Advertisment

ଭୋଟ୍ ପୂର୍ବରୁ ଫାଟୁଛି କି ବିଜେଡି ? ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ହାତାହାତି ପରେ ତେଜିଲା ବିବାଦ

ତେଜିଲା ସ୍ୱରୂପ ଦାସ ଓ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ବିବାଦ ।

undefined

Balasore BJD

Advertisment

ଶନିବାର ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ହାତାହାତି। ସୋମବାର ବିଧାୟକଙ୍କ ଗୋଷ୍ଠୀ ବିରୋଧରେ ଥାନାରେ ଏତଲା। ଆଉ ଆଜି ରାଜରାସ୍ତାରେ ଗୋଟିଏ ଗୋଷ୍ଠୀର ବିକ୍ଷୋଭ। ଗୋଟେ ପଟେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ଅନ୍ୟ ପଟେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ। ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ତୀବ୍ର ରୂପ ନେଇଛି ରବୀନ୍ଦ୍ର- ସ୍ୱରୂପ ବିବାଦ।

Advertisment

ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ ଆଗରେ ବିଧାୟକ ସ୍ୱରୁପ ଦାସଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥକ । ଗତ ଶନିବାର ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ରବୀନ୍ଦ୍ରଙ୍କ ଗୋଷ୍ଠୀର କାଉଁନସିଲର ରଞ୍ଜିତା ମହାପାତ୍ରଙ୍କୁ ବିଧାୟକ ସ୍ୱରୂପ ଦାସଙ୍କ ଗୋଷ୍ଠୀ ଆକ୍ରମଣ ଅଭିଯୋଗକୁ ନେଇ ବିଧାୟକଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ ରବୀନ୍ଦ୍ରଙ୍କ ସମର୍ଥକ। ଏହା ସହ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଆଣି ବିଧାୟକଙ୍କ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ।

ଏପଟେ କିନ୍ତୁ ଘଟଣାକୁ ଏଡାଇ ଯାଇଛନ୍ତି ସ୍ୱରୂପ । ୨୦୨୦ରେ ହୋଇଥିବା ଉପନିର୍ବାଚନରେ ସ୍ୱରୂପ ଦାସ ଟିକେଟ ପାଇବା ଠାରୁ ରବୀନ୍ଦ୍ର ଓ ସ୍ୱରୂପଙ୍କ ମଧ୍ୟରେ ଏକ ପ୍ରକାର ବିବାଦ ଲାଗିରହିଛି।

Advertisment

ଖାଲି ବାଲେଶ୍ୱର ସଦର ନୁହେଁ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡି ନେତାଙ୍କ ଭିତରେ ଛକାପଞ୍ଝା ସ୍ଥିତି। ଖୋଦ୍ ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଅୱିନୀ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀ ଜଳେଶ୍ୱରରେ ଅଶ୍ୱିନୀ ଓ ବିଜେଡି ନେତା ବ୍ରଜ ପ୍ରଧାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ସେହିପରି ସୋରରେ ବିଧାୟକ ପର୍ଶୁରାମ ଧଡାଙ୍କ ବିରୋଧରେ ବିରୋଧୀ ଗୋଷ୍ଠୀ ତୀବ୍ର ଭାବେ ସମାନ୍ତରାଳ କାର୍ଯ୍ୟକ୍ରମ ଚଲାଇଛନ୍ତି। ଏମିତି କି ଧଡାଙ୍କୁ ହଟାଇବାକୁ ଖୋଲାଖୋଲି ଶପଥ ନେଇଛନ୍ତି ବିଧାୟକ ବିରୋଧୀ ଗୋଷ୍ଠୀ।

ନୀଳଗିରିରେ ମଧ୍ୟ ଟିକେଟ ଲବିରେ ଥିବା ବିଜେଡି ନେତା ଶୁଭେନ୍ଦୁ ମଙ୍ଗରାଜ ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଯେଉଁଥିପାଇଁ ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା ପାରାଲାଲ କାର୍ଯ୍ୟକ୍ରମ। ବସ୍ତା ନିର୍ବାଚନ ମଣ୍ଡଳୀରେ ମଧ୍ୟ ସମାନ ସ୍ଥିତି। ଏଠି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ଟିକେଟ ଲବିରେ ଥିବା ବେଳେ ଖୋଲାଖୋଲି ବିରୋଧ କରୁଛନ୍ତି ବିଧାୟକ ନିତ୍ୟାନନ୍ଦ ସାହୁ ଏବଂ ବିଜେଡି ନେତା ରବୀନ୍ଦ୍ର ଆଣ୍ଡିଆଙ୍କ ଗୋଷ୍ଠୀ।

Advertisment

ଅନ୍ୟପଟେ ବାଲେଶ୍ୱର ଲୋକସଭା ଆସନ ଏବେ ବିଜେପି ପାଖରେ ରହିଛି । ଏମିତି ସ୍ଥିତିରେ ୨୪ ନିର୍ବାଚନରେ ବିଜେଡି ପାଇଁ ବାଲେଶ୍ୱର ସବୁଠୁ ଅଧିକ ଟେନସନ ସାଜିପାରେ ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ