Advertisment

ସଂଜୟ ଦାସବର୍ମାଙ୍କୁ ନବୀନ ନିବାସ ଡାକି ଟିକଟ୍ ଅଫର ଚର୍ଚ୍ଚା

ଦୁଇ ବର୍ଷ ହେବ ଅଲୋଡ଼ା ସଞ୍ଜୟ ଏବେ କାହିଁକି ଲୋଡ଼ା ପଡ଼ିଲେ? କିଛି ପ୍ୟାଚ୍ ଅପ୍ ପାଇଁ ଉଦ୍ୟମ ହେଉଛି କି ? କେବଳ ଦଳ ନୁହେଁ ରାଜ୍ୟ ରାଜନୀତିରେ ବି ଏସବୁ ପ୍ରଶ୍ନକୁ ନେଇ ନାନା କଳ୍ପନାଜଳ୍ପନା। ତାର କାରଣ ବି କିଛି ରହିଛି।

ଅଦ୍ୟତନ ହୋଇଛି
Sanjay Das Burma

Sanjay Das Burma

Advertisment

ଦଳରେ ବିଦ୍ରୋହର ଆଶଙ୍କା କରୁଛି କି ବିଜେଡି ? ସାଧାରଣ ନିର୍ବାଚନ ପୂର୍ବରୁ ଅକଳ ସ୍ଥିତିର ବାସ୍ନା ବାରୁଛି କି ଦଳ ? କାରଣ ଏବେଠୁ ଆରମ୍ଭ ହେଲାଣି ଅଲୋଡ଼ା ନେତାଙ୍କ ମାନଭଞ୍ଜନ। ଆଉ ଏହି ପର୍ବରେ ଚର୍ଚ୍ଚାରେ ସଂଜୟ ଦାସବର୍ମା। ଦଳ ଭିତରେ ଦୀର୍ଘ ଦିନ ଧରି କୋଣଠେସା ହୋଇ ରହିଥିବା ସଂଜୟଙ୍କୁ ନିକଟରେ ନବୀନ ନିବାସରୁ ଡାକରା ଆସିବା ଏବଂ ସେ ନବୀନ ନିବାସ ଯାଇ ଶୀର୍ଷ ନେତୃତ୍ୱ ଓ ବର୍ତ୍ତମାନ ଅଫିସର ଥାଇ ଦଳୀୟ ଆଫାୟାର୍ସ ବୁଝୁଥିବା ବ୍ୟକ୍ତିଙ୍କୁ ଭେଟି ଆଲୋଚନା କରିବାକୁ ନେଇ ଏଇ ଚର୍ଚ୍ଚା।

Advertisment

ତେବେ ସଞ୍ଜୟଙ୍କ ସହ କଣ ଆଲୋଚନା ହେଲା ? ଦୁଇ ବର୍ଷ ହେବ ଅଲୋଡ଼ା ସଞ୍ଜୟ ଏବେ କାହିଁକି ଲୋଡ଼ା ପଡ଼ିଲେ? କିଛି ପ୍ୟାଚ୍ ଅପ୍ ପାଇଁ ଉଦ୍ୟମ ହେଉଛି କି ? କେବଳ ଦଳ ନୁହେଁ ରାଜ୍ୟ ରାଜନୀତିରେ ବି ଏସବୁ ପ୍ରଶ୍ନକୁ ନେଇ ନାନା କଳ୍ପନାଜଳ୍ପନା। ତାର କାରଣ ବି କିଛି ରହିଛି।

କାହିଁକି ନା ଗୋଟିଏ ସମୟରେ ବିଜେଡିରେ ସଞ୍ଜୟ ବେଶ ପାୱାରଫୁଲ ଥିଲେ। ସଙ୍ଗଠନରେ ଭଲ କାଟନୀ ଥିଲା। ହେଲେ ପକ୍ଷ ଛେଦନ ପରି ଆଗ ତାଙ୍କଠୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ କଢ଼ାଗଲା। ତାପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ବି ହଟାଗଲା। ସେହିପରି ଦଳ ହେଡକ୍ବାର୍ଟରର ସାଧାରଣ ସଂପାଦକ ଦାୟିତ୍ବରେ ଥିଲେବି ନା ପୁରୀ ବିଜେଡି ପ୍ରତିଷ୍ଠା ଦିବସରେ ଗୁରୁତ୍ୱ ମିଳିଲା, ନା ଶଙ୍ଖଭବନ ଲୋକାର୍ପଣ ଉତ୍ସବରେ ଗୁୁରୁତ୍ବ ମିଳିଲା।

Advertisment

କେବଳ ସେତିକି ନୁହେଁ, ଧାମନଗର, ପଦ୍ମପୁର, ଝାରସୁଗୁଡା ଉପନିର୍ବାଚନ ଟିମରେ ତାଙ୍କ ପାଇଁ ଜାଗା ନଥିଲା। ଏସବୁ ଅବହେଳାକୁ ନେଇ ଥରେ ନିଜ ନିର୍ବାଚନ ମଣ୍ଡଳିରେ ବି ଗର୍ଜିଥିଲେ ସଂଜୟ। ତେଣୁ ସେଇ ସଂଜୟଙ୍କୁ ଏବେ ପୁଣି ମନେଇବାର କାରଣ କଣ ? କୁହାଯାଉଛି ନବୀନ ନିବାସରୁ ସଂଜୟଙ୍କୁ ସାଧାରଣ ନିର୍ବାଚନ ଟିକେଟ ଅଫର ମିଳିଥିଲେ ବି ସେ ସେଥିରେ ଖୁସି ନାହାନ୍ତି। ବରଂ ତାଙ୍କୁ କାହିଁକି ଅବହେଳା କରାଯାଉଛି ତାର ଉତ୍ତର ଜାଣିବାକୁ ଚାହିଁଛନ୍ତି। ହେଲେ ଏ ସଂପର୍କରେ ସଂଜୟ ନିଜେ ମୁହଁ ଖୋଲି ନଥିଲା ବେଳେ ବିଜେଡି ବରିଷ୍ଠ ନେତାଙ୍କୁ ଡାକି ଆଲୋଚନା କଲେ ଭୁଲ କଣ ବୋଲି ପ୍ରଶ୍ନ କରିଛି।

ବିଜେଡିରେ ଏବେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ପିନାକୀ ମିଶ୍ର, ମନ୍ତ୍ରୀ ସମୀର ଦାସ, ବିଧାୟକ ଉମା ସାମନ୍ତରାୟଙ୍କ ସହ ସଂଜୟଙ୍କର ସଂପର୍କ ଭଲ ନାହିଁ। ସେହିପରି ବ୍ରହ୍ମଗିରିରେ ସଂଜୟଙ୍କ ଜାଗାରେ ଅନ୍ୟ ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ କରାଯିବାରୁ ସେ ଅସନ୍ତୁଷ୍ଟ। ତେଣୁ ଏଥିପାଇଁ କାଳେ ସେ ବିଦ୍ରୋହ କରି ଅନ୍ୟ ଦଳକୁ ପଳାଇବେ ଏବଂ ଏହାଦ୍ବାରା ପୁରୀ ସଂସଦୀୟ କ୍ଷେତ୍ର ସମେତ ଅନ୍ୟ ସ୍ଥାନରେ ବି ବିଜେଡି ଅକଳରେ ପଡିବ ସେଇଥିପାଇଁ ଦଳର ଏ ମାନଭଞ୍ଜନ ଷ୍ଟ୍ରାଟେଜି ବୋଲି ଚର୍ଚ୍ଚା ହେଉଛି।

Advertisment

ପୁରୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଗତ ନିର୍ବାଚନରେ ୧୧ ହଜାର ୭୧୪ ଭୋଟରେ ହାରିଥିଲେ। ସେଇ ଦିନରୁ ସେ ପୁରା ସଂସଦୀୟ କ୍ଷେତ୍ରରେ ସେ ଜନସମ୍ପର୍କ କରିଚାଲିଛନ୍ତି। କେବଳ ସେତିକି ନୁହେଁ ଗଲା ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରରୁ ବିଜେପି ପୁରୀ ଓ ବ୍ରହ୍ମଗିରିକୁ ହାତେଇଥିଲା। ତେଣୁ ପୁରୀକୁ ନେଇ ବିଜେପିର ଭୟ ବି ସଂଜୟ ମାନଭଞ୍ଜନର କାରଣ ବୋଲି କୁହାଯାଉଛି।

Sanjay Kumar Das Burma BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ