Advertisment

ଖୋଲୁଛି ସରକାରଙ୍କ ଧାନମଣ୍ଡି ପୋଲ୍, ଛତିଶଗଡକୁ ହେଉଛି ଚୋରା ଚାଲାଣ

କଳାହାଣ୍ଡିରୁ ଧରାପଡିଲା ଦୁଇ ଶହ କ୍ୱିଣ୍ଟାଲ ଧାନ । ଆଜିବି ରାଜ୍ୟପାଳଙ୍କ ଆଗରେ ମଣ୍ଡି ଦୁଃଖ ବଖାଣିଲେ ଚାଷୀ ।

Dhana Mandi

Dhana Mandi

Advertisment

ରାଜ୍ୟପାଳଙ୍କୁ ଚାଷୀଙ୍କ ଗୁହାରି । ଗତକାଲି ସମ୍ବଲପୁର, ଆଜି ବରଗଡ। ରାଜ୍ୟପାଳଙ୍କ ଆଗରେ ଚାଷୀ ରଖିଛନ୍ତି ସମସ୍ୟାର ଲମ୍ବା ତାଲିକା। ଧାନର ଅସଲ ମୂଲ୍ୟ ମିଳୁନି, ଧାନ ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଛି, ଟୋକନ ଟେନସନ୍ । ଆଉ ସବୁଠୁ କଷ୍ଟଦାୟକ ମଣ୍ଡିରେ କଟନି ଛଟନି ସାଙ୍ଗକୁ ଦଲାଲଙ୍କ ରାଜୁତି।

Advertisment

ବରଗଡ ବ୍ଲକ୍ ଗୋବିନ୍ଦପୁର ପଂଚାୟତବାସୀଙ୍କ ମାଳ ମାଳ ଅଭିଯୋଗ ଶୁଣିବା ପରେ ତାର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟପାଳ । ଏପଟେ ଜିଲ୍ଲାର ମାର୍କେଟୟାର୍ଡରେ ପଡି ରହିଛି ଲକ୍ଷ ଲକ୍ଷ ବସ୍ତା ଧାନ। ମଣ୍ଡିରେ ଭିତ୍ତିଭୂମିର ଅଭାବ, ଟୋକନ ସମସ୍ୟା ଏବଂ ଦଲାଲ ରାଜ୍ ପାଇଁ ଚାଷୀ ହନ୍ତସନ୍ତ ହେଉଛି। ଅମଳ ସରିଛି ହେଲେ ଏଯାଏଁ ଟୋକନ ପହଁଚିନଥିବାରୁ ଧାନ ବିକ୍ରି ହୋଇପାରୁନି।

ମଣ୍ଡି ଅବ୍ୟବସ୍ଥାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ତାର ଅମଳ ଧାନ ବିକ୍ରି କରିପାରୁନଥିବା ବେଳେ ତାର ଫାଇଦା ଉଠାଉଛନ୍ତି ବାହାର ରାଜ୍ୟର ଦଲାଲ। ଛତିଶଗଡ଼କୁ ଧାନ ଚୋରାଚାଲାଣ ବେଳେ କଳାହାଣ୍ଡି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦୁଇଟି ଗାଡିକୁ ଧରିଛି। ଗୋଲାମୁଣ୍ଡା ବ୍ଲକ୍ ଉଦେଶୃଙ୍ଗ ଠାରେ ଟ୍ରକରେ ଚାଲାଣ ହେଉଥିବା ୧୮୮ କ୍ୱିଣ୍ଟାଲ ଧାନ ଏବଂ କୋକସରା ବ୍ଲକ୍ ଖୁଣ୍ଟିଆ ଛକରେ ୨୪ କ୍ବିଣ୍ଟାଲ ଧାନ ସହ ପିକଅପ୍ ଜବତ ହୋଇଛି। ଛତିଶଗଡ଼ରେ ଧାନ କ୍ବିଣ୍ଟାଲ ୩୧୦୦ ଟଙ୍କା ଥିବାରୁ ଚାଷୀଙ୍କୁ ମତାଇ ଧାନ କିଣି ନେଉଛନ୍ତି ଦଲାଲ। 

Advertisment

ଏପଟେ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜିଛି ରାଜନୀତି। ବିଜେପି ସିଧାସଳଖ ଅଭିଯୋଗ କରିଛି ଯେ, ବିଜେଡି ଧାନ କିଣାରେ ବର୍ଷକୁ ହଜାରେ କୋଟି ଟଙ୍କା ଦଳୀୟ ପାଣ୍ଠି ସଂଗ୍ରହ କରୁଛି। ମିଲର କଟନୀ ଛଟନୀରେ କୁଇଣ୍ଟାଲ ପିଛା ୫ରୁ ୬ କେଜି କାଟୁଛନ୍ତି। କୃଷି ଓ ସମବାୟ ମନ୍ତ୍ରୀଙ୍କ ପ୍ରରୋଚନାରେ ମିଲରଙ୍କ ଜରିଆରେ ଚାଷୀଙ୍କୁ ଶୋଷଣ କରାଯାଉଛି।

କଂଗ୍ରେସ ପକ୍ଷରୁ ଆଜି କଳାହାଣ୍ଡିରେ ମଣ୍ଡି ଚାଲ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ମଣ୍ଡି ବୁଲି ଚାଷୀଙ୍କ ସମସ୍ୟା ନେଇ ଆଲୋଚନା କରିଛନ୍ତି ନେତା। ସେପଟେ ସମବାୟ ମନ୍ତ୍ରୀଙ୍କ ଉତ୍ତର, ରାଜ୍ୟରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଛି। ରାଜ୍ୟରେ ଧାନ କିଣାକୁ ମାସେରୁ ଅଧିକ ସମୟ ବିତିଥିଲେ ବି ଏଯାଏଁ ସୁଧୁରୁନି ସ୍ଥିତି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 

Advertisment

BJD BJP Odisha Politics Dhana Mandi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ