Advertisment

ବିଜେଡି ପାଖରେ ଗେମ୍ ଚେଞ୍ଜିଂ ନମ୍ବର

ବିଜେପି ପାଇଁ ଆବଶ୍ୟକ ପଡ଼ୁଥିବା ୨ ପ୍ରତିଶତ ବେଶ ଗୁରୁତ୍ୱବହନ କରୁଛି।

President Election

President Election

Advertisment

ରାଷ୍ଟ୍ରପତି ନିର୍ବାଚନ ବେଳେ କାହା ପାଖରେ ରହିଛି କେତେ ଭୋଟ୍। କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନିଜ ମେଣ୍ଟ ଦଳ ସହ ୧୭ଟି ରାଜ୍ୟରେ କ୍ଷମତାରେ ରହିଛି। ଏହାପରେ ବିଜେପି ପାଖରେ ୪୮.୯ ପ୍ରତିଶତ ଭୋଟ୍ ବିଜେପି ପାଖରେ ରହିଛି। ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଭଳି ବଡ଼ ରାଜ୍ୟରେ କଂଗ୍ରେସ ଓ ମେଣ୍ଟ ଶାସନରେ ରହିଛି। ଏବେ ବିପକ୍ଷରେ ଥିବା କଂଗ୍ରେସ ପାଖରେ ରହିଛି ୨୧.୯%।  

Advertisment

ପଶ୍ଚିମବଙ୍ଗରେ ଟିଏମସି, ତାମିଲନାଡ଼ୁରେ ଡିଏମକେ, କେରଳରେ ବାମ, ଦିଲ୍ଲୀ-ପଂଜାବରେ ଆପ୍ ଏବେ କ୍ଷମତାରେ ରହିଛି। ଏହି ଦୃଷ୍ଟିରୁ ଆଞ୍ଚଳିକ ଦଳ ଓ ଅନ୍ୟାନ୍ୟ ପାର୍ଟି ପାଖରେ ୧୯.୭ ପ୍ରତିଶତ ଓ ୯.୫ ପ୍ରତିଶତ ରହିଛି। ଏହି ସଂଖ୍ୟାକୁ ଦେଖିଲେ ବିଜେପି ପାଇଁ ଆବଶ୍ୟକ ପଡ଼ୁଥିବା ୨ ପ୍ରତିଶତ ବେଶ ଗୁରୁତ୍ୱବହନ କରୁଛି।

ଏବେ ଆସନ୍ତୁ ନଜର ପକାଇବା, କେଉଁ ଦଳ ଏହି ପାଖରେ ରହିଛି ସେହି ଗେମ୍ ଚେଞ୍ଜିଂ ନମ୍ବର। ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା YSR କଂଗ୍ରେସ, ଓଡ଼ିଶାରେ ବିଜେଡି ଏବଂ ତେଲେଙ୍ଗାନାରେ TRS ପାଖରେ ରହିଛି ମ୍ୟାଜିକ୍ ନମ୍ବର। YSR କଂଗ୍ରେସ ପାଖରେ ୪ ପ୍ରତିଶତ, ବିଜେଡି ପାଖରେ ୨.୯ ପ୍ରତିଶତ ଏବଂ TRS ପାଖରେ ୨.୨ ପ୍ରତିଶତ ଭୋଟ୍ ରହିଛି।

Advertisment

ରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭା ଓ ରାଜ୍ୟସଭାର ଦୁଇ ଗୃହର ସମସ୍ତ ସାଂସଦ, ସବୁ ରାଜ୍ୟର ବିଧାୟକଙ୍କ ଭୋଟକୁ ମିଶାଇ ଫଳାଫଳ ଘୋଷଣା ହୋଇଥାଏ। ପ୍ରତି ସାଂସଦଙ୍କ ଭୋଟ୍‌ ମୂଲ୍ୟ ୭୦୮ ହୋଇଥିବା ବେଳେ ରାଜ୍ୟର ଜନସଂଖ୍ୟା ଭିତ୍ତିରେ ଏହାର ମୂଲ୍ୟ ରାଜ୍ୟଭିତ୍ତିରେ ଭିନ୍ନ ଭିନ୍ନ ହୋଇଥାଏ।ଉତ୍ତରପ୍ରଦେଶରେ ସବୁଠୁ ଅଧିକ ୧୫.୬%, ମହାରାଷ୍ଟ୍ର ୯.୩୩%, ପଶ୍ଚିମବଙ୍ଗରେ ୮.୧୬%,  ବିହାର ୭.୭୫%, ତାମିଲନାଡ଼ୁରେ ୭.୬୫% ଏବଂ ଓଡ଼ିଶାରେ ୪.୦୪% ଭୋଟ୍ ରହିଛି।

Odisha Politics President Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ