Advertisment

BJD Leader Suspended: ବିଜେଡିରୁ ବିଦା ହେଲେ ଆଉ ଜଣେ ନେତା, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ

ବିଜେଡିରୁ ବିଦା ହେଲେ ବିଭୁ ପ୍ରସାଦ ଦେହୁରୀ । ବିଭୁ ହେଉଛନ୍ତି ଢ଼େଙ୍କାନାଳ ସଦର ବ୍ଲକ୍‌ର ପୂର୍ବତନ ସଭାପତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅଦ୍ୟତନ ହୋଇଛି
BJD Leader Suspended

BJD Leader Suspended

Advertisment

ବିଜେଡିରୁ ବିଦା ହେଲେ ପୂର୍ବତନ ବ୍ଲକ୍‌ ସଭାପତି ବିଭୁ ପ୍ରସାଦ ଦେହୁରୀ । ଢ଼େଙ୍କାନାଳ ସଦର ବ୍ଲକ୍‌ର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦଙ୍କୁ ନିଲମ୍ବନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାମରେ ସେ ଲିପ୍ତ ଥିବା ଖବର ଆସିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସୁପ୍ରିମୋ । ସେପଟେ ବିଜେଡିରେ ସବୁ କିଛି ଠିକ୍ ନଥିବା ଚର୍ଚ୍ଚା ହେଉଛି । କେତେବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ କାହାକୁ ବହିଷ୍କୃତ କରାଯାଉଛି ତ ଆଉ କେତେବେଳେ କିଏ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । ଏପରିକି ଅସନ୍ତୋଷ ଝାଡୁଛନ୍ତି ଅନେକ ନେତା ।

Advertisment

ତିନି ଦିନ ତଳେ ପୁରୀ ବିଧାୟକ ସୁନିଲ ମହାନ୍ତି ଦଳ ବିରୁଦ୍ଧରେ ଦେଇଥିଲେ ବିସ୍ପୋରକ ବୟାନ। ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ଜିଲ୍ଲା ବୈଠକ ବସିବା ନେଇ ସୁନିଲ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଦଳର ମୁଖିଆ ନବୀନ ପଟ୍ଟନାୟକ ମନା କରିବା ସତ୍ତ୍ବେ ଦୁଇ ଜଣ ନେତା ପ୍ରତାପ ଦେବଙ୍କ ଘରେ ପୁରୀ ସଂଗଠନ ସ୍ଥିତି ବିଷୟରେ ଆଲୋଚନା କରିବା ଆମେ ମାନୁ ନାହୁଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ସେ । କୁଚକ୍ରୀ ଗୋଷ୍ଠୀ କହି ସିଧାସଳଖ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଟାର୍ଗେଟ କରିଥିଲେ ସୁନିଲ । 

ଅଧିକ ପଢନ୍ତୁ :  ପୁରୀ ବିଜେଡିରେ ହଲଚଲ; ସୁନିଲ କହିଲେ - କୁଚକ୍ରୀ ଶୁଭାଶିଷ

BJD Biju Janata Dal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ