Advertisment

ଭୁବନେଶ୍ୱର କ୍ରାଉନ ହୋଟେଲ ଓ ସତସଙ୍ଗ ବିହାରଠାରେ ହେବ ଫୁଟ୍ ଓଭରବ୍ରିଜ୍, ମିଳିଲା ମଞ୍ଜୁରୀ

ପୂର୍ବରୁ ଏସବୁ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ନିବେଦନ କରିଥିଲେ।

Aparajita Sarangi

Aparajita Sarangi

Advertisment

ଭୁବନେଶ୍ୱର ସହରରେ ହେବ ୨ଟି ଫୁଟ୍ ଓଭରବ୍ରିଜ୍ ଓ ଗୋଟିଏ ଫ୍ଲାଇ ଓଭର । ଏନେଇ ତାଙ୍କ ପ୍ରସ୍ତାବକୁ କେନ୍ଦ୍ର ମଂଜୁରୀ ଦେଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ସୂଚନା ଦେଇଛନ୍ତି । କସମୋପଲିସ୍ ଛକରେ ଜାତୀୟ ରାଜପଥ ଉପରେ ଗୋଟିଏ ଫ୍ଲାଇଓଭର ନିର୍ମାଣ ହେବାକୁ ଥିବା ବେଳେ କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ଠାରେ ହେବ ଫୁଟ୍ ଓଭରବ୍ରିଜ୍ ବୋଲି କହିଛନ୍ତି ଅପରାଜିତା । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କଠାରୁ ଅନୁମତି ମିଳି ସାରିଛି ।

Advertisment

କ୍ୟାପିଟାଲ ରିଜିଅନ୍ ରିଂ-ରୋଡ୍‌କୁ ମଧ୍ୟ ମଂଜୁରୀ ମିଳିଥିବା ସୂଚନା । ଖୋର୍ଦ୍ଧା ରାମେଶ୍ୱର ଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ହେବ ବାଇପାସ୍ ରୋଡ୍ । କ୍ୟାପିଟାଲ ରିଜିଅନ୍ ରିଂ-ରୋଡ୍ ପାଇଁ ୫୭୪୪ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ଏସବୁ ପ୍ରକଳ୍ପ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପୂର୍ବରୁ ନିବେଦନ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

BJP Nitin Gadkari Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ