Advertisment

BJD Crisis:ବିଜେଡିରେ ବରିଷ୍ଠଙ୍କ ସିରିଜ୍ ବିସ୍ଫୋରଣ, ଏବେ ମୁହଁ ଖୋଲି ବର୍ଷିଲେ ଅଶୋକ

ଗଣେଶ ପୂଜାରେ ବଦ୍ରି, ନୂଆଁଖାଇରେ ଅଶୋକ। ଟାର୍ଗେଟରେ ଭୈରବ। ବରିଷ୍ଠଙ୍କ ନିଇତି ନୂଆ ନୂଆ ବିସ୍ଫୋରଣରେ ଘାଇଲା ବିଜେଡି। ଯେତେ ତାଳି ପକେଇଲେ କି ତୁଣ୍ଡି ବାନ୍ଧିବାର ପ୍ରୟାସ କଲେ ବି କେହି ଯେମିତି ମାନିବା ମୁଡରେ ନାହାଁନ୍ତି। ଗତକାଲି ବଦ୍ରିଙ୍କ ପରେ ଆଜି ପରୋକ୍ଷରେ ପାଣ୍ଡିଆନଙ୍କ ପ୍ରତି କଡ଼ା ବାର୍ତ୍ତା ରଖି ଲକ୍ଷ୍ମଣରେଖା ନଡେଇଁବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ନେତା ଅଶୋକ ପଣ୍ଡା। ଯାହାକୁ ନେଇ ଦଳ ଭିତରେ ପୁଣି କଂପନ।

ashok panda

ashok panda

Advertisment

ବିଜେଡିରେ ବରିଷ୍ଠଙ୍କ ସିରିଜ୍ ବିସ୍ଫୋରଣ । ବାକ୍ୟବାଣରେ ନିଇତି ଘାଇଲା ଶୀର୍ଷ ନେତୃତ୍ବ । ଋଷି, ରାଜା, ବଦ୍ରିଙ୍କ ପରେ ଏବେ ମୁହଁ ଖୋଲି ବର୍ଷିଲେ ଅଶୋକ । ପରୋକ୍ଷରେ ସେଇ ପାଣ୍ଡିଆନଙ୍କୁ ଟାର୍ଗେଟ୍ । ଶୁଣେଇଲେ ଲକ୍ଷ୍ମଣ ରେଖା ଉପାଖ୍ୟାନ । କହିଲେ ନବୀନ କୌଣସି ବ୍ୟକ୍ତିଙ୍କର ସମ୍ପତ୍ତି ନୁହେଁ । ଆଇ ଆମ୍ ଡାଉନ୍ ବଟ ନଟ୍ ଆଉଟ୍ ପ୍ରସଙ୍ଗକୁ ନେଇ ଦଳରେ ବହୁଥିବା ଝଡ଼ ଭିତରେ ଆଜି ଏଭଳି ବର୍ଷିବା ସହ ଆମେ ଆଉଟ୍ ହୋଇନୁ ବୋଲି ସ୍ପଷ୍ଟ ବାର୍ତ୍ତା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା।

Advertisment

ବୁଲେଇ ବଙ୍କେଇ ପାଣ୍ଡିଆନଙ୍କୁ ବାଣ ମାରି କହିଛନ୍ତି ଆମର ୫୧ ଜଣ ବିଧାୟକ ଅଛନ୍ତି, ୪୧ ପ୍ରତିଶତ ଜନାଦେଶ ବି ଆମ ସପକ୍ଷରେ ଥିଲା ୨୦୨୪ ନିର୍ବାଚନରେ। ତେଣୁ ଦଳକୁ ଅଧିକ ସଂଗଠିତ ହେବାକୁ ହେଲେ ସବୁ ବର୍ଗକୁ ସାଙ୍ଗରେ ନେଇ ଚାଲିବାକୁ ହେବ। କୌଣସି ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଦଳ ଚାଲିପାରିବ ନାହଁ। ଲକ୍ଷ୍ମଣ ରେଖା କେହି ଡେଇଁବା ଉଚିତ ନୁହେଁ। ନବୀନ ପଟ୍ଟନାୟକ ଏକଥା ଆମକୁ ଶିଖେଇଛନ୍ତି। ତାର ପାଳନ ହେବା ଉଚିତ। ଅନ୍ୟପଟେ ଅଶୋକଙ୍କ ଏହି ବୟାନ ପରେ ତାଳିପକା ପ୍ରତିକ୍ରିୟା ରଖିଛନ୍ତି ଦଳର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ। କହିଛନ୍ତି ଅଶୋକଙ୍କ ଏହା ବ୍ୟକ୍ତିଗତ ମତ। ନବୀନ ବାବୁ ଆମ ନେତା, କେହି ଅସନ୍ତୁଷ୍ଟ ନାହାଁନ୍ତି ଦଳରେ।… 

ଏଠି ପ୍ରଶ୍ନ ଜଣକ ପରେ ଜଣେ ବରିଷ୍ଠ କାହିଁକି ଦଳୀୟ ପରିଚାଳନା ନେଇ ମୁହଁ ଖୋଲୁଛନ୍ତି? ବରିଷ୍ଠଙ୍କ ପରାମର୍ଶକୁ ଗ୍ରହଣ କରୁନାହାଁନ୍ତି କି ଦଳପତି ? ନା ବରିଷ୍ଠ ଜାଣିଲେଣି ଯେ ଦଳର ଚାବି ପାଣ୍ଡିଆନ ଦମ୍ପତିଙ୍କ ହାତରେ। ସନ୍ନ୍ୟାସ ନେଇଥିଲେ ବି ଚୂଡାନ୍ତ ନିଷ୍ପତ୍ତି ସେ ହିଁ ନେଉଛନ୍ତି। ଯେଉଁଥିପାଇଁ ଗତ ଏପ୍ରିଲରେ ନବୀନଙ୍କୁ ଚିଠି ଲେଖି ରାଜା ସ୍ବାଇଁ ବିଜେଡିକୁ କିଛି ବ୍ୟକ୍ତି ହାଇଜାକ୍ ନକରନ୍ତୁ ବୋଲି ଉଲ୍ଲେଖ କରିଥିଲେ। ମାତ୍ର ପାଣ୍ଡିଆନ୍ ହିଁ ମଙ୍ଗ ଧରିବେ ବୋଲି ସ୍ପଷ୍ଟ ହୋଇଯାଇଥିବାରୁ ବରିଷ୍ଠ ଏହାକୁ ହଜମ କରିନପାରି ବିଷ ଓଗାଳୁଛନ୍ତି। ଯାହାକି ଦଳକୁ ବଡ ବିପର୍ଯ୍ୟୟ ଆଡକୁ ନେଇଯିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି।...

ବିଜେଡିରେ ବରିଷ୍ଠଙ୍କ ବିସ୍ଫୋରଣ ଥମୁନି ବରଂ ବଢ଼ିଚାଲିଛି। କିଛି ପୁରୁଖା ମେଳି କରି ଘେରିବାକୁ ଉଦ୍ୟମ ବି ଆରମ୍ଭ କରିଛନ୍ତି। କେବଳ ବରିଷ୍ଠ କାହିଁକି ଯୁବ ନେତା ବି ଦଳ ପରିଚାଳନା ନେଇ ଖପ୍ପା। ଦଳ ଭିତରେ ଜଳୁଥିବା ଅସନ୍ତୋଷର ଏ ନିଆଁ ଆଗକୁ କି ରୂପ ନେଉଛି ତାଉପରେ ନଜର।

Advertisment
BJD Ashok Panda Crisis VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ