମୁଖରେ ଚାପୁଡ଼ା ମାଡ଼ । ନିଜ ଦଳର ଅଫିସ୍ ଭିତରେ ନିଜ ଦଳର ଜଣେ ମହିଳା କର୍ମୀ ତାଙ୍କୁ ଚାପୁଡ଼ା ମାରିଛନ୍ତି ।
ଆଜି ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ବେଳେ ଷ୍ଟେଜ୍ ସମ୍ମୁଖରେ ଚେୟାର ପକାଇବାକୁ ନେଇ ଗଣ୍ଡଗୋଳ ହୋଇଛି । ମିଳିଥିବା ସୂଚନା ମୁତାବକ, ଇପ୍ସିତା ଷ୍ଟେଜ୍ ସମ୍ମୁଖରେ କିଛି ଚେୟାର ପକାଉଥିଲେ । ଏହାକୁ ନେଇ କିଛି ମହିଳା କର୍ମୀ ଆପତ୍ତି କରିଥିଲେ । ପରିସ୍ଥିତି ଏମିତି ହେଇଥିଲା କି ଉଭୟଙ୍କ ମଧ୍ୟରେ ଦସ୍ତାଦସ୍ତି ଓ ପରେ ଚାପୁଡ଼ା ଯାଏଁ କଥା ପହଞ୍ଚିଥିଲା । ଇପ୍ସିତାଙ୍କୁ ଚାପୁଡ଼ା ମାରିଥିବା ମହିଳା ଜଣକ ପୁରୀ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଉପସିତା କିମ୍ପା ସଂପୃକ୍ତ ମହିଳା କର୍ମୀଙ୍କ ପ୍ରତିକ୍ରିୟା ମିଳିପାରିନି ।
ତେବେ ଏହାପୂର୍ବରୁ ବି ଶଙ୍ଖ ଭବନ ଭିତରେ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ କର୍ପୋରେଟରଙ୍କ କଳି ଓ ଶ୍ରୀମୟୀ ମିଶ୍ର ଏବଂ ବେଗୁନିଆ ବିଧାୟକଙ୍କ ଭିତରେ ବଚସା ଘଟଣା ଘଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735221471.jpg)