Advertisment

୨୫ ବର୍ଷର ସଫଳତା ଅପେକ୍ଷା ବିଜେଡିକୁ ଘାରିଛି ଅନ୍ତଃ କନ୍ଦଳ ଚିନ୍ତା

ଟିକଟ୍ ପାଇଁ ଅନେକ ଆଶାୟୀ ଥିବାରୁ ଯାହାକୁ ମୌକା ନମିଳିବା ସେ ବିଦ୍ରୋହୀ ହେବାର ଯଥେଷ୍ଟ ଆଶଙ୍କା ରହିଛି।

undefined

BJD gears up for celebrations in Puri for upcoming foundation day

Advertisment

ବିଜେଡିକୁ କାଲି ୨୫ ପୂରି ୨୬ ଚାଲିବ। ସିଲିଭର୍ ଜୁବଲି୍ ସମାରୋହ ପାଇଁ ପୁରୀରେ ବ୍ୟାପକ ଆୟୋଜନ। ତେବେ ରାଜ୍ୟରେ ୨୩ ବର୍ଷ ଧରି କ୍ଷମତାରେ ରହିବା ପରେ ଦଳ ପାଇଁ ଆଗକୁ ରହିଛି ଅନେକ ଚ୍ୟାଲେଂଜ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି ଗୋଷ୍ଠୀ କନ୍ଦଳ। ଯାହା ଏବେ ଜଳ ଜଳ ହୋଇ ଦେଖାଯାଉଛି। ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଗୋଷ୍ଠୀକନ୍ଦଳ ଯୋଗୁ ରାଜେନ୍ଦ୍ର ଦାସଙ୍କୁ ଟିକଟ ମିଳିଲା ନାହିଁ। ଆଉ ସେ ବିଦ୍ରୋହ କରି ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ଦଳକୁ ବେଶ୍ ମହଙ୍ଗା ପଡିଲା।

Advertisment

କେବଳ ଏହି ଗୋଟିଏ ଘଟଣା ନୁହେଁ, କିଛି ଦିନ ପୂର୍ବରୁ ଠିକା କାମକୁ ନେଇ ବିଜେପୁର ନିର୍ବାଚନ ମଣ୍ଡଳୀରେ ଘଟିଥିଲା ତୁମୁଳକାଣ୍ଡ। ମୁହାଁମୁହିଁ ହୋଇଥିଲେ ମନ୍ତ୍ରୀ ରୀତା ସାହୁ ଓ ବିଧାୟକ ସୁଶାନ୍ତ ସିଂଙ୍କ ଗୋଷ୍ଠୀ। ସ୍ଥିତି ଏମିତି ହୋଇଥିଲା ଯେ କଥା ଥାନା ଯାଏଁ ଗଲା। ସେହିପରି ଝାରସୁଗୁଡା ଜିଲ୍ଲାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା।

ଏଣେ ପାରଦୀପରେ ବିଧାୟକ ସମ୍ବିତ ରଉତରାୟ ଓ ସ୍ଥାନୀୟ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ବିଜେଡିର ପଦ ଯାତ୍ରା ବେଳେ ପାଖାପାଖି ୪୦ ପ୍ରତିଶତ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଦ୍ୱନ୍ଦ୍ୱ ରହିଥିବା ଜଣା ପ଼ଡିଥିଲା ଯାହାକି ଦଳର ଟେନସନ୍ ବଢାଇଛି। ଏଭଳି ସ୍ଥିତିରେ ଦଳ ୨୬ ବର୍ଷରେ ପାଦ ଦେବାକୁ ଯାଉଛି। ଟିକଟ୍ ପାଇଁ ଅନେକ ଆଶାୟୀ ଥିବାରୁ ଯାହାକୁ ମୌକା ନମିଳିବା ସେ ବିଦ୍ରୋହୀ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ବିଜେଡି କହିଛି ଦଳ ଭିତରେ କିଛି ଅନ୍ତର୍ଦ୍ୱନ୍ଦ୍ୱ ନାହିଁ। 

Advertisment

ଗୋଷ୍ଠୀ କନ୍ଦଳ ବାଦ୍ ଦେଲେ ସରକାର ବିରୋଧୀ ହାଓ୍ୱାକୁ ପ୍ରତିହତ କରିବା, ଏକାଠି  ହୋଇ ଲଢିବା, ମୁଖ୍ୟମନ୍ତ୍ରୀ ସକ୍ରିୟ ଭାବେ ଦଳୀୟ ବ୍ୟାପାର ବୁଝିବା, ବିଜେପି ସହ ମୁହାଁମୁହିଁ ଲଢ଼େଇ ହେବାର ଆଶଙ୍କା ଥିବାରୁ ତାକୁ କିଭଳି ଚେକ୍ ଦିଆଯିବ, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବା, କିଛି ମୁଷ୍ଟିମେୟ ନେତାଙ୍କ ପାଖରେ କ୍ଷମତା ରହୁଥିବାରୁ ଅନ୍ୟ ନେତାଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ କିଭଳି ପ୍ରଶମନ କରାଯିବ ତାହା ଦଳ ପାଇଁ ବଡ ଚ୍ୟାଲେଂଜ ହେବ।

ଗୋଟିଏ ପଟେ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ବିରୋଧୀ ଦଳ ଭାବେ ବିଜେପିର ଶକ୍ତି ବୃଦ୍ଧି ହୋଇଛି। ଏଭଳି ସ୍ଥିତିରେ ବିଜେଡି ସୁପ୍ରିମୋ, ନେତା ଓ କର୍ମୀଙ୍କୁ ଆସନ୍ତାକାଲି କି ବାର୍ତ୍ତା ଦେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।

Advertisment

(ପୁରୀରୁ ପ୍ରଦୀପ ମହାନ୍ତି ଓ ଭୁବନେଶ୍ୱର ହରିହର ଚାନ୍ଦଙ୍କ ରିପୋର୍ଟ)

BJP BJD Foundation Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ