Advertisment

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି, କହିଲେ- ବାପାଙ୍କ ସ୍ୱପ୍ନ ପୂରଣ କରିବି

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

ଅଦ୍ୟତନ ହୋଇଛି
BJD leader Dipali Das meets party supremo

BJD leader Dipali Das meets party supremo

Advertisment

ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପରେ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଦୀପାଳି ଦାସ। ଝାରସୁଗୁଡ଼ାବାସୀଙ୍କ ଆଶିର୍ବାଦ
ପରେ ତାଙ୍କ ପରବର୍ତ୍ତୀ କାର୍ଯ୍ୟ ନେଇ ନବୀନଙ୍କ ସହ ଆଲୋଚନା କରିଛନ୍ତି ଦୀପାଳି।

Advertisment

ଏହାପୂର୍ବରୁ ଦୀପାଳି ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ। ତାଙ୍କ ବିଜୟକୁ ସେ ଝାରସୁଗୁଡ଼ାବାସୀଙ୍କ ବିଜୟ ବୋଲି କହିଛନ୍ତି ଦୀପାଳି। ତାଙ୍କ ବାପା ସମୃଦ୍ଧ ଝାରସୁଗୁଡ଼ା ଲାଗି ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ସେ ପୁରା କରିବା ଲାଗି ସେ ଚେଷ୍ଟା କରିବେ ବୋଲି କହିଛନ୍ତି ଦୀପାଳି।

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦୀପାଳି ଲକ୍ଷେ ୭ ହଜାର ୧୯୮ଟି ଭୋଟ ପାଇଥିବାବେଳେ ଟଙ୍କଧର ପାଇଛନ୍ତି ୫୮ ହଜାର ୪୭୭ ଭୋଟ୍ । ତେବେ ଶୋଚନୀୟ ପ୍ରଦର୍ଶନ ସହ ଅମାନତ ହରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ତାଙ୍କୁ ମିଳିଛି ମାତ୍ର ୪ ହଜାର ୪୯୬ ଖଣ୍ଡ ଭୋଟ୍ ।

Advertisment

BJD Deepali Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ