Advertisment

Odisha Politics: ବିଜେଡି ଛାଡ଼ିବେ ଭୂପିନ୍ଦର ? କଂଗ୍ରେସକୁ ପ୍ରଶଂସାରେ ପୋତିଲେ

ରାଜ୍ୟରେ ବିଜେଡି ଯଦି ଠିକ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନନେବ, ତେବେ କଂଗ୍ରେସ ଆହୁରି ଆଗକୁ ବଢିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ।

author-image
Debadatta Aryashrestha
Bhupinder Singh BJD

Bhupinder Singh BJD

ବିଜେଡି ଛାଡ଼ିବେ କି ଭୂପିନ୍ଦର ? କଥା କଥାରେ ଏନେଇ ସଂକେତ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ସେ କହିଛନ୍ତି ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ, ଦଳ ନୁହେଁ । ମୋର ଭବିଷ୍ୟତ କ'ଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଆପଣ ଆମ ନେତା । ଆପଣ ଯେଉଁ ସିମ୍ବଲରେ ଛିଡ଼ା ହେବେ, ଆମେ ଆପଣଙ୍କ ସହ ରହିବୁ। କଂଗ୍ରେସର ଭବିଷ୍ୟତ ଦେଶରେ ଓ ରାଜ୍ୟରେ ବଢୁଛି ବୋଲି ସେ କହିଛନ୍ତି ।

Advertisment

ରାଜ୍ୟରେ ବିଜେଡି ଯଦି ଠିକ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନନେବ, ତେବେ କଂଗ୍ରେସ ଆହୁରି ଆଗକୁ ବଢିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ସେ କହିଛନ୍ତି, ରାଜ୍ୟରେ ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ । ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି । ବିରୋଧୀ ଦଳ ଭାବେ ବିଜେଡି ଠିକ ଭାବେ ପ୍ରସଙ୍ଗ ଉଠାଉନଥିବାରୁ ତା'ର ଫାଇଦା କଂଗ୍ରେସ ନେଉଛି ବୋଲି ଭୂପିନ୍ଦର କହିଛନ୍ତି । ଲୋକେ ବିଜେଡି ଠାରୁ ଦୂରେଇ ନାହାନ୍ତି, କିନ୍ତୁ ଲୋକେ ବିରୋଧୀ ଦଳ ଠାରୁ ଯାହା ଆଶା କରୁଛନ୍ତି ତାହା ବିଜେଡି ଠାରୁ ପାଉ ନାହାଁନ୍ତି ବୋଲି କହିଛନ୍ତି ଭୂପିନ୍ଦର ।

ସେପହିପରି ନିଜ ଦଳର ନେତୃତ୍ୱ ଏବଂ ନିଷ୍ପତ୍ତିକୁ ଟାର୍ଗେଟ କରିଛନ୍ତି ଭୂପିନ୍ଦର । ୨୦୨୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବି ସଂସଦରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି ବୋଲି କହିଛନ୍ତି । ଏହି ପ୍ରସଙ୍ଗକୁ ଦଳର ନେତା ଗମ୍ଭୀରତାର ସହ ନେବା ଦରକାର ବୋଲି ସେ କହିଛନ୍ତି । ସେ କହିଛନ୍ତି, ଏହା ଭାବିବା ଉଚିତ ନୁହେଁ ଯେ ଭୂପିନ୍ଦର କାହିଁକି କହିଲା । ମୁଁ ଲୋକଙ୍କ ମତ କଥା କହୁଛି । ଆମେ ଯଦି ଲୋକଙ୍କ କଥାକୁ ଖାମଖିଆଲ ଭାବେ ନେବା, ତାହେଲେ ଦଳ ପାଇଁ କ୍ଷତି ହେବ। ଆମ ଷ୍ଟାଣ୍ଡ କ୍ଲିଅର ହେବା ଦରକାର ।  

Advertisment
BJD Congress Odisha Politics
Advertisment
Advertisment