Advertisment

ତୃଣମୂଳ ସ୍ତରରେ ଭୁଶୁଡ଼ୁଥିବା ଦୁର୍ଗକୁ ଦେଖି ଟେନସନରେ ବିିଜେଡିି

ପଞ୍ଚାୟତ ଭୋଟ୍ ପୂର୍ବରୁ ଗୋଠ ଏକାଠି ପାଇଁ ନବୀନଙ୍କ ନିର୍ଦ୍ଦେଶ । ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ କସରତ ଚଳାଇଛି ବିଜେଡି ।

undefined

Naveen Patnaik

Advertisment

ବିଜେଡିକୁ ସଂଗଠନ ଚିନ୍ତା। ସତ୍ତାରୁ ଯିବା ପରେ ତୃଣମୂଳ ନେତାଙ୍କ ଆସ୍ଥା ହରାଉଛି ଦଳ ! ବିଜେପି ଆଡକୁ ଢଳୁଛନ୍ତି ପଞ୍ଚାୟତ ପ୍ରତିନିଧି । ଘାରିଛି ଅନାସ୍ଥା ଭୟ। ଆଉ ଗଡ଼ ରଖିବାକୁ ଖୋଦ୍ ସୁପ୍ରିମୋ ନବୀନଙ୍କ କସରତ। ପୁରୀ ଜିଲ୍ଲା ରାମଚଣ୍ଡୀ ଅଞ୍ଚଳରେ ସେମିତି କିଛି ଭିଡିଓ ସାମ୍ନାକୁ ଆସିଛି । ପାରାଦ୍ବୀପର ବିଧାୟକ ବିଧାୟକ ସମ୍ବିତ ରାଉତରାୟ ଓ ଦଳର ଟାଣୁଆ ନେତା ବାପି ସର୍ଖେଲ, ୨୦ ସମିତି ସଭ୍ୟ, ୮ ସରପଞ୍ଚ ଓ ୪ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ମେଳି କରିଥିଲେ । ସମସ୍ତଙ୍କୁ ଏକଜୁଟ୍ ରହିବାକୁ ମନ୍ତ୍ର ଦିଆଯାଇଛି। ଚର୍ଚ୍ଚା ହେଉଛି ଏସବୁ ଜନପ୍ରତିନିଧିଙ୍କୁ ନେଇ ପୁରୀରେ ଶପଥ ପାଠ କରାଯାଇଛି।

Advertisment

ଭିଡିଓରେ ବାପି ସର୍ଖେଲ କହୁଛନ୍ତି, କେବଳ ପାଣ୍ଡିଆନ୍ ଓ ତାମିଲ୍ ପ୍ରସଙ୍ଗ କରି ବିଜେପି ସରକାରକୁ ଆସିଲା। ପରାଜୟ ପାଇଁ ପାଣ୍ଡିଆନ୍ ହିଁ ଦାୟୀ ବୋଲି ଆଳ କରି ପାରାଦ୍ୱୀପ ବିଜେଡି ନେତା ଏବେ ପଞ୍ଚାୟତ ପ୍ରତିନିଧିଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ ଚଳାଇଛନ୍ତି। କାରଣ ବିଜେଡିକୁ ଘାରିଛି କୁଜଙ୍ଗ ବ୍ଲକ୍ ଖସିଯିବା ଭୟ। ଯେଉଁଥିପାଇଁ ପୁରୀରେ ଜଗନ୍ନାଥ ଦର୍ଶନ କରି କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁଙ୍କ ସହ ରହିବାକୁ ଶପଥ କରାଇଥିବା ଚର୍ଚ୍ଚା ହେଉଛି। ତାସହିତ କୁଜଙ୍ଗର ପଞ୍ଚାୟତ ପ୍ରତିନିଧିମାନେ ଗତକାଲି ସୁପ୍ରିମୋଙ୍କୁ ଭେଟିଛନ୍ତି।

ସେପଟେ ବିଜେପି କହିଛି କୌଣସି ମନ୍ତ୍ର ବିଜେଡିରେ କାମ ଦେବନି। ବିକାଶ ପାଇଁ ସବୁ ଏବେ ବିଜେପି ମୁହାଁ।

Advertisment

କେବଳ ପାରାଦୀପ କି ଜଗତସିଂହପୁର ନୁହେଁ, ସାରା ରାଜ୍ୟରେ ଏପରି ସ୍ଥିତି। ପଞ୍ଚାୟତ ପ୍ରତିନିଧି ବିଜେଡି ଗୋଠରୁ ବାହାରି ବିଜେପି ମୁହାଁ। ଖୋଦ୍ ନବୀନଙ୍କ ଗଡ ହିଞ୍ଜିଳିରେ ବିଜେଡି ଅସନ୍ତୋଷ ବଢିବାରେ ଲାଗିଛି। ପୁରୁଷୋତ୍ତମପୁର ବିଜେଡି ସମର୍ଥିତ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଧରେ ୧୪ କାଉନସିଲରଙ୍କ ମଧ୍ୟରୁ ୯ ଜଣ ଓ ଉପାଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ଖାଲି ସେତିକି ନୁହେଁ, ସେଠାକାର ପଞ୍ଚାୟତ ପ୍ରତିନିଧିମାନେ ଭୁବନେଶ୍ବର ଆସି ବିଜେପିରେ ସାମିଲ ହୋଇଛନ୍ତି। ଖଲ୍ଲିକୋଟ୍ ରେ ବି ସମାନ ସ୍ଥିତି। ସେଠିବି ବିଜେଡି ଠାରୁ ମୁହଁ ଫେରାଇଛନ୍ତି ନେତା। ସେପଟେ ବିଜେଡିର ଯୁକ୍ତି, ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

Advertisment

ସେପଟେ ବିଜେପି ସରକାରକୁ ଆସିଛି ସତ। କିନ୍ତୁ ତୃଣମୂଳ ସ୍ତରରେ ଏବେବି ବିଜେଡିର ସ୍ଥିତି ଦୁର୍ବଳ ନୁହେଁ। ବିଜେପି ଏବେ ସେହି ଦୁର୍ଗ ଅକ୍ତିଆର ଲାଗି ପ୍ରୟାସ କରୁଥିବା ବେଳେ ଶାସକ ଦଳକୁ ସମର୍ଥନ ବି କରୁଛନ୍ତି ପଞ୍ଚାୟତ ପ୍ରତିନିଧି। ଯେଉଥିପାଇଁ ବିଜେଡିର ଚିନ୍ତା ବଢିଯାଇଛି। ତେବେ ନବୀନ ନିଜେ ସେନାପତି ସାଜି ଗଡ଼ରକ୍ଷା ଉଦ୍ୟମ କରିବା କେତେ କାମ ଦେଉଛି, ଦେଖିବାର କଥା।

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ