• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସର୍ବସମ୍ମୁଖରେ ବିଜେଡି ନେତା ଟଙ୍କା ବାଣ୍ଟିବା ନେଇ ଭିଡିଓ ଭାଇରାଲ୍ ହେଉଛି । ମାଲକାନଗିରି କାଳିମେଳା ବ୍ଲକ ତାଟିଗୁଡ଼ା ଗାଁ ସଭାରେ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍ ହୋଇଛି । ଆଉ ଏହାକୁ ନେଇ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି । ବିଜେପି ଓ କଂଗ୍ରେସ ପୃଥକ ପୃଥକ ପ୍ରେସମିଟ କରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । କାଲିମେଳା ବିଜେପି ପ୍ରସଙ୍ଗକୁ ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି । ଇସିଙ୍କ ନିୟମର ଏହା ଖୋଲା ଉଲ୍ଲଂଘନ ହୋଇଥିବାରୁ ଏଦିଗରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି ।

କଂଗ୍ରେସ ମଧ୍ୟ ସରକାରୀ କର୍ମଚାରୀ ସରକାରୀ ଦଳ ପାଇଁ ସିଧାସଳଖ ପ୍ରଚାର କରୁଥିବା ଅଭିଯୋଗ ଆଣିଛି । କିଛି ପୁଲିସର ଅଫିସର, ଡାକ୍ତର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସ୍ୱାମୀ ଓ ଜଣେ ଶିକ୍ଷକଙ୍କ ନାମରେ ଦଳ ପାଇଁ ପ୍ରଚାର କରୁଥିବାର ଅଭିଯୋଗ ଆଣିଛି କଂଗ୍ରେସ । ଏଥିସହ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିବ ବୋଲି କହିଛି ।

ତେବେ ଏହାକୁ ଖଣ୍ଡନ କରିଛି ବିଜେଡି । ସରକାରୀ କର୍ମଚାରୀ ପ୍ରଚାର କରୁଥିବାର ପ୍ରଥମେ ପ୍ରମାଣ ଦିଅନ୍ତୁ ବୋଲି କହିଛି । ଅନ୍ୟପଟେ ଆଦିବାସୀଙ୍କ ପରମ୍ପରାକୁ ଆଧାର କରି ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରି ଖୁସିରେ ଟଙ୍କା ଦେଇଥିବା ବିଜେଡ଼ି କହିଛି ।