Advertisment

BJD Internal Conflict: ରାୟଗଡ଼ା ବିଜେଡିରେ ସବୁ ଠିକ୍ ତ? କାହିଁକି ଡେରା ପକାଇଛନ୍ତି ବରିଷ୍ଠ ନେତା?

ରାୟଗଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳକୁ ନେଇ ଜୋରଦାର ଚର୍ଚ୍ଚା । କର୍ମୀଙ୍କ ମତ ନେବାକୁ ସେଠାକୁ ଯାଇଛନ୍ତି ଦଳର ୨ ବରିଷ୍ଠ ନେତା ପ୍ରମିଳା ମଲ୍ଲିକ ଓ ପଦ୍ମନାଭ ବେହେରା । ଯାହା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ୩ଟି ନିର୍ବାଚନ ମଣ୍ଡଳୀରେ ଦୁଇ ଦିନ ହେଲା କର୍ମୀଙ୍କ ସହ ଆଲୋଚନା କରୁଛନ୍ତି ଏହି ବରିଷ୍ଠ ନେତା ।

ଅଦ୍ୟତନ ହୋଇଛି
BJD Dispute

BJD Dispute

Advertisment

ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବିଜେଡି ଅନ୍ତର୍କନ୍ଦଳ । ରାୟଗଡ଼ା ବିଜେଡିରେ ଭାସ୍କର-ସୁଧୀର ଗୋଷ୍ଠୀ କନ୍ଦଳକୁ ନେଇ ଜୋରଦାର ଚର୍ଚ୍ଚା । ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଚୟନ ପାଇଁ କର୍ମୀଙ୍କ ମତ ନେବାକୁ ସେଠାକୁ ଯାଇଛନ୍ତି ଦଳର ୨ ବରିଷ୍ଠ ନେତା ପ୍ରମିଳା ମଲ୍ଲିକ ଓ ପଦ୍ମନାଭ ବେହେରା । ୩ଟି ନିର୍ବାଚନ ମଣ୍ଡଳୀରେ ଦୁଇ ଦିନ ହେଲା କର୍ମୀଙ୍କ ସହ ଆଲୋଚନା କରୁଛନ୍ତି । ତେବେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ଜିଲ୍ଲା ସଭାପତି ଭାସ୍କର ରାଓ ଏବଂ ପୂର୍ବତନ ଜିଲ୍ଲା ସଭାପତି ସୁଧୀର ଦାସଙ୍କ କଳି ଏତେ ତୀବ୍ରତର ହୋଇଛି ଯେ, ଏହାକୁ ତୁଟାଇବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେଠାକୁ ପଦ୍ମନାଭ ଓ ପ୍ରମିଳାଙ୍କୁ ପଠାଇଥିବା ଚର୍ଚ୍ଚା ହେଉଛି ।

Advertisment

ଗତକାଲି ରମନାଗୁଡ଼ାଠାରେ ଗୁଣୁପୁର କର୍ମୀଙ୍କ ବୈଠକବେଳେ ହଟ୍ଟଗୋଳର ରୂପ ନେଇଥିଲା କର୍ମୀଙ୍କ ତୀବ୍ର ଅସନ୍ତୋଷ । ଚନ୍ଦ୍ରପୁର, ଗୁଡ଼ାରୀ, ପଦ୍ମପୁର, ରମନାଗୁଡ଼ା, ଗୁଣପୁର ବ୍ଲକର ଆଗ ଧାଡ଼ିର କର୍ମୀମାନେ ୨ ନେତାଙ୍କ ଆଗରେ ସୁଧୀର ଓ ଭାସ୍କରଙ୍କ କଳି ବଖାଣିଥିଲେ। ଉଭୟ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ଏନେଇ ପାର୍ଟି ସୁପ୍ରିମୋ ନବୀନଙ୍କୁ ରିପୋର୍ଟ ଦିଆଯିବ ବୋଲି ରାଜ୍ୟସ୍ତରୀୟ ବରିଷ୍ଠ ନେତାମାନେ କର୍ମୀଙ୍କୁ ବୁଝାଇଥିବାବେଳେ ବୈଠକ ପରେ ଗଣମାଧ୍ୟମ ଆଗରେ ପ୍ରମିଳା କହିଛନ୍ତି ଯେ, ରାୟଗଡ଼ା ବିଜେଡିରେ କୌଣସି କନ୍ଦଳ ନାହିଁ । ତେବେ ଏନେଇ ଭାସ୍କର ରାଓ ଓ ସୁଧୀର ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢନ୍ତୁ : ମୋହନ ସରକାରଙ୍କ ବର୍ଷପୂର୍ତ୍ତିକୁ ଅପେକ୍ଷା...କେମିତି ରହିବ ଭବିଷ୍ୟତ ନକ୍ସା ?

Advertisment
BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ