Advertisment

Odisha Politics: ବାତ୍ୟାକୁ ସିଢ଼ି କରି କ୍ଷମତାକୁ ଆସିଥିଲା BJD, ଏବେ ଏହାକୁ କରିଛି ଆଶାବାଡ଼ି

ଓଡ଼ିଶାର ଅନେକ ରାଜନେତା ଅତୀତରେ ପ୍ରାକୃତିକ ବିପର୍ଯ୍ୟୟକୁ ରାଜନୀତିର ଆଧାର କରି ନିଜର କ୍ୟାରିୟର ତିଆରି କରିଛନ୍ତି । ଓଡ଼ିଶାରେ ନିକଟ ଅତୀତରେ ମରୁଡି ହୋଇନାହିଁ । ତେଣୁ ମରୁଡି ନେଇ ରାଜନୀତି ଦେଖିବାକୁ ମିଳିନାହିଁ ।

ଅଦ୍ୟତନ ହୋଇଛି
Odisha Politics news

Odisha Politics news

Advertisment

ପ୍ରସିଦ୍ଧ ସାମ୍ବାଦିକ ପି. ସାଇନାଥ ଏକଦା କହିଥିଲେ ଯେ ଏଭ୍ରିବଡି ଲଭ୍‌ସ ଏ ଗୁଡ୍ ଡ୍ରାଉଟ୍ । ଅର୍ଥାତ୍ ସମେସ୍ତେ ଏକ ଭଲ ମରୁଡିକୁ ଭଲ ପାଆନ୍ତି । ଚାଷୀ ଓ ସାଧାରଣ ଲୋକ ମରୁଡିର କରାଳ କାୟାରେ ପଡି ଛଟପଟ ହେଉଥିବା ବେଳେ କିଛି ସ୍ୱାର୍ଥାନ୍ୱେଷୀ ରାଜନୈତିକ ବ୍ୟକ୍ତିବିଶେଷ ଏଭଳି ଦୂର୍ବିପାକକୁ ନେଇ ହୀନ ରାଜନୀତି କରିବା ପାଇଁ ହେଳା କରନ୍ତି ନାହିଁ ।

Advertisment

ଓଡ଼ିଶାର ଅନେକ ରାଜନେତା ଅତୀତରେ ପ୍ରାକୃତିକ ବିପର୍ଯ୍ୟୟକୁ ରାଜନୀତିର ଆଧାର କରି ନିଜର କ୍ୟାରିୟର ତିଆରି କରିଛନ୍ତି । ଓଡ଼ିଶାରେ ନିକଟ ଅତୀତରେ ମରୁଡି ହୋଇନାହିଁ । ତେଣୁ ମରୁଡି ନେଇ ରାଜନୀତି ଦେଖିବାକୁ ମିଳିନାହିଁ । ହେଲେ ୧୯୯୯ ମହାବାତ୍ୟା ବା ସୁପର ସାଇକ୍ଲୋନ ପରେ ଓଡ଼ିଶାରେ ଛୋଟବଡ ପ୍ରାୟ ଏକ ଡଜନ ସାମୂଦ୍ରିକ ବାତ୍ୟା ବା ଝଡ ସୃଷ୍ଟି ହୋଇଛି । ଆଉ ପ୍ରତ୍ୟେକ ଥର ପ୍ରତିବାତ୍ୟାକୁ ନେଇ ଉଭୟ ଶାସକ ଦଳ ଓ ବିରୋଧୀମାନେ ରାଜନୀତି କରିବାକୁ ପଛଘୁଚାଂ ଦେଇନାହାନ୍ତି ।

ଅଧିକ ପଢ଼ନ୍ତୁ: ପ୍ରଶାନ୍ତ କିଶୋରଙ୍କ ବଡ଼ ଖୁଲାସା; ନିର୍ବାଚନୀ ପରାମର୍ଶ ପାଇଁ ନିଅନ୍ତି ୧୦୦ କୋଟିରୁ ଅଧିକ

Advertisment

ଜଣେ ପୋଖତ ତଥା ଅଭିଜ୍ଞ ଖେଳାଳୀ ପ୍ରତିକୂଳ ପରିସ୍ଥିତିରେ କେବେ ହାରେ ନାହିଁ । ପ୍ରତିକୂଳ ପରିସ୍ଥିତିକୁ ସେ ନିଜ ସପକ୍ଷକୁ ଆଣିବା ପାଇଁ ସସସ୍ତ କଳାକୌଶଳକୁ ନିୟୋଜିତ କରିଥାଏ । ଠିକ୍ ସେହି ନ୍ୟାୟରେ ୧୯୯୯ ମସିହା ମହାବାତ୍ୟା ସମୟର କଂଗ୍ରେସ ଦଳର ରାଜନୈତିକ ଅସ୍ଥିରତା ତଥା ତତ୍କାଳନୀ ଗିରିଧର ଗମାଙ୍ଗ ସରକାରଙ୍କ ବିଫଳତାକୁ ପାଥେୟ କରି ଶାସନକୁ ଆସିଥିବା ନବୀନ ପଟ୍ଟନାୟକ ପ୍ରତ୍ୟେକ ବାତ୍ୟା ପରେ ସଫଳ ଦୂର୍ବିପାକ ମୁକାବିଲା ଦାବି କରି ନିଜର ଏକ ସ୍ୱତନ୍ତ୍ର ଛବି ସୃଷ୍ଟି କରିବା ପାଇଁ ସକ୍ଷମ ହୋଇଥିଲେ । ୨୦୨୩ ମସିହାରେ ହୋଇଥିବା ଫାଇଲିନ୍‌ରେ ସରକାରୀ ଭାବେ ୪୫ ଲୋକ ମୃତାହତ ହୋଇଥିଲେ । ସେହିପରି ୨୦୧୪ ହୁଡ୍‌ହୁଡ୍‌, ୨୦୧୮ ତିତିଲି, ୨୦୧୯ ଫନି ଓ ବୁଲବୁଲ୍‌ରେ ତଥା ୨୦୨୦ ଅମ୍ଫାନ ବାତ୍ୟାରେ କିଛି କିଛି ଧନଜୀବନ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ନବୀନ ପଟ୍ଟନାୟକ ସରକାର ତାହାକୁ ଜିରୋ କାଜୁଆଲଟି ବା ଶୂନ୍ୟ ଜୀବନହାନୀ ଦୂର୍ବିପାକ ଆଖ୍ୟା ଦେଇ ବେଶ୍ ପ୍ରଶଂସା ସାଉଁଟିବାରେ ସଫଳ ହୋଇଥିଲେ ।

ଚଳିତ ବର୍ଷ ନବୀନ ପଟ୍ଟନାୟକ ସରକାର ଦୀର୍ଘ ୨୪ ବର୍ଷର ନିରବଚ୍ଛିନ୍ନ ଶାସନ ପରେ ବିଜେପି ଦ୍ୱାରା କ୍ଷମତାଚ୍ୟୁତ ହୋଇଛି । ବିଜେପି ମୋହନ ମାଝିଙ୍କ ଭଳି ସାଧାରଣ ପରିବାରରୁ ଆସିଥିବା ଜଣେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । ଏଥରକୁ ମିଶାଇ ସେ ଚାରିଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଲେଣି । ବିରୋଧୀ ଦଳରେ ରହି ବିଭିନ୍ନ ସମୟରେ ବିଭିନ୍ନ ଗୃହ କମିଟି ଓ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ସେ ସୂଚାରୁ ରୂପେ ତଥା ଦକ୍ଷତାର ସହିତ ନିଜର ଦାୟିତ୍ୱ ନିର୍ବାହ କରି ନିଜର ଏକ ସ୍ୱତନ୍ତ୍ର ଛବି ସୃଷ୍ଟି କରିପାରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ହେଲାପରେ ମୋହନ ନିଜର ପୂର୍ବ ଅଭିଜ୍ଞତାକୁ ପାଥେୟ କରି ସାଇକ୍ଲୋନ ଦାନାକୁ ପ୍ରଥମରୁ ସମ୍ମୁଖରୁ ଲଢିବା ପାଇଁ ପଣ କରିଥିଲେ । ନିଜର ସାଥୀ ମନ୍ତ୍ରୀ ଓ ଅଭିଜ୍ଞ ଅଫିସରମାନଙ୍କୁ ଦାୟିତ୍ୱ ବଟଂନ କରି ସେ ଜିରୋ କାଜୁଆଲଟି ମିଶନ ବା ଲକ୍ଷ୍ୟ କିପରି ହାସଲ କରାଯାଇପାରିବ, ସେ ଦିଗରେ ସେମାନେ ଯତ୍ନବାନ ହେବାକୁ ସହଯୋଗ କାମନା କରିଥିଲେ । ନିଜେ ରାତି ଅନିଦ୍ରା ହୋଇ ଅଫିସରମାନଙ୍କ ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନୈତିକ ମନୋବଳ ବୃଦ୍ଧି କରିଥିଲେ ।

କିଛି ବରିଷ୍ଠ ପଦାଧିକାରୀମାନେ ଏହି ଲେଖକଙ୍କୁ କହିଥିଲେ ଯେ ଯେତେବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ରାତି ଅନିଦ୍ରା ହୋଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ରେଡକ୍ରସ ଭବନରେ ବାତ୍ୟା ମୁକାବିଲା ଓ ରିଲିଫ୍ କାର୍ଯ୍ୟ ତଦାରଖ କରୁଥିଲେ, ସେତେବେଳେ ସେମାନଙ୍କୁ ଅଧିକ ଉତ୍ସାହର ସହିତ କାର୍ଯ୍ୟ କରିବା ପାଇଁ ବଳ ମିଳୁଥିଲା । ଯାହାଫଳରେ ସରକାରଙ୍କୁ ଜିରୋ କାଜୁଆଲଟି ଲକ୍ଷ୍ୟ ହାସଲ କରିବା ପାଇଁ ସହଜ ହୋଇପାରିଲା ।

ମୋହନ ସରକାରଙ୍କ ପ୍ରଥମ ବାତ୍ୟା ମୁକାବିଲା ପଦାର୍ପଣ ସଫଳତା ନେଇ ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି । ଜାତୀୟ ତଥା ଆନ୍ତର୍ଜାତିକ ଖବରକାଗଜରେ ମୋହନ ସରକାରଙ୍କ ପ୍ରଶଂସା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ବାତ୍ୟା ମୁକାବିଲାରେ ମୋହନ ସରକାରଙ୍କ ସଫଳତା ବିଜେଡି ଲାଗି ହଜମ ହୋଇନାହିଁ । ଦଳ ତରଫରୁ ୨୬ ତାରିଖ ଦିନ କୁହାଯାଇଛି ମୋହନ ସରକାରଙ୍କ ଜିରୋ କାଜୁଆଲଟି ସ୍ଳୋଗାନ ମିଛ । ବାତ୍ୟାରେ ଚାରିଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବାତ୍ୟା ପରିଚାଳନା ଅପେକ୍ଷା ପ୍ରଶଂସା ସାଁଉଟିବା ନେଇ ସରକାର ବ୍ୟସ୍ତ ଥିଲେ । ନବୀନ ପଟ୍ଟନାୟକଙ୍କ ସରକାର ବାତ୍ୟାକୁ ଯେଉଁଭଳି ଭାବେ ମୁକାବିଲା କରୁଥିଲେ, ସେଭଳି କରିବା ଲାଗି ମୋହନ ସରକାର ବିଫଳ ହୋଇଛି। ବିଜେଡି ତାହାର ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିବା ସହିତ ସୋସିଆଲ୍ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ଏସବୁ ଉଲ୍ଲେଖ କରିଛି।

ବାତ୍ୟା ପରେ ପରେ ବିଜେଡି ଯେଉଁଭଳି ଭାବେ ରାଜ୍ୟର ନୂଆ ସରକାରଙ୍କୁ ଘେରିବା ଲାଗି ଆତୁର ଚେଷ୍ଟା କରୁଛି, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଦଳ ବାତ୍ୟାକୁ ଆଶାବାଡି କରି ପୁଣିଥରେ ଅଣ୍ଟା ସଳଖି ଛିଡା ହେବା ପାଇଁ ଚେଷ୍ଟା କରୁଛି । ମହାବାତ୍ୟାରେ କ୍ଷମତାକୁ ଆସିଥିବା ବିଜେଡି ଭଲ ଭାବରେ ଜାଣିଛି ଯେ, ଯଦି ବାତ୍ୟା ସମୟର କିଛି ବିଫଳତାକୁ ଜନସାଧାରଣ ସାମ୍ନାକୁ ଆଣାଯାଇପାରିବ, ତେବେ ଲୋକେ ନିଶ୍ଚିତ ବିଶ୍ୱାସ କରିବେ । ସମୟ କହିବ ଓଡ଼ିଶାର ଖଣିଖାଦାନକୁ ଲୁଟ୍ କରିଥିବା ଲୁଟେରାମାନଙ୍କୁ ସାଥ୍ ଦେଇଥିବା ଏବଂ ଚିଟ୍‌ଫଣ୍ଡ, ପାଣି, ଜମି ଓ ଆବାସ ଦୁର୍ନୀତି ଭେଟି ଦେଇଥିବା ତଥା ଚାଷୀମାନଙ୍କୁ ତଳିତଳାନ୍ତ କରିଥିବା ବିଜେଡିର ଏହି ସର୍ବଶେଷ ଆତୁର ପ୍ରୟାସକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି ।

ଇମେଲ୍: aksahoo1122@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ବିଜେଡି ଲିଙ୍କ୍‌ରେ ବିଜେପି ବିଧାୟକ! ‘ସରି ଆସୁଛି ଶଙ୍ଖ ଦଳ ଆୟୁ’: ଜୟନାରାୟଣ

BJD BJP Cyclones Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ